ଖୋର୍ଦ୍ଧା: ଖୋର୍ଦ୍ଧା ମୁଖ୍ୟ ଡାକ୍ତରଖାନାର ରକ୍ତ ପରୀକ୍ଷା କେନ୍ଦ୍ରରେ ଅବହେଳା ଏବଂ ଜୀବନ ସହିତ ଚାଲିଛି ଖେଳ।ଗତ କାଲି ନମୁନା ପାଇଁ ତିନି ଦିନର କୋମଳମତି ଶିଶୁଙ୍କ ଠାରୁ ସଂଗ୍ରହ କରାଯାଇଛି ରକ୍ତ, ହେଲେ ରିପୋର୍ଟ ମିଳୁନି, କାରଣ ଦାୟିତ୍ୱରେ ଥିବା ଲ୍ୟାବ୍ ଟେକନିସିଆନଙ୍କ ଅବହେଳାରୁ ହଜି ଯାଇଅଛି ନମୁନା ପାଇଁ ସଂଗ୍ରହ କରାଯାଇଥିବା ରକ୍ତ । ଏଥିପାଇଁ ଦାୟୀ କିଏ ? ଏମିତି ଏକ ଘଟଣା ଘଟିଛି ଗୁଡୁମ୍ ଅଞ୍ଚଳରୁ ଆସିଥିବା ଜଣେ ମହିଳାଙ୍କ ନବଜାତ ଶିଶୁ କ୍ଷେତ୍ରରେ। ଗତକାଲି ସକାଳ ୯ଟା ସମୟରେ ଉକ୍ତ ନବଜାତ ଶିଶୁ ଠାରୁ ୨ଟି ରକ୍ତ ନମୁନା ସଂଗ୍ରହ କରାଯାଇଥିଲା ।
ଗୋଟିଏ ଗ୍ରୁପ୍ ଓ ଜଣ୍ଡିସ ପାଇଁ ଏବଂ ଆର ଟି ସିବିସି ପାଇଁ । ହେଲେ ଦୀର୍ଘ ୮ ଘଣ୍ଟାର ଅପେକ୍ଷା ପରେ ନବଜାତ ଶିଶୁର କେବଳ ବ୍ଲଡ଼ଗ୍ରୁପ୍ ଓ ଜଣ୍ଡିସ ର ରିପୋର୍ଟ ମିଳିଥିବା ବେଳେ ଆର (ସିବିସି) ରିପୋର୍ଟ ଦେବାକୁ ଅସମର୍ଥ ହୋଇଥିଲେ ଦାୟିତ୍ୱରେ ଥିବା ଲ୍ୟାବ ଟେକ୍ନିସିଆନ୍ । ଘଟଣା ବୁଝିବାପରେ ପରୀକ୍ଷା ପାଇଁ ସଂଗ୍ରହ କରାଯାଇଥିବା ଦ୍ଵିତୀୟ ରକ୍ତ ନମୁନା ଟିକୁ ନିଜ ଅବହେଳାରୁ ହଜାଇ ଦେଇଥିବା ହେତୁ ନିଜ ଦୋଷ ଲୁଚାଇବାକୁ ଯାଇ ରକ୍ତ ନମୁନା ନଷ୍ଟ ହୋଇ ଯାଇଅଛି ବୋଲି ସଫେଇ ଦେଇଥିଲେ ଲ୍ୟାବ ଟେକ୍ନିସିଆନ ଏବଂ ପୁର୍ନବାର ନବଜାତ ଶିଶୁଠାରୁ ରକ୍ତ ଆଣିବାକୁ ଶିଶୁର ପରିବାର ଲୋକଙ୍କୁ କୁହା ଯାଇଥିଲା । ତେବେ ଏପରି ଅବହେଳା ପାଇଁ ଦାୟୀ କିଏ। ରକ୍ତ ନମୁନା ସଂଗ୍ରହ ପାଇଁ ଗୋଟିଏ ନବଜାତ ଶିଶୁର କୋମଳ ଶରୀରରେ ବାରମ୍ବାର ଛୁଞ୍ଚି ଫୋଡ଼ିବା କେତେ ଦୂର ଠିକ୍, ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନବଜାତ ଶିଶୁର ପରିବାର ଲୋକେ
More Stories
13.01.2025
4-12-2024
25-11-2024