Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ଆସ୍କାରୋଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

Spread the love

ବ୍ରହ୍ମପୁର, ୬/୩(ଅଭିଜିତ କର): ସ୍ଥାନୀୟ ଆସ୍କାରୋଡ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଗୁରୁବାର ସନ୍ଧ୍ୟାରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ବ୍ରହ୍ମପୁର ମେୟର ଶ୍ରୀମତୀ ସଙ୍ଘମିତ୍ରା ଦଳେଇ ସ୍ଵତନ୍ତ୍ର ସମ୍ମାନୀତ ଅତିଥି ଭାବେ ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ଦେବେନ୍ଦ୍ର ବେହେରା, ମୁଖ୍ୟବକ୍ତା ତଥା ସମ୍ମାନିତ ଅତିଥି ରୂପେ ୱାର୍ଡ ନଂ ୩ କର୍ପୋରେଟର ଶ୍ରୀମତୀ ସବିତା ସାହୁ, ପୁରାତନ ଛାତ୍ର ସଂସଦର ସଭାପତି ରାକେଶ କୁମାର ସାହୁ, ପୂର୍ବତନ କର୍ପୋରେଟର ପ୍ରମୋଦ କୁମାର ଜେନା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସନ୍ତୋଷ କୁମାର ସାବତ, ଯୁବ ସମାଜସେବୀ ଚିତ୍ତରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ ଓ ଆମ ସଂସ୍କୃତି ଓ ଆମ ଖେଳଣା କାର୍ମଶାଳାର ଉଦ୍ଘାଟନ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ପ୍ରାକ୍ତନ ସଭାପତି ଶ୍ରୀ ରାଜେନ୍ଦ୍ର କୁମାର ରାୟଗୁରୁ ପୌରହିତ୍ୟ କରିଥିବା ବେଳେ, ସ୍ଥାନୀୟ ୩ ନମ୍ବର ୱାର୍ଡ କର୍ପୋରେଟର ଶ୍ରୀମତୀ ସବିତା ସାହୁ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ରାଜେଶ କୁମାର ତାରିଣୀ ବିଦ୍ୟାଳଯର ବାର୍ଷିକ ବିବରଣୀ ପାଠ କରିବା ସହ ବିଦ୍ୟଳୟର ବିଭିନ୍ନ ଅଭାବ ଅସୁବିଧା ମଞ୍ଚାସୀନ ଅତିଥି ମାନଙ୍କ ନିକଟରେ ଉପସ୍ଥାପନ କରିଥିଲେ । ଏହି ଅବସରରେ ଅତିଥି ମାନଙ୍କ ଦ୍ଵାରା ବିଦ୍ୟାଳୟ ଶିଶୁ ମାନଙ୍କ ଲେଖା ଯଥା ପ୍ରବନ୍ଧ, ଗଳ୍ପ, କବିତା, ଚିତ୍ରାଙ୍କନ ଆଦିକୁ ନେଇ ପ୍ରସ୍ତୁତ ୩ଟି ଶ୍ରେଣୀ ପତ୍ରିକା ସୁମନ, ସୌରଭ ଓ ସୃଜନୀକୁ ଅତିଥି ମାନେ ଉନ୍ମୋଚିତ କରିଥିଲେ । ଅତିଥି ମାନେ ନିଜ ନିଜ ଅଭିଭାଷଣରେ ଶିଶୁମାନଙ୍କୁ ଉତ୍ତମ ନାଗରିକ ହେବା ସହ ଦେଶ ଓ ଦେଶର ମଙ୍ଗଳ ସକାଶେ କାର୍ଯ୍ୟ କରିବା ପାଇଁ ଉପଦେଶ ଦେଇଥିଲେ । ଏହି ଅବସରରେ ବିଦାୟୀ ବିଦ୍ୟାଳୟ ପରିଚାଳନା କମିଟିର ପ୍ରାକ୍ତନ ସଭାପତି ଶ୍ରୀ ରାଜେନ୍ଦ୍ର କୁମାର ରାୟଗୁରୁଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରଯାଇଥିଲା । ଏହା ପରେ ବାର୍ଷିକ ଉତ୍ସବ ଅବସରେ ଆୟୋଜିତ ବିଭିନ୍ନ ବୌଦ୍ଧିକ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କାର ମାନପତ୍ର ପ୍ରଦାନ କରିଥିଲେ । ଶ୍ରେଷ୍ଠ ବିଦ୍ୟାର୍ଥୀ ୨୦୨୪ ରୂପେ ଶ୍ରୀମାନ ଅଂଶୁମାନ ରାୟଗୁରୁ ଏବଂ ୨୦୨୫ ସକାଶେ ସୁଶ୍ରୀ କିରଣ ଦଳେଇ ଓ ଶ୍ରେଣୀ ସର୍ବୋଚ୍ଚ ନମ୍ବର ରଖିଥିବା ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ଆର୍ଥିକ ପୁରସ୍କାର ରୂପେ ୫୦୦ ଟଙ୍କା ଓ ଟ୍ରଫି ପ୍ରଦାନ କରଯାଇଥିଲା । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ବିଦ୍ୟଳୟର ୨ଜଣ ପୂର୍ବତନ ଶିକ୍ଷାର୍ଥୀ ଶ୍ରୀ ଆଶିଷ କୁମାର ପଣ୍ଡା, ସୁଶ୍ରୀ ନନ୍ଦିନୀ ପାତ୍ର ଏବଂ ବିଜ୍ଞାନକୁଇଜ ପ୍ରତିଯୋଗିତାରେ ଜାତୀୟ ସ୍ତରରେ ୩ୟ ସ୍ଥାନ ହାସଲ କରିଥିବା ପୂର୍ବତନ ଶିକ୍ଷାର୍ଥୀ ସୁଶ୍ରୀ ବିଜୟ ଲକ୍ଷ୍ମୀ ସାହୁଙ୍କୁ ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧିତ କରଯାଇଥିଲା । ସମାପନ ସଙ୍ଗୀତ ଗାନ କରାଯିବ ପରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁନିତା ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଶିଶୁ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା । ଶିକ୍ଷୟିତ୍ରୀ ଅସ୍ମିତା କୁମାରୀ ଓ ରାଜେଶ୍ଵରୀ ଦାଶ ମଞ୍ଚ ପରିଚାଳନା କରିଥିବା ବେଳେ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଯଥା ନିର୍ମଳା ମହାପାତ୍ର, ସ୍ଵର୍ଣ୍ଣଲତା ତ୍ରିପାଠୀ, ସୁନିତା ଧର, ରୀନା ସାହୁ, ରାଜେଶ୍ଵରୀ ଦାସ, ମନୋରଞ୍ଜନ ପଟ୍ଟନାୟକ, ସନ୍ତୋଷ କୁମାର ସାହୁ, ମହେନ୍ଦ୍ର ପ୍ରଧାନ, ନିର୍ମଳା କୁମାରୀ ସାହୁ ତଥା ପରିଚାଳନା କମିଟିର ସଦସ୍ୟ ପୂର୍ଣଚନ୍ଦ୍ର ସାହୁ, ପିଙ୍କୁ ମିଶ୍ର, ନରେନ୍ଦ୍ର ସାହୁ, ଦୀପା ସେଠୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

error: Content is protected !!
Breaking News