ବ୍ରହ୍ମପୁର, ୯/୨ (ଅଭିଜିତ କର): ଇଣ୍ଡିଆନ୍ ବ୍ୟାଙ୍କ୍ ଏମ୍ପ୍ଲଇଜ୍ ୟୁନିୟନର ୨୫ତମ ବାର୍ଷିକ ସମ୍ମିଳନୀ ସ୍ଥାନୀୟ ଗିରି ରୋଡ଼ ସ୍ଥିତ ସହୀଦ୍ ଲକ୍ଷ୍ମଣ ନାୟକ ମେମୋରିଆଲ ହଲ୍ ଠାରେ ଗତ ୮ ଏବଂ ୯ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଶତାଧିକ ବ୍ୟାଙ୍କ୍ କର୍ମଚାରୀ ସଙ୍ଗଠନର ପତାକା ସହିତ ବିଭିନ୍ନ ଦାବିର ପ୍ଲାକାର୍ଡ ଧରି ଏକ ବର୍ଣ୍ଣାତ୍ୟ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ପରେ ସମ୍ମିଳନୀରେ ସହୀଦ୍ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ସଭାପତି ଶ୍ରୀଯୁକ୍ତ ତ୍ରିନାଥ ସାହୁଙ୍କ ସଭାପତିତ୍ୱରେ ଆଇବିଇଏଫର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ହରି ରାଓ ଖୋଲା ସମ୍ମିଳନୀର ଉଦ୍ଘାଟନ କରିଥିଲେ। ଏଓବିଇଏଫର ସଭାପତି ଶ୍ରୀଯୁକ୍ତ ପ୍ରକାଶ ରାଜ୍ୟର ବ୍ୟାଙ୍କ୍ କର୍ମଚାରୀ ସଙ୍ଗଠନର ସମୟ ସମୟରେ ଆନ୍ଦୋଳନ ଏବଂ ସଙ୍ଘର୍ଷ ଉପରେ ବକ୍ତଵ୍ୟ ରଖିଥିଲେ। ବ୍ୟାଙ୍କ କର୍ମଚାରୀ ଆନ୍ଦୋଜନ ପ୍ରମୁଖ ଏବଂ ବରିଷ୍ଠ ନେତା ବିଇଏଫଆଇର ପୂର୍ବତନ ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ ଷଡ଼ଙ୍ଗୀ ଇଣ୍ଡିଆନ୍ ବ୍ୟାଙ୍କ୍ କର୍ମଚାରୀ ସଙ୍ଗଠନର ଅବଦାନକୁ ସ୍ମରଣ କରାଇ ଆଗାମୀ ଦିନରେ ସଂଗଠନର ସୁଦୃଢ଼ ଏବଂ ସୁସଂଗଠିତ କରିବାକୁ ଆହ୍ବାନ ଦେଇଥିଲେ। ସେହିପରି ଇଣ୍ଡିଆନ୍ ବ୍ୟାଙ୍କର ବ୍ରହ୍ମପୁରର ଆଞ୍ଚଳକ ପ୍ରବନ୍ଧକ ଶ୍ରୀଯୁକ୍ତ ଉଚ୍ଛବ ଚରଣ ପାତ୍ର କର୍ମଚାରୀ ମାନଙ୍କୁ ଅଭିବାଦନ ଜଣାଇଥିବା ବେଳେ, ଅନ୍ୟତମ ଅତିଥି ଶ୍ରୀଯୁକ୍ତ ପ୍ରଭାସ ଷଣ୍ଢ, ଶ୍ରୀଯୁକ୍ତ ଅଜୟ ମହାନ୍ତି, ହରିହର ଆଚାର୍ଯ୍ୟ ସମ୍ମିଳନୀର ସଫଳତା କାମନା କରି ଉଦବୋଧନ ଦେଇଥିଲେ। ସେହିପରି ସମ୍ମିଳନୀର ଦ୍ବିତୀୟ ଦିନର ସଭାକାର୍ଯ୍ୟରେ ବ୍ୟାଙ୍କ କର୍ମଚାରୀ ମାନଙ୍କ ସ୍ଵାର୍ଥ ପାଇଁ ନ୍ୟାର୍ଯ୍ୟ ଦାବି ରହିଥିଲା ଯଥା ସମସ୍ତ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ ଲାଗୁ କରିବା, ସମସ୍ତ ଶୁନ୍ୟ ସ୍ଥାନରେ ତୁରନ୍ତ ନିଯୁକ୍ତି ପ୍ରଦାନ କରିବା, ସମସ୍ତ ଅସ୍ଥାୟୀ ଓ କଜୁଆଲ କର୍ମଚାରୀଙ୍କୁ ରେଗୁଲାର କରିବା, ଓଡ଼ିଶାର ଗ୍ରାମାଞ୍ଚଳରେ ଅଧିକ ଶାଖା ଖୋଲିବା, ଦ୍ୱିପାକ୍ଷିକ ରାଜିନାମାରେ ନିର୍ଦ୍ଧାରଣ କରାଯାଇଥିବା କାର୍ଯ୍ୟ ନିର୍ଘଣ୍ଟକୁ କଡାକଡି ଭାବେ ଲାଗୁ କରିବା, ବଡ଼ ବଡ଼ ଋଣ ଖିଲାପକାରୀଙ୍କ ବିରୁଦ୍ଧରେ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଇତ୍ୟାଦି ଦାବିରେ ସଂଘର୍ଷକୁ ଅଧିକ ବ୍ୟାପକ କରିବା ଇତ୍ୟାଦି ପ୍ରସ୍ତାବ ଗ୍ରହଣ କାଯାଇଥିଲା । ସଭାକାର୍ଯ୍ୟ ଶେଷରେ ସଭାପତି ଦେବାଶିଷ ଲେଙ୍କା ଏବଂ କାର୍ଯ୍ୟକାରୀ ସଭାପତି ହରିପ୍ରସାଦ ଦାଶଙ୍କ ନେତୃତ୍ବରେ ଏକ ୩୫ ଜଣିଆ କର୍ମକର୍ତ୍ତା କମିଟି ସର୍ବସମ୍ମତିରେ ନିର୍ବାଚିତ ହୋଇଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ବ୍ରହ୍ମପୁର ବ୍ୟାଙ୍କ୍ କର୍ମଚାରୀ ସମନ୍ବୟ ସଙ୍ଘ ସଙ୍ଗଠନର ସୁନେଜ୍ ପାଣିଗ୍ରାହୀ ଏବଂ ଶିବ ପ୍ରାସାଦ ମହାପାତ୍ରଙ୍କ ନେତୃତ୍ୱରେ ସମ୍ମିଳନୀର ପରିଚାଳନା କରାଯାଇଥିବା ବେଳେ, ସଂଗଠନର ସାଧାରଣ ସମ୍ପାଦକ ମନୋଜ କୁମାର ମୁଦୁଲିଙ୍କ ସମେତ ନୂତନ ନିର୍ବାଚିତ ସାଧାରଣ ସମ୍ପାଦକ ଲଲାଟେନ୍ଦୁ ବାରିକ ସମସ୍ତଙ୍କ ସହଯୋଗ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ।
More Stories
Three meritorious students of Gurukul felicitated in the Vikashita Odisha Program
VJ Info Institution’s 27th Foundation Day Celebrated with Great Pomp
ସୁନ୍ଦରପୁର ପାଇତେରି ଗ୍ରାମରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର