Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

କଥା ଦେଇ କଥା ରଖିଲେ ଲକ୍ଷ୍ମୀପ୍ରିୟା ନାୟକ

Spread the love

ପରାଜୟ ପରେ ବି ଭୁଲି ନଥିଲେ ପ୍ରତିଶ୍ରୁତି, ଅଞ୍ଚଳବାସୀଙ୍କ ପ୍ରଶଂସା

ମାଲକାନଗିରି: ୬/୨(ବାଦଲ ବିଶ୍ଵାଳ): ନିର୍ବାଚନରେ ମନୋନୀତ ହେଇଥିବା ପାର୍ଥି ମାନେ ଭୋଟ ଗ୍ରହଣ ଆଗରୁ ବହୁତ କିଛି ପ୍ରତିଶୃତି ଦେଇଥାନ୍ତି, ଏବଂ ନିର୍ବାଚନରେ ନିର୍ବାଚିତ ହେବ ପରେ ସେମାନେ ତାଙ୍କ ପ୍ରତିଶୃତି ପୂରଣ କରିବା ପାଇଁ ଭୁଲିଯାନ୍ତି । କିନ୍ତୁ ମାଲକାନଗିରି ଜିଲ୍ଲାରେ କିଛି ଅଲଗା ଦେଖିବାକୁ ମିଳିଛି, ମାଥିଲି ବ୍ଲକ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ନାୟକ ଯେ କି, ଗତ ୨୦୨୪ ନିର୍ବାଚନରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରୁ ବିଜେଡି ବିଧାୟକ ପାର୍ଥି ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ କରିଥିଲେ । ହେଲେ ଦୁର୍ଭାଗ୍ୟ ବଶତଃ ସେ ନିର୍ବାଚନରେ ପରାସ୍ତଏ ସାମ୍ନା କରିବା ପାଇଁ ପଡ଼ିଥିଲା । ପରାସ୍ତ ପରେ ବି ସେ ନିଜ ପ୍ରତିଶୃତିକୁ ଭୂଳି ନଥିଲେ, ମାଥିଲି ବ୍ଲକର ଧୁଙ୍ଗିଆ ପୁଟ ଗ୍ରାମ ପଞ୍ଚାୟତର ବନ୍ଦ ଗୁଡା ଛକ ଠାରୁ ଗୁମା ଯୋଡି ରାସ୍ତା ଓ କିଆଙ୍ଗ ଗ୍ରାମ ପଞ୍ଚାୟତର ମାନ୍ଦା ପାଲି ଠାରୁ ଜିଗିଡି ପାଲି ରାସ୍ତା ନିର୍ମାଣ କରାଯିବା ନିମନ୍ତେ ନିର୍ବାଚନ ଆଗରୁ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିଲେ । ଆଜି ତାଙ୍କ କଥା ରକ୍ଷା କରି ଉଭୟ ପଞ୍ଚାୟତର ସରପଞ୍ଚ ମଧୂସୁଦନ ନାୟକ ଓ ଲକି ପୂଜାରୀ ଓ ଉକ୍ତ ଗ୍ରାମବାସୀଙ୍କୁ ନେଇ ରାସ୍ତା ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଏଥିରେ ଗ୍ରାମବାସୀ ମାନେ ବହୁତ ଖୁସି ହୋଇ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ଭୂରି ଭୂରି ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି । ଏହିପରି ଅନେକ ଗାଁରେ ଶ୍ରୀମତୀ ଲକ୍ଷ୍ମୀ ଯଥା ସମ୍ଭବ ପ୍ରଚେଷ୍ଟା କରି ସାଧାରଣ ଲୋକଙ୍କର ପ୍ରିୟ ହେଇପାରିଛନ୍ତି ।

error: Content is protected !!
Breaking News