• ସଚେତନତା ଅଭିଯାନରେ ପଥପ୍ରାନ୍ତ ସଭା ଓ ବିଶାଳ ପଦଯାତ୍ରା
ବ୍ରହ୍ମପୁର, ୪।୨ (ଅଭିଜିତ କର): ବିଶ୍ବ କର୍କଟ ଦିବସ ଅବସରରେ ସ୍ଥାନୀୟ ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଖେଳ ପଡିଆ ଠାରେ ମଙ୍ଗଳବାର ପୂର୍ବାହ୍ନରେ କ୍ରାନ୍ତି ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମୁଖ କର୍କଟ ରୋଗୀ ଡ଼ ଦେବାନନ୍ଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ପୂର୍ବତନ ବିଧାୟକ ଡା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବିଇଏମସିର ମେୟର ସଂଘମିତ୍ରା ଦଳେଇ, ପୂର୍ବତନ ଓଡ଼ିଶା କାଜୁ ନିଗମ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା, ବିଶାଖାପାଟଣା ସ୍ଥିତ ମହାତ୍ମାଗାନ୍ଧୀ କ୍ୟାନ୍ସର ହସପିଟାଲ ଓ ରିସର୍ଚ୍ଚ ସେଣ୍ଟରର ବରିଷ୍ଟ ରେଡିଆସାନ ଓଙ୍କୋଲଜୀ ଡ଼ାକ୍ତର କାହ୍ନୁ ଚରଣ ପାତ୍ର, ବ୍ରହ୍ମପୁର ବରିଷ୍ଟ ମଧୁମେୟ ଡାକ୍ତର ସୁନିଲ କୋଟା, ଏମକେସିଜି ମେଡିକାଲ କଲେଜ ଓ ହସପିଟାଲର ଟିବି ଓ ଚେଷ୍ଟର ଏସୋସିଷ୍ଟଟ ପ୍ରଫେସର ଡାକ୍ତର ପ୍ରୀୟଜୀତ ଜେନା, ମନୁ ସେନାର ଚେୟାରପର୍ସନ ମୀନା ଦ୍ୟାନ ସାମନ୍ତରାୟ, ସାମନ୍ତରାୟ ଏକାଡେମୀର ନିର୍ଦ୍ଦେଶକ ଦେବେଶ ସାମନ୍ତରାୟ ଓ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଅଧ୍ୟକ୍ଷ ଇଁ ରଞ୍ଜନ କୁମାର ପରିଡ଼ା ପ୍ରମୁଖ ଯୋଗଦାନ କରି ଜନ ସାଧାରଣଙ୍କୁ କର୍କଟ ରୋଗର ଭୟାବହତା ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସଚେତନତା କରାଇ ଥିଲେ। ଏହି ସଚେତନତା ସଭା ଓ ବିଶାଳ ପଦଯାତ୍ରାରେ ନିର୍ଦ୍ଦେଶକ ଡ଼ ଦାଶ ମତ ପ୍ରକାଶ କରିଛନ୍ତି ଯେ, ସେ ଜଣେ ମୁଖ କର୍କଟ ରୋଗୀ ହୋଇଥିବା ଯୋଗୁଁ ସେ ଲୋକ ମାନଙ୍କୁ କର୍କଟ ରୋଗ ପ୍ରତି ଜନ ସାଧାରଣଙ୍କ ମଧ୍ୟରେ ସଠିକ୍ ସଚେତନ ନଥିବାରୁ, ଏହି ରୋଗରେ ପୀଡିତ ମୃତ୍ୟୁ ସୁନିଶ୍ଚିତ ବୋଲି ଭାବି ନିଅନ୍ତି । ଏଣୁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମସ୍ତେ ମିଳମିଶି ସଚେତନ କରିବା ଓ ଭାରତକୁ କର୍କଟ ମୁଖରୁ ରକ୍ଷା କରିବା ପାଇଁ ସମସ୍ତଙ୍କୁ ଶପଥ କରାଇ ତମାଖୁ ଛାଡ଼ନ୍ତୁ ଜୀବନ ବାଛନ୍ତୁ ଏହି ମନ୍ତ୍ରରେ ସଂକଳ୍ପ କରାଇ ଥିଲେ। ଏହି ବିଶାଳ ସମାରୋହ ଓ ଗଣ ପଦଯାତ୍ରାରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ବହୁ ସ୍ବେଛାସେବୀ ମାନଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦାନ କରିଥିବା ବେଳେ, ସମସ୍ତ ଅତିଥି ମାନେ ପ୍ଲାକ କାଡ ଦେଖାଇ ବିଶାଳ ପଦଯାତ୍ରକୁ ଶୁଭାରମ୍ଭ କରିଥିଲେ। ଏହାକୁ ଅନୁଷ୍ଠାନର ସମସ୍ତ ସଦସ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ।
More Stories
Three meritorious students of Gurukul felicitated in the Vikashita Odisha Program
VJ Info Institution’s 27th Foundation Day Celebrated with Great Pomp
ସୁନ୍ଦରପୁର ପାଇତେରି ଗ୍ରାମରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର