ଖୋର୍ଦ୍ଧା : ଝାରପଡା ଜେଲରେ ବିଚାରାଧୀନ କଏଦୀ ଖୋର୍ଦ୍ଧା କୋର୍ଟରୁ ଫେରାର । ତା ଦେକୁ ଧରିବା ଲାଗି ପୁଲିସ ନାକେଦମ ହୋଇଥିବାବେଳେ ରିପୋର୍ଟ ଲେଖାହେବା ଯାଏଁ ଧରି ପାରିନଥିବା ଜଣାଯାଇଛି । ସୂଚନା ଅନୁଯାଇ ଖୋର୍ଦ୍ଧା ଜିଲ୍ଲା କୁହୁଡି ଫାଣ୍ଡି ଅଂଚଳର ସୁକାନ୍ତ ନାୟକ । ସୁକାନ୍ତ ନାୟକ ଦୁଇ ବର୍ଷ ଧରି ଟାଙ୍ଗୀ ଥାନା କୁହୁଡି ଫାଣ୍ଡି ଅଂଚଳର ଏକ କେସରେ ଝାରପଡା ଜେଲରେ ସଜା କାଟୁଥିଲେ । ତେବେ ଶନିବାର ଦିନ ଆସାମୀ କୁ ଆଇଓ ସାକ୍ଷୀ ନିମନ୍ତେ ଝାରପଡା ଜେଲରୁ ଖୋର୍ଦ୍ଧା କୋର୍ଟ ପୁଲିସ ଦ୍ୱାରା ଅଣାଯାଇଥିଲା ।
କୋର୍ଟ ପରିସର ମଧ୍ୟରେ ଆସାମୀର ହାତରୁ ହାତକଡ଼ି ଖୋଲି ଦେବା ପରେ ଆସାମୀ ପୁଲିସକୁ ଚକ୍ମା ଦେଇ ଖସି ଯାଇଥିବା ଖବର ଚାଂଚଲ୍ୟ ଖେଳିଯାଇଛି । ତେବେ ପୁଲିସ ହାତରୁ ଖସି କଏଦୀ ଜଣକ ଦୀର୍ଘ ସମୟ ଧରି କୋର୍ଟ ଛାତ ଉପରେ ଖସିବା ପାଇଁ ଯୋଜନା କରୁଥିବା ବେଳେ ଶେଷରେ ସଫଳ ହୋଇଛି । କୋର୍ଟ ଛାତ ଉପରକୁ ପ୍ରଥମେ କଏଦୀ ଯାଇଥିଲା ଏବଂ ପରେ ସିଡିରେ ତଳକୁ ଆସି କୌଣସି ମତେ ତଳକୁ ଯିବାରେ ସଫଳ ହେବାରେ କୋର୍ଟ ପଛ ଭାଗର ପାଚେରୀ ଡେଇଁ ଖସିଯିବାରେ ସଫଳ ହୋଇଥିବା କୋର୍ଟ ସିସିଟିଭିରୁ ଜଣାଯାଉଛି । ତେବେ କଏଦୀ ଧରିବା ଲାଗି ସ୍ଥାନୀୟ ପୁଲିସ ଓ କମିଶନରେଟ ପୁଲିସ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ଯାଂଚ କରୁଛନ୍ତି ।
More Stories
ବିଧାୟକଙ୍କ ଅନୁଦାନରେ କମ୍ୟୁନିଟି ହଲ ନିର୍ମାଣ ପାଇଁ ଭୂମି ପୂଜନ
ତାରାଦେବୀଙ୍କ ଯାତ୍ରାର ପଞ୍ଚମୁଖ ହନୁମାନ କଳାକୁଞ୍ଜର ଭସାଣି ଶୋଭାଯାତ୍ରା
ୱାର୍ଡବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଆଧାର କେନ୍ଦ୍ର ବ୍ୟବସ୍ଥା କଲେ ଧିରେଶ