ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ରେ ଡି ଆର ଡି ଏ ସମ୍ମିଳନୀ କକ୍ଷ ରେ ସକାଳ ଘ ୧୦.୩୦ ମି ରେ ପେନସନ ଅଦାଲତ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି । ମୋଟ ୧୮୭ ସଂଖ୍ୟକ ପେନସନ ମାମଲା ଗୁଡିକର ସମୀକ୍ଷା କରା ଯାଇଥିଲା । ତନ୍ମଧ୍ୟରୁ ୫୩ ଟି ଭିଜିଲାନ୍ସ କେସ, ଅପରାଧିକ ମାମଲା, ଡିପି ମାମଲା ଏବଂ ୭୪ ଟି ମାମଲା ସେବା ର ଅନିୟମିତତା କାରଣ ରୁ ମାମଲା ବିଚାରାଧୀନ ରହିଛି I ଅନିୟମିତ ପେନସନ କୁ ଠିକ ସମୟ ରେ ଅନୁମୋଦନ ପାଇଁ ଏବଂ ଭିଜିଲାନ୍ସ ମାମଲା ର ସ୍ଥିତି ଏବଂ ବିଚାରଧୀନ ଡି ପି ମାମଲା ଗୁଡିକର ଶୀଘ୍ର ସମାଧାନ କରିବାକୁ ଅତିରିକ୍ତ ଜିଲ୍ଲାପାଳ, ଖୋର୍ଦ୍ଧା ନିର୍ଦେଶ ଦେଇଛନ୍ତି । ସମୀକ୍ଷା ବୈଠକ ସମୟରେ ସମସ୍ତ ମୁଖ୍ୟ କାର୍ଯ୍ୟାଳୟ ରେ ଅବସର ପ୍ରାପ୍ତ କର୍ମଚାରୀଙ୍କ ଚୂଡ଼ାନ୍ତ ପେନସନ ର କାଗଜ ପତ୍ର ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ । ଆହୁରି ମଧ୍ୟ ସମସ୍ତ ମୁଖ୍ୟ କାର୍ଯ୍ୟାଳୟ ସେମାନଙ୍କ ସପକ୍ଷ ରେ ପେନସନ ଭୋଗୀ ସୁବିଧା କୁ ଠିକ ସମୟ ରେ ଅନୁମୋଦନ ପାଇଁ ଏବଂ ଅବସର ନେବା ପୂର୍ବରୁ ଅବସର ପ୍ରାପ୍ତ କର୍ମଚାରୀଙ୍କ ସେବା କୁ ନିୟମିତ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଥିଲା ।
ଏହି ଅଦାଲତ ରେ ସମସ୍ତ ତହସିଲଦାର, ବିଡିଓ, ବ୍ଲକ ଶିକ୍ଷା ଅଧିକାରୀ, ଜିଲ୍ଲା ସ୍ଥରୀୟ ଅଧିକାରୀ, ଡିଏଫଓ, ଡିଏଓ, ସିଡିଏମଓ, ନିର୍ବାହୀ ଯନ୍ତ୍ରୀ, ଆର ଆଣ୍ଡ ବି ଯୋଗଦାନ କରିଥିଲେ I
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ