Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ଓଡ଼ିଆ ପକ୍ଷ ପାଳନ, ଅଷ୍ଟମ ଦିନରେ ରକ୍ତଦାନ ଶିବିର

Spread the love

ବ୍ରହ୍ମପୁର, ୮/୪ (ଅଭିଜିତ କର): ସ୍ଥାନୀୟ ଗାନ୍ଧୀ ନଗର ସ୍ଥିତ ଛାୟା କଲ୍ୟାଣ ମଣ୍ଡପ ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଅଷ୍ଟମ ଦିନ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସାରା ରାଜ୍ୟବ୍ୟାପି ସରକାରଙ୍କ ତରଫରୁ ଚାଲୁ ଥିବା ରକ୍ତଦାନ ଭଳି ମହତ୍ କାର୍ଯ୍ୟ ବ୍ରହ୍ମପୁରରେ ମଧ୍ୟ ମାନ୍ୟବର ବିଧାୟକ କେ ଅନିଲ କୁମାରଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା । ଏହି ରକ୍ତଦାନ ଶିବିରରେ ଅତିଥି ରୂପେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ ସଭାପତି ସରୋଜ ସାବତ, ରାଜ୍ଯ ପ୍ରବକ୍ତା ଟି.ଗୋପି, ସାଂସଦ ପ୍ରତିନିଧି ବାଳକୃଷ୍ଣ ସାମନ୍ତରାୟ, ବିଧାୟକ ପ୍ରତିନିଧି ଅଶୋକ ଶୁକ୍ଲା, ପୂର୍ବତନ ବିଡିଏ ଅଧ୍ୟକ୍ଷ ସରତ ପଟ୍ଟନାୟକ, ବିଧାୟକଙ୍କ ଏମକେସିଜି ପ୍ରତିନିଧି ରାଜୀବ ମିଶ୍ର ପ୍ରମୁଖ ଯୋଗଦାନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ଏଥିରେ ପ୍ରାୟ ୧୦୦ ୟୁନିଟ୍ ରକ୍ତ ସଂଗ୍ରହ  କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଏହି ଶିବିରରେ ପ୍ରଦୀପ ସାହୁ, ବଦ୍ରି ନାରାୟଣ ନାୟକ, ରଞ୍ଜିତ ପଟ୍ଟନାୟକ, କର୍ପୋରେଟର ସବିତା ସାହୁ, କର୍ପୋରେଟର ବନିତା ସାହୁ, ମଣ୍ଡଳ ସଭାନେତ୍ରୀ ବର୍ଷା ବିଦୁସ୍ମିତା ପାଳ, ମଣ୍ଡଳ ପ୍ରତିନିଧି ମନିତା ଦାସ, ସଞ୍ଜୟ ଜେନା, ଭିକି ଆଚାରୀଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରକୁ ଏମକେସିଜି ବ୍ଲଡ ବ୍ୟାଙ୍କର ସମସ୍ତ କର୍ମଚାରୀ ମାନେ ରକ୍ତ ସଂଗୃହୀତ କରିବାରେ ସହଯୋଗ କରିଥିଲେ ।

error: Content is protected !!
Breaking News