ଔଷଧ ବ୍ୟବସାୟୀ ସଂଘର ମେଗା ରକ୍ତଦାନ ଶିବିର, ୧୮୦ ୟୁନିଟ ରକ୍ତ ସଂଗ୍ରହ

Spread the love

ବ୍ରହ୍ମପୁର, ୨୩/୧ (ଅଭିଜିତ କର): ସ୍ଥାନୀୟ ପ୍ରେମ ନଗର ସ୍ଥିତ ରୋଟାରୀ ହଲରେ ଶୁକ୍ରବାର ସକାଳ ସମୟରେ ଗଞ୍ଜାମ ଔଷଧ ବ୍ୟବସାୟୀ ସଂଘ ତରଫରୁ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଜିପିଶିଡିଏ ସମ୍ପାଦକ ତଥା ୟୁସିଡ଼ିଏ ସଭାପତି ପି ସତ୍ୟ ନାରାୟଣଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ଜିପିଶିଡିଏ ଉପଦେଷ୍ଟା ତଥା ଏଆଇଓସିଡି ଯୁଗ୍ମ ସମ୍ପାଦକ ଭି ଜଗନ୍ନାଥ ରାଓ ଓ ଜିପିଶିଡିଏ ସଭାପତି ବିଷ୍ଣୁ ପ୍ରାସାଦ ପଣ୍ଡା ପ୍ରମୁଖ ଯୋଗଦେଇ ଶିବିରର ଶୁଭ ଉଦଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ କୁହାଯାଇଛି ଯେ, ସର୍ବ ଭାରତୀୟ ଔଷଧ ବ୍ୟବସାୟୀ ସଂଘର ସ୍ଵର୍ଣ୍ଣମ ଦିବସ ତଥା ଜାତୀୟ ସଭାପତି ଜଗନ୍ନାଥ ସିନ୍ଦେଙ୍କ ୭୫ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ଔଷଧ ବ୍ୟବସାୟୀ ସଂଘର ଆହ୍ଵାନ କ୍ରମେ ଏହି ରକ୍ତଦାନ ଶିବିର ଆୟୋଜନ ହୋଇଥିଲା। ସେହିପରି ଭାରତର ସମସ୍ତ ଔଷଧ ବ୍ୟବସାୟୀ ସଂଘ ଓ ଓଡ଼ିଶାର ସମସ୍ତ ଔଷଧ ବ୍ୟବସାୟୀ ସଂଘ ତରଫରୁ ରକ୍ତଦାନ ଶିବିର ଆୟୋଜିତ କରାଯାଉଥିବା ରାଜ୍ୟ ସଙ୍ଘ ସଦସ୍ୟ ମାନେ ସୂଚନା ଦେଇଛନ୍ତି। ତେବେ ଏଥି ଦ୍ଵାରା ଭାରତ ବର୍ଷରେ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ, ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଦୃଷ୍ଟି ଆକର୍ଷଣ କରି ଜନ ସାଧାରଣ ସୁବିଧାରେ କିଭଳି ରକ୍ତ ପାଇପାରିବେ ସେହି ଲକ୍ଷ୍ୟରେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ବୋଲି ସଂଘ ପକ୍ଷରୁ କୁହାଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ପ୍ରଦୀପ ପଣ୍ଡା, ମନୁ ସେନାପତି, ବଲ୍ଲଭ ପାଣିଗ୍ରାହୀ, ଇପାରି କ୍ରିଷ୍ଣା ପ୍ରସାଦ ରାଓ, ସତ୍ୟକାମ ପାତ୍ର, ଭି ଚନ୍ଦ୍ରଶେଖର, ଜିତେନ୍, ସୁଜିତ୍ ଭୂୟାଁ, କେଦାରନାଥ ଜେନା, ସିମାଞ୍ଚଳ ପାଣିଗ୍ରାହୀ, ଅବନୀ ସାହୁ, ଆନନ୍ଦ ରାଓ, ଗିରିଶ ପ୍ରଧାନ, ଧର୍ମା ରାଓ, ଲକ୍ଷ୍ମୀ ପାତ୍ର, ନାଗେଶ୍ଵର ପୃଷ୍ଟିଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହି ଶିବିରକୁ ବ୍ରହ୍ମପୁର ବ୍ଲଡ ବ୍ୟାଙ୍କର ଡ଼ାକ୍ତର ଓ କର୍ମଚାରୀ ମାନେ ରକ୍ତ ସଂଗ୍ରହରେ ସହଯୋଗ କରିଥିବା ବେଳେ, ଏହି ଶିବିରରେ ସର୍ବମୋଟ ୧୮୦ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।

error: Content is protected !!
Breaking News