ଆଜି ଓୟୁଜେ ଖୋର୍ଦ୍ଧା ଜିଲ୍ଲା ପକ୍ଷରୁ ୱିଲକିସ ନଗର ଅଁଲେଇ ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହା ଓୟୁଜେ ଖୋର୍ଦ୍ଧା ଜିଲ୍ଲା ସଭାପତି ତପନ କୁମାର ନାୟକ, ଏବଂ ସାଧାରଣ ସମ୍ପାଦକ ଲୋହିତ ନାରାୟଣ ମହାପାତ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଖୋର୍ଦ୍ଧା ବନବିଭାଗ ଅଧିକାରୀ ଶ୍ରୀ ଜୟକୃଷ୍ଣ ପଣ୍ଡା, ଏବଂ ସମ୍ମାନୀୟ ଅତିଥି ଭାବେ ଓୟୁଯେ ରାଜ୍ୟ ସମ୍ପାଦକ ପ୍ରସନ୍ନ ପାଇକରାୟ, ଯୋଗଦେଇ ଥିଲେ। ଏଥି ସହ ଓୟୂଜେ ଜିଲ୍ଲା ସଦସ୍ୟ ଦିଲୀପ କୁମାର ହୋତା, ଲକ୍ଷ୍ମୀନାରାୟଣ ମହାପାତ୍ର,ନାରାୟଣ ମହାନ୍ତି, ରାଜେଶ୍ ମହାନ୍ତି, ସୟଦ୍ ଅନସର ଅଲ୍ଲୀ, ଗୋପାଳ କୃଷ୍ଣ ପ୍ରଧାନ, ଶୁଭଲକ୍ଷ୍ମୀ ସାମନ୍ତରା, ଅଜିତ୍ କୁମାର ମିଶ୍ର,ସନ୍ଦୀପ ବର୍ମନ, ଅଏସ ମହାନ୍ତି, ରମେଶ ସାମନ୍ତରାୟ, ଚନ୍ଦନ କୁମାର ସୁନ୍ଦରାୟ, ଶିବ ଚରଣ ସିଂ, ପ୍ରମୁଖ ଯୋଗ ଦେଇଥିଲେ। ଏଥି ସହିତ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସୁଚାର ରୂପେ ହୋଇଯାଇଛି।
More Stories
25-11-2024
ମେମ୍ବର ସିପ୍ ଡ୍ରାଇଭକୁ ନେଇ ମହାନଗର ବିଜେଡିର ଜରୁରୀକାଳୀନ ବୈଠକ
6-10-2024