ନୂଆପଡ଼ା ଜିଲ୍ଲା ସଦରମହକୁମା ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ କେନ୍ଦ୍ର ଓ ରାଜ୍ୟ ବଜେଟ କୁ ନେଇ ଜିଲ୍ଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଏହି ସମ୍ମିଳନୀ ରେ ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ଖରୀଆର ରୋଡ ଅଧ୍ୟକ୍ଷା ସୋନିଆ ଜୈନ, ସୋମନାଥ ଅଗ୍ରୱାଲ, ଜିଲ୍ଲା ଯୁବ ସଭାପତି ଅଭିନନ୍ଦନ ପଣ୍ଡା, ସରୋଜ କୁମାର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ତୁଲସ ପଟେଲ, ହରିଶ୍ଚନ୍ଦ୍ର ପଣ୍ଡା, ପ୍ରମୁଖ ଯୋଗ ଦେଇ ରାଜ୍ୟ ଏବଂ କେନ୍ଦ୍ର ବଜେଟ ଲୋକଙ୍କ ପାଇଁ ଉଦ୍ଧିଷ୍ଟ ବଜେଟ ବୋଲି ମତବ୍ୟକ୍ତ କରିଥିଲେ। ଏହି ବଜେଟ ରେ ପ୍ରତ୍ୟେକ ସ୍ତରର ବ୍ୟକ୍ତିଙ୍କ ପାଇଁ ବିଶେଷ ଧ୍ୟାନ ଦିଆଯାଇଥିବା ବେଳେ ସୁଭଦ୍ରା ଯୋଜନା ରେ ମହିଳାଙ୍କ ୫୦୦ କୋଟି, ୨୦୭୪ ସୁଦ୍ଧା ସଙ୍ଘୀୟ ସାମୁହିକ ସାମର୍ଥ୍ୟରେ ବିକଶିତ ଭାରତ ଗଠନ ହେବା ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ। ପୂର୍ବାଞ୍ଚଳ ରାଜ୍ୟର ବିକାଶ ପାଇଁ ୧୦ ହଜାର କୋଟି, ସୁଭଦ୍ରା ଯୋଜନା, କୃଷକ ସମୃଦ୍ଧି ଯୋଜନା ରେ ୫୦୦୦ କୋଟି ଟଙ୍କା ବଜେଟ ରେ ସ୍ଥାନିତ ହୋଇଥିବା ନେଇ ଏକ ସ୍ବାଗତ ଯୋଗ୍ୟ ବଜେଟ ବୋଲି କହିଛନ୍ତି।ଆଦିବାସୀ ଜୀବନ ଜୀବିକା ଯୋଜନା ଭଳି ଅନେକ ଯୋଜନା ନେଇଥିବା ପ୍ରକାଶ କରିଛନ୍ତି।
More Stories
Saraswati Vidya Mandir Higher Secondary School, Nilakanth Nagar, has achieved a record in science and commerce exams
ରାଜା ସାହିରେ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ, ଉତ୍ତମ ଚିକିତ୍ସା ପାଇଁ ମେଡିକାଲ୍ ସ୍ଥାନାନ୍ତର
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ