• ବାପା ଦେଶୀ ବେହେରାଙ୍କ ଘରେ ୨୬ଦିନ ପାଇଁ ଯାତ୍ରା କରିବେ ମାଁ ବୁଢୀ ଠାକୁରାଣୀ
• ପୋଲିସର ଆଇନ ଶୃଙ୍ଖଳା ବ୍ୟବସ୍ଥା ଢିଲା, ସୃଷ୍ଟି ହେଲା ଅପ୍ରୀତିକର ପରିସ୍ଥିତି
• ଜୟ ମାଁ ବୁଢୀ ଠାକୁରାଣୀ ନାରାରେ କମ୍ପିଲା ବଡ଼ ବଜାର ଅଞ୍ଚଳ
ବ୍ରହ୍ମପୁର, ୧୩/୩(ଅଭିଜିତ କର): ଚଳଚଞ୍ଚଳ ହେଲା ରେଶମ ସହର ବ୍ରହ୍ମପୁର, ହଜାର ହଜାର ଲୋକଙ୍କ ସମାଗମରେ ଜୟ ମାଁ ବୁଢୀ ଠାକୁରାଣୀ ନାରାରେ କମ୍ପିଲା ବଡ଼ ବଜାର ଅଞ୍ଚଳ। ୭ ଗୋଷ୍ଠୀଙ୍କ ବାଜା ବାଜଣରେ ଦୁଲୁକିଲା ମାଁ ଙ୍କ ଘର ଦେଶୀ ବେହେରା ସାହି ଠାରୁ ଶାଶୂ ଘର ବଡ ଠାକୁରାଣୀ ମନ୍ଦିର ଅଞ୍ଚଳ । ମହା ଆଡ଼ମ୍ବର ଓ ପଟୁଆରରେ ଆସିଲା ମାଁ ବୁଢୀ ଠାକୁରାଣୀଙ୍କ ଦ୍ଵିବାର୍ଷିକ ଅସ୍ଥାୟୀ ମଣ୍ଡପ ଯାତ୍ରାର ଆଜ୍ଞାମାଳ ଶୁଭଖୁଣ୍ଟି । ମାଁ ବୁଢୀ ଠାକୁରାଣୀଙ୍କ ଯାତ୍ରା ଅନୁଷ୍ଠିତ ହେବାନେଇ ଯାତ୍ରାର ମୁଖ୍ୟ ପରିଚାଳକ ତଥା ବାପା ଦେଶୀ ବେହେରା ପୂର୍ବରୁ ଶୁଭଖୁଣ୍ଟି ସ୍ଥାପନା ତାରିଖ ସୁନିଶ୍ଚିତ କରି ସୂଚନା ଦେଇଥିଲେ । ସେନେଇ ବୁଧୁବାର ସକାଳେ ଦେଶୀ ବେହେରାଙ୍କ ନିର୍ଦ୍ଦେଶରେ ଅଞ୍ଚଳରେ ପାରମ୍ପରିକ ଢେଣ୍ଡୁରା ବାଜଣ ହୋଇଥିଲା । ମଧ୍ୟ ରାତ୍ର ସମୟରେ ଦେଶୀ ବେହେରା ସାହି ସ୍ଥିତ ମାଁ ଙ୍କ ଅସ୍ଥାୟୀ ମଣ୍ଡପ ସ୍ଥାନରେ ଯାତ୍ରାର ମୁଖ୍ୟ ପରିଚାଳକ ପି. ଦୁର୍ଗା ପ୍ରସାଦ ଦେଶୀ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମାଁ ଙ୍କ କୂଳଗୁରୁ ତଥା ରାଜ ପୁରୋହିତ ସିଦ୍ଧାନ୍ତି ଶ୍ରୀ ବାସୁଦେବ ଦେବ ଶାସ୍ତ୍ରୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ପାରମ୍ପରିକ ପାଞ୍ଜି ଦ୍ଵାରା ଉତ୍ତମ ତାରିଖ ଗଣନା କରି ମାଁ ଅସ୍ଥାୟୀ ମଣ୍ଡପ ଯାତ୍ରାର ତାରିଖ ସୁନିଶ୍ଚିତ କରାଯାଇ ବାପା ଦେଶୀ ବେହେରାଙ୍କ ଦ୍ଵାରା ଘୋଷଣା କରିଥିଲେ । ସୂଚନା ଅନୁସାରେ ମାଁ ବୁଢୀ ଠାକୁରାଣୀଙ୍କ ଅସ୍ଥାୟୀ ମଣ୍ଡପ ଯାତ୍ରା ଆସନ୍ତା ମାସ ଅର୍ଥାତ୍ ଏପ୍ରିଲ ମାସ ୦୩/୦୪/୨୦୨୫ ତାରିଖ ଠାରୁ ୨୮/୦୪/୨୦୨୫ ତାରିଖ ପର୍ଯ୍ୟନ୍ତ ୨୬ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ କରାଯିବା ନେଇ ଘୋଷଣା କରିଥିଲେ। ଏହି ସାଧାରଣ ସଭା ବୈଠକରେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର, ବିଧାୟକ ପ୍ରତିନିଧି ଅଶୋକ ଶୁକ୍ଳା, ମହାନଗର ନିଗମ ଡେପୁଟି ମେୟର ଇ ବିବେକ ରେଡ୍ଡୀ, ପୂର୍ବତନ ବିଧାୟକ ଡ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିକ୍ରମ କୁମାର ପଣ୍ଡା, ପୂର୍ବତନ ସାଂସଦ ଚନ୍ଦ୍ର ଶେଖର ସାହୁ, ଜିଲ୍ଲା କଂଗ୍ରେସ ସଭାପତି ଦୀପକ ପଟ୍ଟନାୟକ, ବରିଷ୍ଠ ନେତା ପ୍ରମୋଦ ଜେନା, ସୁବାଷ ଚନ୍ଦ୍ର ମହାରଣା, ବିଜେପି ଜିଲ୍ଲା ସଭାପତି ସରୋଜ ସାବତ, ଉପ ସଭାପତି ରାମ କୁମାର ପାତ୍ରଙ୍କ ସମେତ କର୍ପୋରେଟର ଦଣ୍ଡପାଣି ନାୟକ, ଚିତ୍ରସେନ ମହାପାତ୍ର, ଡି କରୁଣାକର, ରଞ୍ଜିତା ବେହେରା, ଟି ତ୍ରିପତି ପାତ୍ର, ଅର୍ବାନ ବ୍ୟାଙ୍କ ସଭାପତି ଆର୍ ମୁରଲୀ ମୋହନ, ଟି କିଶୋର ପାତ୍ର, ଟି ଗୋପୀ, ନରସିଂହ ସେଠୀ, ଅଶ୍ଵିନୀ ପଟ୍ଟନାୟକ, ଯୁବ ନେତା ଅଜିତ ପଣ୍ଡା, ଛାତ୍ର ନେତା ସଚିନ୍ ପଣ୍ଡା ଏବଂ ଅନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଯାତ୍ରା ପରିଚାଳନା କମିଟିର ସହଯୋଗୀ ପରିଚାଳକ ବଦ୍ରି ନାରାୟଣ ନାୟକ, ଜଗନ୍ନାଥ ପାତ୍ର, ଏମ. ପ୍ରସାଦ ରାଓ, ରାଜେଶ, ସୁଷ୍ମନ୍, ସୁମନ, ଦୁର୍ଗା, ମୁରଲୀ, ରଞ୍ଜନ, ଅଭିଜିତଙ୍କ ସମେତ ମାଁ ଙ୍କ ଯାତ୍ରାରେ ସେଚ୍ଛାକୃତ ଭାବେ ସହଯୋଗ କରୁଥିବା ବହୁ ସେଚ୍ଛାସେବୀ ମାନେ ଉପସ୍ଥିତ ରହି ପରିଚାଳନରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହରର ପ୍ରାୟ ୩ରୁ ୪ ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିବା ଆକଳନ କରାଯାଉଥିବା ବେଳେ, ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ନେଇ ସ୍ବତନ୍ତ୍ର ବ୍ୟବସ୍ଥା ନଥିଲା। ପୁଲିସ କର୍ମଚାରୀ ମାତ୍ର ୧ ଭାଗ ଥିବା ବେଳେ, ଲୋକଙ୍କ ସମାଗମ ପାଖାପାଖି ୧୦ ଗୁଣ ରହିଥିଲା । ଯାହା ଫଳରେ କିଛି କିଛି ସ୍ଥାନରେ ଅପ୍ରୀତିକର ଘଟଣା ଉପୁଜିଥିବା ଦେଖିବାକୁ ମିଳିଥିଲା, ଯାହା ଦ୍ଵାରା ଏହି କାର୍ଯ୍ୟକ୍ରମରେ ଏକ ପ୍ରକାର ଆସାନ୍ତ ପରିସ୍ଥିତି ଅନୁଧ୍ୟାନ ହୋଇଥିଲା । ତେବେ ପୂର୍ବରୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ନେଇ ସୂଚନା ରହିଥିବା ସତ୍ତ୍ବେ ପୁଲିସ ପକ୍ଷରୁ କାହିଁକି ଏହିଭଳି ଖାମଖିଆଲି ସ୍ଥିତି ସୃଷ୍ଟି ହେଲା ତାହା ପ୍ରଶ୍ନବାଚୀ । ଏବଂ ଆଗାମୀ ଦିନରେ ମହା ଆଡ଼ମ୍ବରରେ ଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ନିକଟସ୍ଥ ଥାନା ବଡ଼ ବଜାରକୁ ନୂତନ ଭାବେ ଦାୟିତ୍ୱରେ ଥିବା ଅଧିକାରୀ ପ୍ରଥମ କରି ଏହାକୁ ଦେଖୁଥିବା ବେଳେ, ସ୍ଥିତି ଅନୁଧ୍ୟାନରେ ମାପ ଠିକ୍ ନଥିଲା ବୋଲି କିଛି ବୁଦ୍ଧିଜୀବି ମାନେ ମତ ପ୍ରକାଶ କରିଛନ୍ତି। ଏଣୁ ଏହିଭଳି ପରିସ୍ଥିତି ପୁଣି ଯାତ୍ରା ଦିନ ସୃଷ୍ଟି ନହେଉ ସେନେଇ ସେମାନେ ଅନୁରୋଧ କରିଛନ୍ତି ।
More Stories
ତାରିଖ ଗୁମର ଖଣ୍ଡନ କଲେ ବାପା ଦେଶୀବେହେରା
ଆକାଶ ଏଜୁକେସନସ୍ ଛାତ୍ରଛାତ୍ରୀଙ୍କ ଜେଇଇ ମେଇନ୍ସରେ ବ୍ରହ୍ମପୁର ଟପ୍ପର
ବିଜେଡି ଦଳ ପରିତ୍ୟାଗ କରି ବିଜେପିର ମିଶେଲେ ୨୬ଟି ପରିବାର