କରଞ୍ଜିଆଠାରେ ବେଆଇନ ହାତୀଦାନ୍ତ ଚୋରା ଚାଲାଣ, ଦୁଇ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ

Spread the love

ବନ ବିଭାଗ ପକ୍ଷରୁ ହାତୀଦାନ୍ତ ଚୋରାଚାଲାଣ ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଖବର ହସ୍ତଗତ ହୋଇଛି।ବନ ବିଭାଗ ପକ୍ଷରୁ ଓଆର ୫୯ ଡି ୨୦୨୪/୨୫ ନମ୍ବର କେଶ୍ ରୁଜ୍ଜୁ କରାଯାଇଛି। ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ବେଆଇନ ହାତୀଦାନ୍ତ ଓ ଅନ୍ୟାନ୍ୟ ଜଙ୍ଗଲୀ ଜନ୍ତୁ ଚମଡ଼ା,ନଖ ଓ ଶିଙ୍ଗ ପ୍ରଭୃତିର ଚୋରା କାରବାର ହେଉଥିବା ଖବର ପାଇଥିଲେ କରଞ୍ଜିଆ ବନ ବିଭାଗ।

ଗତକାଲି କରଞ୍ଜିଆ ବନଖଣ୍ଡ ଅଧିକାରୀ ସୁବ୍ରତ କୁମାର ପାତ୍ରଙ୍କ ନିର୍ଦ୍ଦେଶ ମତେ ଏହି ଦଳ କରଞ୍ଜିଆ ବନ ବିଭାଗ କର୍ମଚାରୀ ମାନଙ୍କ ସହଯୋଗରେ ଦୁଧିଆଣୀ ବନାଞ୍ଚଳ ଗିଧିବାସ ନିକଟରୁ ଦୁଇ ଜଣଙ୍କୁ ଧରିବାରେ ସଫଳ ହୋଇଛନ୍ତି ।ସେମାନେ ହେଲେ କେନ୍ଦୁଝର ଜିଲ୍ଲା ପାଟଣା ଥାନା ମାଛଗଡ ଅଞ୍ଚଳର ପ୍ରତାପ ମଣ୍ଡଳ (୧୯) ପିତା ରାଜେନ୍ଦ୍ର ମଣ୍ଡଳ  ଓ କରଞ୍ଜିଆ ୱଡ ନମ୍ବର ୧୨ ନୂଆସାହିର ଅଙ୍କିତ ଦେହୁରୀ (୧୯) ପିତା କାନ୍ତି କୁମାର ଦେହୁରୀ। ସେମାନଙ୍କ ନିକଟରୁ ଗୋଟିଏ ଦନ୍ତା ହାତୀଦାନ୍ତ ଖଣ୍ଡ ୭.୫×୨.୫ ସେଣ୍ଟିମିଟର,ଓଜନ ୪୦ ଗ୍ରାମ,୧ଟି ଜଙ୍ଗଲୀ ଜନ୍ତୁ ଚମଡ଼ା ୬× ୪ ସେଣ୍ଟିମିଟର,ହରିଣ ଶିଙ୍ଗର ଦୁଇଟି ଅ°ଶାଭିଶେଷ ୫×୫.୫ ଓ ୨.୫×୪ ସେଣ୍ଟିମିଟର, ଗୋଟିଏ ଜଙ୍ଗଲୀ ଜନ୍ତୁ ନଖ,ଦୁଇଟି ମୋବାଇଲ ଭିଭୋ,ଭି୨୨୦୨ ଓ ସାମସଙ୍ଗ ଗାଲାକ୍ସି ୩୦ । ଏହି ଚଢ଼ାଉରେ ସହକାରୀ ବନ ସଂରକ୍ଷକ ଫାଲଗୁନୀ ବେହେରାଙ୍କ ନେତୃତ୍ବରେ ଓ ଦୁଧିଆଣୀ ବନାଞ୍ଚଳ ତାଟୋ ସେକ୍ସନ ଟାଇସିରା ବନରକ୍ଷୀ ମନୋଜ କୁମାର ମହାନ୍ତ ସାମିଲ ଥିଲେ |

ମୟୂରଭଞ୍ଜ ବାରିପଦା ରୁ ଗୌର ଦାସଗିରି

error: Content is protected !!