Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ଗୋଟିଏ ଘରେ ପଡ଼ିରହିଛି ବାପା ଝିଅଙ୍କ ମୃତଦେହ

Spread the love

ନୟାଗଡ଼ରୁ ସାମ୍ନାକୁ ଆସିଛି ଦୁଃଖଦ ଖବର l ଗୋଟିଏ ଘରେ ପଡ଼ିରହିଛି ବାପ ଝିଅଙ୍କ ମୃତ ଦେହ l ଝିଅକୁ କୌଣସି ବିଷାକ୍ତ ଦ୍ରବ୍ୟ ଦେଇ ବାପା ନିଜେ ଆତ୍ମହତ୍ୟା କରିଥିବା ଅନୁମାନ କରୁଛି ପୋଲିସ l ତେବେ ମୃତ୍ୟୁ୍ର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି l ନୟାଗଡ଼ ସହର ଦେବୋତ୍ତର ଲେନ 4 ରେ ଦେଖିବାକୁ ମିଳିଛି ଏଭଳି ଘଟଣା l ମୃତକ ଦ୍ବୟ ହେଲେ ପୁଲକ ବିଶ୍ୱାଳ ଓ ତାଙ୍କ ୫ ବର୍ଷର ଝିଅ ପଲକ ବିଶ୍ୱାଳ l ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ଗତ 3 ମାସ ପୁର୍ବରୁ ଦ୍ୱିତୀୟ ବିବାହ କରିଥିଲେ l ସବୁ କିଛି ଠିକଠାକ ଥିଲା l ଗତ ସୋମବାର ପତ୍ନୀ ନିଜ ବାପ ଘରକୁ ଯାଇଥିଲେ l ବାପ ଘରେ ୨ ଦିନ ରହି ନୟାଗଡ଼ ସ୍ଥିତ ସ୍ୱାମୀଙ୍କ ପାଖକୁ ଆସିବା ପରେ ଘର ଭିତରୁ କବାଟ ବନ୍ଦ ଥିଲା l ଭିତରୁ ତାଲା ପଡ଼ିଥିବା ଦେଖି ବହୁ ସମୟ ପର୍ଯ୍ୟନ୍ତ କବାଟ ବାଡେଇଥିଲେ l ପରେ ସନ୍ଦେହ ହେବାରୁ ପୋଲିସକୁ ଖବର ଦେଇଥିଲେ l

ସ୍ଥାନୀୟ ମ୍ୟାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନୟାଗଡ଼ ଟାଉନ ଥାନା ପୋଲିସ ବିଳମ୍ବିତ ରାତିରେ ପହଞ୍ଚି ଘରର ତାଲା ଭାଙ୍ଗି ଘରେ ପଶିଥିଲା l ଘର ଭିତରେ ବାପାର ମୃତ ଦେହ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ୫ ବର୍ଷର ଝିଅର ମୃତ ଦେହ ବେଡ଼୍ ରେ ପଡ଼ିରହିଛି l ଝିଅକୁ କୌଣସି ବିଷାକ୍ତ ଖାଦ୍ୟ ଦେବା ପରେ ପୁଲକ ଆତ୍ମହତ୍ୟା କରିଥିବା ନେଇ ପୋଲିସ ଅନୁମାନ କରୁଥିବା ବେଳେ ସବୁଦିଗକୁ ନେଇ ତଦନ୍ତ ଜାରୀ ରଖିଛି l ସ୍ଥାନୀୟ ମ୍ୟାଜିଷ୍ଟ୍ରେଟ, SDPO ସୁଦର୍ଶନ ଗଙ୍ଗୋଇ, IIC ଘଟଣାସ୍ଥଳରେ ତଦନ୍ତ କରିଛନ୍ତି l ସାଇଣ୍ଟିଫିକ ଟିମ ସହ ତଦନ୍ତ ପରେ ଘର ଭିତରୁ ମୃତ ଦେହ ଆଣି ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି l ମୃତ୍ୟୁ୍ର କାରଣକୁ ନେଇ ତନାଘନା ଜାରୀ ରଖିଛି ପୋଲିସ l

error: Content is protected !!
Breaking News