ବଲାଙ୍ଗିର : କୃଷି ଏବଂ କୃଷକଙ୍କ ପାଇଁ ସମର୍ପିତ ପୁଇଁତଲା ପ୍ରଗତି କୃଷକ ଉତ୍ପାଦକ କମ୍ପାନୀ । ଆଜି ଭୁବନେଶ୍ବର ସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବ ବିଦ୍ୟାଳୟ (ଓୟୁଏଟି)ର ୬୩ତମ ସମାବର୍ତ୍ତନ ଉତ୍ସବ ପାଳନ ଅବସରରେ ଶ୍ରୀଯୁକ୍ତ ମୋହନ ଚରଣ ମାଝି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂଦେଓ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପୁଇଁତଲା ଏଫ ପି ଓ କୁ ସମ୍ମାନିତ କରିଛନ୍ତି । ପୁଇଁତଲା ପ୍ରଗତି ଏଫ ପି ଓ ତରଫରୁ ପରିଚାଳନା ନିର୍ଦେଶକ ଶ୍ରୀଯୁକ୍ତ ପ୍ରଦୀପ ପ୍ରଧାନ ମାନପତ୍ର ଗ୍ରହଣ କରିଥିଲେ । ବଲାଙ୍ଗିର ଜିଲ୍ଲାରେ ଭାରତ ସରକାରଙ୍କ କେନ୍ଦ୍ରୀୟ ଯୋଜନାରେ ନାବାର୍ଡ ଏବଂ ମହାଶକ୍ତି ଫାଉଣ୍ଡେସନ ଦ୍ବାରା ଗଠିତ ୧୧ ଗୋଟି କୃଷକ ଉତ୍ପାଦକ କମ୍ପାନୀ ମଧ୍ୟରେ ପୁଇଁତଲା ପ୍ରଗତି ଏଫ ପି ଓ ଅନ୍ୟତମ । ଡିସେମ୍ବର ୨୦୨୨ ରେ ଗଠିତ ଏହି କୃଷକ ଉତ୍ପାଦକ କମ୍ପାନୀ ବର୍ତ୍ତମାନ ସୁଦ୍ଧା ୭୫୧ ଅଂଶୀଦାର କୃଷକଙ୍କୁ ନେଇ କାମ କରୁଛି । ସମ୍ପ୍ରତି ଏହି କୃଷକ ଉତ୍ପାଦକ କମ୍ପାନୀ ଡାଲି ଜାତୀୟ ଫସଲ, ତୈଳବୀଜ, ପନିପରିବା, ଧାନ ମଞ୍ଜି ଉତ୍ପାଦନ,ପ୍ରକ୍ରିୟାକରଣ ଏବଂ ବିକ୍ରୟ କ୍ଷେତ୍ର ତଥା ବ୍ୟବସାୟୀକ ସଜନା ଚାଷ ଇତ୍ୟାଦିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । କୃଷକ ମାନଙ୍କୁ ଏକତ୍ରିତ କରାଇ ତାଙ୍କର ଉତ୍ପାଦିତ ସାମଗ୍ରୀକୁ ସଠିକ ଦରରେ ବିକ୍ରି କରି ସେମାନଙ୍କ ଆର୍ଥିକ ମାନଦଣ୍ଡକୁ ସମୃଦ୍ଧ କରି ପାରିଛି । ଅଧୁନା କୃଷି କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସ୍ବରୂପ ଏବେ ଡ୍ରୋନମାଧ୍ୟମରେ ସାର ଏବଂ କୀଟନାଶ କn ସିଞ୍ଚନ ପାଇଁ ଚାଷୀ ମାନଙ୍କୁ ଡ୍ରୋନ ସେବା ଯୋଗାଇ ଦିଆ ଯାଉଛି । ଆଜିର ଏହି ସଫଳତା ପାଇଁ ସବୁଆଡୁ ପୁଇଁତଲା ଏଫ ପି କୁ ଶୁଭେଛାର ସୁଅ ଛୁଟୁଛି ।
More Stories
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।
12-9-2024
କଣ୍ଟାମାଳ ହାଇସ୍କୁଲରେ ସାପ କାମୁଡା ପ୍ରତି ସାବଧାନ କାର୍ଯ୍ୟକ୍ରମ