ଓଡିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘ ପକ୍ଷରୁ ଭୀଷଣ ବର୍ଷା ସତ୍ୱେ ଧାରଣା

Spread the love

କୋରାପୁଟ : ଜୟପୁର ଟିପିଏସ୍ଓଡିଏଲ୍ କାର୍ଯ୍ୟାଳୟ ଆଗରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା ରୁ ସମସ୍ତେ ଏକତ୍ରିତ ହୋଇ ଜୟପୁର ପାୱାର ହାଉସ୍ ଛକ ସର୍କିଲ୍ କାର୍ଯ୍ୟାଳୟ ଠାରେ ଭିସଣ ବର୍ଷାରେ ଭିଜି ମଧ୍ଯ ୧୫ ଦଫା ଦାବିକୁ ନେଇ ଧାରଣାରେ ବସିଛନ୍ତି,ଜୟପୁର ଟିପିଏସ୍ଓଡିଏଲ୍ କାର୍ଯ୍ୟାଳୟର ବିଦ୍ୟୁତ୍ ବିଭାଗରେ କାର୍ଯ୍ୟ କରୁଥିବା ଠିକା କର୍ମଚାରୀମାନଙ୍କ
ମୁଖ୍ୟତଃ ଦାବି ଗୁଡିକ ହେଲା ଛଟେଇ କର୍ମଚାରୀଙ୍କୁ ତୁରନ୍ତ ନିଯୁକ୍ତି ଦିଆଯାଉ, ନ୍ୟୁନତମ ମଜୁରି ପିଛଲା ଦିଆଯାଉ, ଗତ ୨୦୨୧ ଜୁଲାଇ ୨୧ ତାରିଖରେ ୨୨ ତାରିଖରେ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ଟିପିଏସ୍ଓଡିଏଲ୍ ବ୍ରହ୍ମପୁର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ଧାରଣା ଦେବାରୁ ୧୦୦ ଜଣ ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇଥିଲା, ଏମିତି ପ୍ରତି ବର୍ଷ ନିଯୁକ୍ତି ପାଇବ ବୋଲି ଠକି ଆଜିକୁ ୧୨ ବର୍ଷରୁ ଉର୍ଦ୍ଧ କାର୍ଯ୍ୟ କରୁଥିବା ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇ ନାହିଁ ବୋଲି ଏହାର ପ୍ରତିବାଦରେ ଧାରଣା ଦେଇଛନ୍ତି ଏବଂ ଭୋକ ଉପାସରେ ମଲେ ମରିବୁ ପଛେ ଦାବୀ ପୁରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଓଡିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘର କର୍ମକର୍ତ୍ତା ଟିପିଏସ୍ଓଡିଏଲ୍ ମୂଖ୍ୟ ପରିଚାଳକ ଏବଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

error: Content is protected !!