ଅଛି ପ୍ରାଥମିକ ଚିକିତ୍ସା କେନ୍ଦ୍ର କିନ୍ତୁ ମିଳୁନାହିଁ ଛଅ ବର୍ଷର ଆଦିବାସୀ ଶିଶୁକୁ ଚିକିତ୍ସା

Spread the love

ପାତ୍ରପୁର : ପାତ୍ରପୁର ବ୍ଳକ ସୁରଙ୍ଗି ପଞ୍ଚାୟତ ସୁରଙ୍ଗୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଛଅ ବର୍ଷର ଆଦିବାସୀ ଶିଶୁକୁ ପ୍ରାଥମିକ ଚିକିତ୍ସା ମିଳିନଥିବା ଅଭିଯୋଗ ହୋଇଛି । ଗଂଜାମ ଗଜପତି ସୀମାନ୍ତ ଉଦୟଗିରି ବ୍ଳକ କିମ୍ବସିଙ୍ଗି ଗ୍ରାମର ପୁରୁଷୋତ୍ତମ କାର୍ଜୀଙ୍କ ଛଅ ବର୍ଷର ପୁଅ ପ୍ରଭାକରକୁ ପରିବାର ଲୋକେ ଚିକିତ୍ସା ପାଇଁ ସୁରଙ୍ଗୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ । ସେଠାରେ ଡ଼ାକ୍ତର ନଥିବା ବେଳେ ନର୍ସ ଓ କିଛି କର୍ମଚାରୀ ଥିଲେ କିନ୍ତୁ ଚିକିତ୍ସା ନକରି କବାଟ ଦେଇ ପଳାଇଥିବା ଅଭିଯୋଗ କରିଛନ୍ତି । ସେଠାରୁ ପରିବାର ଲୋକେ ନିରୁପାୟ ହୋଇ ଖାରିଆଗୁଡ଼ା ମେଡ଼ିକାଲକୁ ଯାଇଥିଲେ ସେଠାରେ ମଧ୍ୟ ଡ଼ାକ୍ତର ନଥିଲେ । ପରେ ଜଣେ କ୍ୱାକ୍‌ଙ୍କୁ ଦେଖାଇ ଔଷଧ ନେଇ ଫେରିଥିଲେ । ଏନେଇ କିଛି ଆଦିବାସୀ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏନେଇ ନର୍ସ ତଥା ଦିଦି ଜୟନ୍ତି ଜେନାଙ୍କ ସହ ଯୋଗାଯୋଗ କରିବାରୁ ସେ ତାଙ୍କ ସଫେଇ ରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ରବିବାର ଆଜି ବାରଟା ସମୟରେ ବନ୍ଦ ହେଲାଣି କିନ୍ତୁ କିଛି ରୋଗୀ ଆସିବାରୁ ଅଛୁ କହିଥିଲେ ଓ ଆମେ ଔଷଧ ଦେଲୁ ନେଲେନି, ରକ୍ତ ପରିକ୍ଷା ପାଇଁ ଅଡି ବସିଲେ ଆମେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବାକୁ ପରାମର୍ଶ ଦେଲୁ ସେଠାରେ ରକ୍ତ ପରୀକ୍ଷା ହେବ ଓ ଚିକିତ୍ସା ମଧ୍ୟ ହେବ ହେଲେ ସେମାନେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟ ଗଲେନି ଏଭଳି ଅଭିଯୋଗ ଭିତ୍ତିହୀନ ବୋଲି ସେ କହିଛନ୍ତି ।

error: Content is protected !!
Breaking News