ଖଲ୍ଲିକୋଟ: ଖଲ୍ଲିକୋଟ ଏନ୍ ଏ ସି ର ୱାର୍ଡ ନଂ- ୧ ହେଉଛି ଉଚ୍ଚଶିକ୍ଷିତ ଅନ୍ୟାନ୍ୟସାହି ମଧ୍ୟରୁ ଅନ୍ୟତମ । ଏହାରି ଭିତରେ
ଯୋଡ଼ି ହୋଇ ଥିବା ଅମରେଶ୍ଵର ନଗର,ପୁଣି ବିଜେପି ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କ ବାସଭବନ ମଧ୍ୟ ରହିଅଛି ।ଏ ସଂକ୍ରାନ୍ତରେ କହିବାକୁ ଗଲେ ଦୀର୍ଘ ୭/୮ ବର୍ଷ ଧରି ଯାହାରାସ୍ତା ତିଆରି ହୋଇଛି ସେତକ ରେ ଠପ୍।
ଏଠାରେ ଥିବା ସ୍ବର୍ଗ ଦ୍ଵାର ବୋଲି ନାମିତହୋଇ ଥିବା ଶ୍ମଶାନ ଭୂଇଁ ର ଦ୍ଵାର ଦେଶରେଆଣ୍ଠୁ ଏ ଲେଖାଏଁ ପାଣି, ସମ୍ମୁଖ ରେ ପୁତିମୟଦୁର୍ଗନ୍ଧ ଯୁକ୍ତ ନାଳ ର ଦୁର୍ଗନ୍ଧ ବାହାରୁଥିବା ବେଳେ,ବାଟ ରେ ଯାଉଥିବା ବାଟୋଇ ମାନଙ୍କୁଅସ୍ତବ୍ୟସ୍ତ କରିବା ର ପରିଲକ୍ଷିତ ହେଉଛି।ଅମରେଶ୍ଵର ନଗର ର ଅପର ପାର୍ଶ୍ଵ ରେ ଅବସ୍ଥିତ ଜଳଯୋଗାଣ ବିଭାଗ ଓ ଦିୱାନ ବନ୍ଧ ଓ ଅରବିନ୍ଦ ନଗର । ରାତି ପାହିଲେ ଅମରେଶ୍ଵର ସାହି ଦେଇ ଜନସାଧାରଣ ଙ୍କଯାତାୟତ କରିଥାନ୍ତି। କିନ୍ତୁ ବର୍ଷା ସମୟରେରାସ୍ତା ଟି ଯାକ କାଦୁଆ ।
ଏ ଅଵସରରେଦେଖିବାକୁ ମିଳିଛି ଯେ,ଏନ୍ ଏ ସି ର ପ୍ରତ୍ୟେକ ୱାର୍ଡରେ ଫେବର ପଡିଛି । କିନ୍ତୁଏ ସାହିରେ କୋୖଣସି ଉନ୍ନତି ମୂଳକ କାର୍ଯ୍ୟକ୍ରମ ଚାଲିବା ଦୃଶ୍ୟ ସାମ୍ନା କୁ ଆସି ନାହିଁବୋଲି ଜନଶ୍ରୁତି ରୁ ଜଣାଯାଏ। ଏପରି ପ୍ରେକ୍ଷି ରେ କହିବାକୁ ଗଲେ,ଓମ୍ ଶାନ୍ତି ନଗର ରବାସିନ୍ଦା ମାନେ ମଧ୍ୟଏହାଠାରୁ ଅଧିକ କଷ୍ଠ ଭୋଗୁଥିବା କଥା ପଦାରେ ପଡି ହାଟରେ ଗଡୁଛି ।ଖଲ୍ଲିକୋଟ ଏନ୍ ଏ ସି ସାଜିଛନ୍ତିକ୍ରୀଡନକ । ଆଉ ଓମ୍ ଶାନ୍ତି ନଗର ବାସିନ୍ଦାହେଉଛନ୍ତି ଫୁଟବଲ । ଏ ପଯ୍ୟନ୍ତ ରାସ୍ତା ଟି
ହୋଇ ପାରିଲା ନାହିଁ । ଚେୟାର ମେନ୍ ଓକାର୍ଯ୍ୟ ନିର୍ବାହୀ ଅଧିକାରୀ ଏହା ରି ଉପରେସୁବିଚାର କରି ପଦକ୍ଷେପ ନେବା କୁ ଏଠାକାର ଜନସାଧାରଣ ଦାବି କରୁଛନ୍ତି।
More Stories
ବାଘଲଟି ଜଳ ପତନରେ ବୃଦ୍ଧି ଚାଷୀକୁଳ ଆନନ୍ଦ
ବିଶ୍ଵନାଥ ପୁର ଠାରେ ରାସ୍ତା ଉପରେ ଗଛ ପଡ଼ି ରାସ୍ତା ଅବରୋଧ
ଲଗାଣ ବର୍ଷାରେ ନୂଆ ଜଗନ୍ନାଥ ସଡ଼କ ବିଛିର୍ଣ୍ଣ