ଆଜାଦ ହିନ୍ଦ ବିକାଶ ସଂଘ ପକ୍ଷରୁ ରକ୍ତଦାନ ଶିବିର, ୫୪ ୟୁନିଟ ରକ୍ତ ସଂଗୃହୀତ

Spread the love

ବ୍ରହ୍ମପୁର, ୨୫/୧ (ଅଭିଜିତ କର): ସ୍ଥାନୀୟ ଫାଷ୍ଟଗେଟ ସ୍ଥିତ ବାଲି ଡିପୋ ପରିସରରେ ଶନିବାର ସନ୍ଧ୍ୟାରେ ଆଜାଦ ହିନ୍ଦ ବିକାଶ ସଂଘ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା। ନେତାଜୀ ସୁଭାଷ ବୋଷଙ୍କ ୧୨୮ତମ ଜୟନ୍ତୀ ଅବସରରେ ସଂଘ ସଭାପତି ନିଳାଞ୍ଚଳ ବିଶୋଇଙ୍କ ତତ୍ୱବାଧାନରେ ଆୟୋଜିତ ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥି ରୂପେ ପୂର୍ବତନ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦାନ କରିଥିବା ବେଳେ, ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର ମେୟର ସଂଘମିତ୍ରା ଦେଳେଇ, ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମୋହରଣା, ଲାଞ୍ଜିଆ ସମିତି ସଭ୍ୟ କାହ୍ନୁ ଚରଣ ପାତ୍ର, ବିଜେଡି ଯୁବ ସଭାପତି ଭବାନୀ ସାହୁଙ୍କ ସମେତ ମହାନଗର ନିଗମର ବହୁ କର୍ପୋରେଟର ତଥା ବିଜେଡି ନେତା ପ୍ରମୁଖ ଯୋଗଦାନ କରି ଉକ୍ତ ରକ୍ତଦାନ ଶିବିରକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ସଙ୍ଘ ସଭାପତିଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ଏହାର ଉତ୍ତରାତ୍ତର କାମନା କରିଥିଲେ। ଏହା ସହିତ ବହୁ ଯୁବପିଢୀ ଆଗ୍ରହର ସହିତ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରୁଥିବା ଯୋଗୁଁ ସଙ୍ଘ କର୍ମକର୍ତ୍ତାଙ୍କ ଉଦ୍ୟମକୁ ମଧ୍ୟ ପ୍ରଶଂସା କରିଥିଲେ। ତେବେ ଏହି ରକ୍ତଦାନ ଶିବିର ଦୀର୍ଘ ୧୮ବର୍ଷ ଧରି ଆୟୋଜିତ ହେଉଥିବା ବେଳେ, ଚଳିତ ବର୍ଷ ମଧ୍ୟ ଏହି ଶିବିରରେ ୫ବର୍ଷ ଧରି ଲଗାତାର ଭାବେ ରକ୍ତଦାନ କରୁଥିବା ଦିବ୍ୟଙ୍ଗ ବ୍ୟକ୍ତି ଜଣଙ୍କୁ ଅତିଥି ମାନେ ଉତ୍ସାହିତ କରିବା ସହିତ ସମ୍ବର୍ଦ୍ଧିତ କରିଥିଲେ। ଏହି ପରିପ୍ରେକ୍ଷୀରେ ସଙ୍ଘ ସଭାପତି ଶ୍ରୀ ବିଷୋୟୀ ମତ ପ୍ରକାଶ କରିଛନ୍ତି ଯେ, ରକ୍ତ ଅଭାବରୁ ଯେଭଳି କୌଣସି ନିରୀହ ଜୀବନ କଷ୍ଟ ନପାଉ ସେଥି ପାଇଁ ଏଭଳି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ କରାଯାଉଥିବା ସଂଘ ସଭାପତି କହିଛନ୍ତି । ଏହି ଅବସରରେ ମୋଟ ୫୪ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ବେଳେ, ଏହି କାର୍ଯ୍ୟକ୍ରମକୁ ମନୋଜ ବାବୁଲା ପ୍ରଧାନ, ଗଣେଷ ସାହୁ, ଚିଣ୍ଟୁ ବିଶୋଇ, ଜଗନ୍ନାଥ ପ୍ରଧାନ, ଅନୀଲ ମହାନ୍ତି, ସୁଧାକର ସାହୁଙ୍କ ସମେତ ସଂଘର ଅନ୍ୟ ସମସ୍ତ କର୍ମକର୍ତ୍ତା ମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

error: Content is protected !!
Breaking News