• ଆୟୁଷ୍ମାନ ଦାସ ୯୯.୯୦ ପ୍ରତିଶତ ଓ ସାର୍ଥକ ଦାସଙ୍କ ୯୯.୬୫ ପ୍ରତିଶତ ହାସଲ
ବ୍ରହ୍ମପୁର, ୧୫/୨(ଅଭିଜିତ କର): ସ୍ଥାନୀୟ କମାପଲ୍ଲୀ ସ୍ଥିତ ଆକାଶ ଏଜୁକେସନସ୍ ଛାତ୍ରଛାତ୍ରୀ ମାନେ ଗତ ୧୨.୦୨.୨୦୨୫ ତାରିଖରେ ଜେଇଇ ମେଇନ୍ସର ପ୍ରଥମ ପ୍ରବେଶିକା ପରୀକ୍ଷାରେ ଅଦ୍ଭୁତ ସଫଳତା ହାସଲ କରିଛନ୍ତି। ଏହି ପରୀକ୍ଷାରେ ଶିକ୍ଷାନୁଷ୍ଠାନ ତରଫରୁ ପ୍ରାୟ ୧୧୨ଜଣ ଛାତ୍ରଛାତ୍ରୀ ଦେଇଥିବା ବେଳେ, ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ ୨୮ଜଣ ଛାତ୍ରଛାତ୍ରୀ ବ୍ରହ୍ମପୁର ଟପ୍ପର ହୋଇଛନ୍ତି । ଏନେଇ ଶନିବାର ଅପରାହ୍ନ ସମୟରେ ଅନୁଷ୍ଠାନ ପରିସରରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ଜ୍ଞାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନୁଷ୍ଠାନର ଶାଖା ମୁଖ୍ୟ ଶ୍ରୀ ରୋହିତ ସିଂ ଙ୍କ ତତ୍ତ୍ଵାବଧାନରେ ସମସ୍ତ ଛାତ୍ରଛାତ୍ରୀ ଯଥା ୯୯.୯୦ ପ୍ରତିଶତ ହାସଲ କରିଥିବା ଛାତ୍ର ଆୟୁଷ୍ମାନ ଦାସ, ୯୯.୬୫ ସାର୍ଥକ ଦାସ, ଅଂଶୁମାନ ସାହୁ ୯୮.୮୦, ସିମ୍ରମ୍ ପାଢ଼ୀ ୯୭.୮୭, ଓମ୍ କାରନାଥ ମିଶ୍ର ୯୭.୬୩, ଅମ୍ରିତା ଜେନା ୯୭.୩୧, ଗୁଞ୍ଜନ ମହାରଣା ୯୬.୯୫ ପ୍ରତିଶତ ହାସଲ କରି ବ୍ରହ୍ମପୁର ଟପ୍ପର ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁଷ୍ପମାଳ ପ୍ରଦାନ ପୂର୍ବକ ମିଠା ଖୁଆଇ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ସେହିପରି ଅନ୍ୟ ସମସ୍ତ ଛାତ୍ରଛାତ୍ରୀ ମାନେ ମଧ୍ୟ ଉଦ୍ଭୂତ ସଫଳ ହାସଲ କରିଥିବା ଶ୍ରୀ ସିଂ କହିଛନ୍ତି । ତେବେ ଏହି ପରୀକ୍ଷା ପାଇଁ ବ୍ରହ୍ମପୁର ଅନ୍ତର୍ଗତ ଖଲ୍ଲିକୋଟ କଲେଜ ଏବଂ ଏସଏମଆଇଟି ଠାରେ ଛାତ୍ରଛାତ୍ରୀଙ୍କ ସେଣ୍ଟର୍ ପଡ଼ିଥିବା ବେଳେ, ଏହି ପରୀକ୍ଷାରେ ସଫଳତା ହାସଲ ପାଇଁ ଛାତ୍ରଛାତ୍ରୀ ମାନେ ଅକ୍ଲାନ୍ତ ପରିଶ୍ରମ କରିଥିବା ଛାତ୍ରଛାତ୍ରୀ ମାନେ ମତ ପ୍ରକାଶ କରିଛନ୍ତି। ଏହି ସଫଳତା ହାସଲ ପଛରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନଙ୍କ ଶତପ୍ରତିଶତ ପ୍ରଚେଷ୍ଟା ରହିଥିବା ବେଳେ, ଏହାର ଶ୍ରେୟ କୃତି ଛାତ୍ରଛାତ୍ରୀ ମାନେ ସେମାନଙ୍କୁ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଇଞ୍ଜିନିୟରିଙ୍ଗ୍ ଏକାଡେମୀକ ମୁଖ୍ୟ ଶୁଭମ୍ ଗର୍ଗ, ଗଣିତ ଶିକ୍ଷକ ସନ୍ତୋଷ କୁମାର, କେମେଷ୍ଟ୍ରି ଶିକ୍ଷକ ଧିରଜ୍ ସିଂ, ଆୟୁବ ଅନ୍ସାରୀ, ଫିଜିକ୍ସ ଶିକ୍ଷକ ସାଇଲା ଇସଲାମ ପ୍ରମୁଖଙ୍କ ସମେତ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
More Stories
ଆସିଲା ଆଜ୍ଞାମାଳ, ସ୍ଥାପନ ହେଲା ଶୁଭଖୁଣ୍ଟି, ଘୋଷଣା ହେଲା ଯାତ୍ରା ତାରିଖ
ତାରିଖ ଗୁମର ଖଣ୍ଡନ କଲେ ବାପା ଦେଶୀବେହେରା
ବିଜେଡି ଦଳ ପରିତ୍ୟାଗ କରି ବିଜେପିର ମିଶେଲେ ୨୬ଟି ପରିବାର