Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ଚାକିରି କାର୍ଯ୍ୟକାଳ ସରିବାର ୫ ବର୍ଷ ପୂର୍ବରୁ ଇସ୍ତଫା ଦେଲେ ୟୁପିଏସସି ଅଧ୍ୟକ୍ଷ ମନୋଜ ସୋନି

Spread the love

ନୂଆଦିଲ୍ଲୀ: ୟୁନିଅନ ପବ୍ଲିକ ସର୍ଭିସ କମିସନ (ୟୁପିଏସସି) ଅଧ୍ୟକ୍ଷ ମନୋଜ ସୋନି ନିଜର “ବ୍ୟକ୍ତିଗତ କାରଣ” ହେତୁ ଚାକିରି କାଳ ଶେଷ ହେବାର ୫ ବର୍ଷ ପୂର୍ବାୁ ଇସ୍ତଫା ଦେଇଛନ୍ତି। ତାଙ୍କ କାର୍ଯ୍ୟକାଳ ୨୦୨୯ ମସିହାରେ ଶେଷ ହେବାର ଥିଲା। ତେବେ ସୂତ୍ରରୁ ପ୍ରକାଶ ଯେ ସୋନିଙ୍କ ଇସ୍ତଫା ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ନେଇ ହୋଇଥିବା ବିବାଦ ସହ ଜଡିତ ନୁହେଁ।ମନୋଜ ସୋନି ୨୦୧୭ ମସିହାରେ ସାମ୍ବିଧାନିକ ସଂସ୍ଥା ୟୁପିଏସ୍‌ସିର ସଦସ୍ୟ ହୋଇଥିଲେ। ୧୬ ମଇ ୨୦୨୩ ମସିହାରେ ସେ ଆୟୋଗର ଶୀର୍ଷ ସରକାରୀ ସେବାରେ ପ୍ରାର୍ଥୀ ନିଯୁକ୍ତି ପାଇଁ ଆଇଏଏସ୍‌, ଆଇପିଏସ୍‌ ଓ ଆଇଏଫ୍‌ଏସ୍‌ ଆଦିକୁ ପରିଚାଳନା କରୁଥିବା ସିଭିଲ ସର୍ଭିସ ପରୀକ୍ଷା (ସିଏସଇ) ଆୟୋଗର ଚେୟାରମ୍ୟାନ୍ ଭାବରେ ଦାୟିତ୍।ସୂଚନାନୁସାରେ, ମନୋଜ ସୋନି ପ୍ରାୟ ଏକ ମାସ ପୂର୍ବରୁ ରାଷ୍ଟ୍ରପତିଙ୍କୁ ଇସ୍ତଫା ପତ୍ର ଦାଖଲ କରିଥିଲେ। ତେବେ ତାଙ୍କ ଇସ୍ତଫା ଗ୍ରହଣ କରାଯିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ୨୦୧୭ ମସିହାରେ ୟୁପିଏସ୍‌ସିରେ ନିଯୁକ୍ତ ହେବା ପୂର୍ବରୁ ସୋନି ଗୁଜୁରାଟର ଦୁଇଟି ବିଶ୍ୱବିଦ୍ୟାଳୟରେ କୁଳପତି ଭାବରେ ତିନି ଥର କାର୍ଯ୍ୟ କରିଥିଲେ।

ସେ ୨୦୦୯ ମସିହାରୁ ୨୦୧୫ ପର୍ଯ୍ୟନ୍ତ ଗୁଜୁରାଟର ଡକ୍ଟର ବାବାସାହେବ ଆମ୍ବେଦକର ଓପନ୍ ୟୁନିଭରସିଟିର କୁଳପତି ଭାବରେ କାର୍ଯ୍ୟ କରିଥିଲେ। ସେ ୨୦୦୫ ରୁ ୨୦୦୮ ମସହା ପର୍ଯ୍ୟନ୍ତ ମହାରାଜା ସାୟାଜିରାଓ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ କାର୍ଯ୍ୟ କରିଥିଲେ। ସୋନି ଏମଏସୟୁ ବରୋଦାରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତର ସର୍ବକନିଷ୍ଠ ଭିସି ହୋଇଥିଲେ। ଆନ୍ତର୍ଜାତୀୟ ସମ୍ପର୍କ ଅଧ୍ୟୟନରେ ଏକ ବିଶେଷଜ୍ଞତା ସହିତ ମନୋଜ ସୋନି ରାଜନୈତିକ ବିଜ୍ଞାନର ଜଣେ ବିଦ୍ୱାନ।




































error: Content is protected !!
Breaking News