Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

କାରଗିଲ ବିଜୟ ଉତ୍ସବ ପାଳନ କଲା ବିଜେପି ଯୁବମୋର୍ଚ୍ଚା

Spread the love

କେନ୍ଦୁଝର : କେନ୍ଦୁଝର ସହର ସ୍ଥିତ ଅଡିଟୋରିୟମ ଠାରେ ଶୁକ୍ରବାର ଦିନ ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ସବୀର ଦାଶଙ୍କ ଅଧ୍ୟକ୍ଷତାରେ କେନ୍ଦୁଝର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ୨୫ ତମ କାରଗିଲ ବିଜୟ ଉତ୍ସବ ପାଳିତ ହୋଇ ଯାଇଅଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ କେନ୍ଦୁଝର ପୌରାଧ୍ୟକ୍ଷା ନିକୁ ସାହୁ, ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପ୍ରଭାରୀ ଅନୁବ୍ରତ ବେହେରା, ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଶୁକଦେବ ମହାନ୍ତ, ଅବସର ପ୍ରାପ୍ତ ସେନା ଅଧିକାରୀ ଚନ୍ଦ୍ରମଣି ଦଳେଇ, ଗୋପୀନାଥ ରାମ, ଶିବ କୁମାର ରାଠୋର, ପ୍ରକାଶ ମଲ୍ଲିକ, ରାଧାକାନ୍ତ ମହାନ୍ତ, ବିବେକାନନ୍ଦ ମହାନ୍ତ ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲ୍ଲାର ଅବସରପ୍ରାପ୍ତ ସେନା ଅଧିକାରୀ ଙ୍କୁ ବିଶେଷ ଭାବରେ ନିମନ୍ତ୍ରିତ କରି ଉପଢୌକନ ତଥା ପୁଷ୍ପ ମାଲ୍ୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଭରତ ମାତା କି ଜୟ ସହିତ ସହିଦ ରତନ ପ୍ରଧାନ ଅମର ରହେ ନାରା ରେ ପ୍ରକମ୍ପିତ ହୋଇଥିଲା କାର୍ଯ୍ୟକ୍ରମ ସ୍ଥଳ। ସବୀର ଦାଶ ସ୍ୱାଗତ ଭାଷଣ ରଖିଥିବା ବେଳେ ଅଂଶୁମାନ ସବୁଜ ମହାନ୍ତ ବର୍ମା ସମାରୋପ ଭାଷଣ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସଂଯୋଜନା କରିଥିବା ବେଳେ ଅନ୍ୟତମ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରେମ୍ ପ୍ରକାଶ ମୁଣ୍ଡା ଧନ୍ୟବାଦ୍ ଦେଇଥିଲା। ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ ବିଷ୍ଣୁ ଗୁପ୍ତ ପ୍ରସାଦ, ଅଶ୍ୱିନୀ ମହାନ୍ତ, ତପନ ପାତ୍ର, ବିଷ୍ଣୁ ତ୍ରିପାଠୀ, ରୂପେଶ ରଣା, ସଚ୍ଚିଦାନନ୍ଦ ବେହେରା, ଅମନ୍ ଗୁପ୍ତା, ରାଜା ଗୁପ୍ତl, ଜୁଲିଅସ ସିଂ ପ୍ରମୁଖ କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ।

error: Content is protected !!
Breaking News