ବ୍ରହ୍ମପୁର, ୨୯/୧ (ଅଭିଜିତ କର): ସ୍ଥାନୀୟ ସିଟି ମହାବିଦ୍ୟାଳୟ ବ୍ରହ୍ମପୁରର ପ୍ରାକ୍ତନ ବରିଷ୍ଠ ଗ୍ରନ୍ଥାଗାରିକ ଶ୍ରୀ ଦୀପକ ରଞ୍ଜନ ମିଶ୍ରଙ୍କ ବୁଧବାର ତିରୋଧାନ ହୋଇଛି । ଏନେଇ ମହାବିଦ୍ୟାଳୟର ଅଧ୍ଯକ୍ଷା ଡ.ଅନୀତା କୁମାରୀ ପଣ୍ଡାଙ୍କ ସଭାପତିତ୍ୱରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ଏହି ସଭାରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ତାଙ୍କର ସ୍ମୃତି ଚାରଣ କରିଥିଲେ । ସେ ମହାବିଦ୍ୟାଳୟରେ ସମସ୍ତଙ୍କର ପ୍ରିୟ ମଣ୍ଟୁ ବାବୁ ଓ ମଣ୍ଟୁ ଭାଇନା ରୂପେ ବେଶ୍ ପରିଚିତ ଥିଲେ । ସେ ଜଣେ ପରୋପକାରୀ, ମେଳାପୀ ଓ ଉଦାର ତଥା ଛାତ୍ରବସ୍ଥଳ ସହୃଦୟ ବ୍ୟକ୍ତି ଥିଲେ । ଉକ୍ତ ମହାବିଦ୍ୟାଳୟରେ ପ୍ରାରମ୍ଭରୁ ସେ ମୁଖ୍ୟ ଗ୍ରନ୍ଥାଗାରିକ ରୂପେ କାର୍ଯ୍ୟାରମ୍ଭ କରି ୨୦୨୨ରେ ଅବସର ଗ୍ରହଣ କରିଥିଲେ । ଏହି ମହାବିଦ୍ୟାଳୟର ବହୁ ଉନ୍ନତି ମୂଳକ କାର୍ଯ୍ୟରେ ତାଙ୍କର ବହୁ ଅବଦାନ ରହିଥିବା ସହ ସେ ସମସ୍ତ କାର୍ଯ୍ୟରେ ସହକର୍ମୀଙ୍କୁ ସହଯୋଗ କରିଛନ୍ତି । ତାଙ୍କର ଅମର ଆତ୍ମାର ସଦ୍ଗତି ପାଇଁ ସମସ୍ତେ ନିରବ ପ୍ରାର୍ଥନା କରିଥିଲେ । ଏପରି ଦୁଃଖଦ ସ୍ଥିତିକୁ ସାମ୍ନା କରିବା ପାଇଁ ଈଶ୍ୱର ତାଙ୍କର ପରିବାର ବର୍ଗଙ୍କୁ ଧୈଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ଅଧ୍ଯକ୍ଷା ଡ. ପଣ୍ଡା କହିଛନ୍ତି।
More Stories
ମଦର୍ସ ଗ୍ରେସ ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା, ୭୮ଟି ପ୍ରକଳ୍ପ ପ୍ରଦର୍ଶିତ
ବିଧାୟକ ଏବଂ ସାଂସଦଙ୍କ କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ
ସପ୍ତମ ଜେ.ବି. ମେମୋରିଆଲ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ