ବୁଗୁଡା : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମର ବିଶ୍ଵକର୍ମା ଭବନରେ ଗଞ୍ଜାମ ଜିଲ୍ଲା ବିଶ୍ଵକର୍ମା ସମାଜ ପକ୍ଷରୁ ବନ୍ଧୁ ମିଳନ ଓ ସାଂଗଠନିକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଗଞ୍ଜାମ ଜିଲ୍ଲାର ସଭାପତି ଅଜୟ କୁମାର ମହାରଣା ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ସମ୍ପାଦକ ସୂର୍ଯ୍ୟ ନାରାୟଣ ମହାରଣା ସମ୍ପାଦକୀୟ ବିବରଣୀ ପଠନ ସହ ସଂଯୋଜନା କରିଥିଲେ। ଜିଲ୍ଲା କୋଷାଧ୍ୟକ୍ଷ ଚନ୍ଦ୍ରଶେଖର ମହାରଣା ଚଳିତ ବର୍ଷର ଆୟ ଓ ବ୍ୟୟର ହିସାବ ଉପସ୍ଥାପନ କରିଥିଲେ। ଏହି ବୈଠକରେ ଘୁମୁସର, ମହୁରୀ, ପୂର୍ବଖଣ୍ଡ, ଶେରଗଡ଼, ସୋରଡା, ଆସିକା, ବିରୁଳି, ଖଲ୍ଲିକୋଟ, ପାରିକୁଦ, ମାଲୁଦ, ଛତ୍ରପୁର ପ୍ରଭୃତି ଅଞ୍ଚଳର ରାଜଶ୍ରୀ, ସଭାପତି, ସମ୍ପାଦକ ଓ ଅନ୍ୟାନ୍ୟ କର୍ମକର୍ତ୍ତା ବୃନ୍ଦ ଯୋଗଦେଇଥିଲେ। ଗଞ୍ଜାମ ଜିଲ୍ଲାର ୨୨ ତାଲୁକାର ଜିଲ୍ଲା ସଦସ୍ୟମାନେ ଏହି ବୈଠରେ ଯୋଗଦେଇଥିଲେ। ଛତ୍ରପୁର, ପାଲୁର ଓ ପୂର୍ବଖଣ୍ଡ ରାଜଶ୍ରୀମାନେ ସମାଜର ଏକତା ଓ ଶୃଙ୍ଖଳା ପ୍ରତି ଗୁରୁତ୍ୱ ପ୍ରଦାନ କରିଥିଲେ। ସମାଜରେ ବାସନ୍ଦ ବ୍ୟବସ୍ଥା ଲୋପ କରିବା ଓ ସମାଜର ଗରିବ ପିଲାଙ୍କୁ ପାଠ ପଢିବା ପାଇଁ ଉତ୍ସାହିତ ଓ ସାହାଯ୍ୟ କାଇବା ପାଇଁ ଜିଲ୍ଲା ସଭାପତି ଗୁରୁତ୍ୱ ପ୍ରଦାନ କରିଥିଲେ। ଜିଲ୍ଲା ସଂଗଠନ ସମ୍ପାଦକ ସୁଶାନ୍ତ ମହାରଣା, ଉପସଭାପତି ବିଭୂତି ମହାରଣା, ଗୌରଚନ୍ଦ୍ର ମହାରଣା, ସହକୋଷାଧ୍ୟକ୍ଷ ଈଶ୍ୱର ମହାରଣା, ଉପଦେଷ୍ଟା ରାଜେନ୍ଦ୍ର ମହାରଣାଙ୍କ ସମେତ ବହୁ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଘୁମୁସର ତାଲୁକା ଓ ବାଲିପଦର ଗ୍ରାମର ସମାଜ ଭାଇମାନେ ସହଯୋଗ କରିଥିଲେ।
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ