ବ୍ରହ୍ମପୁର, ୩/୨ (ଅଭିଜିତ କର): ସ୍ଥାନୀୟ ବାପୁଜୀ ଆଶ୍ରମ ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଅପରାହ୍ନ ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଓ କୁଶପୁତ୍ତଳିକା ଦାହ କରାଯାଇଛି । ରାଷ୍ଟ୍ର ବିରୋଧୀ ମୋହନ ଭାଗବତଙ୍କ ଗସ୍ତକୁ ଗଣତାନ୍ତ୍ରିକ ଉପାୟରେ ପ୍ରତିବାଦ କରିଥିବା ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ନାରାୟଣ ପ୍ରଧାନ ଓ ଛାତ୍ର କଂଗ୍ରେସ କର୍ମୀଙ୍କୁ ଅଗଣତାନ୍ତ୍ରିକ ଭାବେ ଗିରଫ କରିଥିବା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ ଓ କୁଶପୁତ୍ତଳିକା ଦାହ କରାଯାଇଥିବା ଛାତ୍ର ନେତା ମାନେ କହିଛନ୍ତି । ଏହା ବିଗତ ଦିନରେ ଆର୍ ଏସ୍ ଏସ ମୁଖ୍ୟ ମୋହନ ଭାଗବତ ଭାରତ ସ୍ଵାଧୀନତା ରାମ ମନ୍ଦିର ପ୍ରତିଷ୍ଠା ପରେ ହେଲା ବୋଲି କହି ଲକ୍ଷ୍ୟ ଲକ୍ଷ୍ୟ ସ୍ଵାଧୀନତା ସଂଗ୍ରାମୀଙ୍କ ବଳିଦାନ ଉପରେ ପ୍ରଶ୍ନ ଉଠାଇ ଅସମ୍ମାନ କରିଥିଲେ, ଏଣୁ ଏହାକୁ ବିରୋଧ କରି ମୋହନ ଭାଗବତଙ୍କ ଭୁବନେଶ୍ୱର ଗସ୍ତ ସମୟରେ ଓଡ଼ିଶା ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ କଳା ପତାକା ଦେଖାଇ ବିରୋଧ କରିଥିଲେ। କିନ୍ତୁ ବିଜେପି ସରକାର ବିରୋଧୀଙ୍କ ପାଟି ବନ୍ଦ କରିବା ପାଇଁ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଓ କଂଗ୍ରେସ କର୍ମୀ ମାନଙ୍କୁ ଯେଉଁ ଭଳି ଅଗଣତାନ୍ତ୍ରିକ ଭାବେ ଗିରଫ କରାଗଲା ତାକୁ ବିରୋଧ କରି ଆଜି ଗଞ୍ଜାମ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଆର୍ ଏସ୍ ଏସ ମୁଖ୍ୟ ମୋହନ ଭାଗବତ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପୋଷ୍ଟର ଦାହ କରି ବିକ୍ଷୋଭ ପ୍ରଦର୍ଶନ କରାଗଲା । ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ ଆବାହକ ରୁଦ୍ର ଖଟୁଆଙ୍କ ନେତୃତ୍ୱରେ ଆଜିର ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାନସଭା ଯୁବ କଂଗ୍ରେସ ସଭାପତି ତତସତ୍ ସୁବୁଦ୍ଧି, ଅଭିନାସ ବେହେରା, ବଳରାମ ସାହୁ, ମାନସ ରଞ୍ଜନ ପ୍ରହରାଜ, ମୋନଜ ପାତ୍ର ଓ ବହୁ କଂଗ୍ରେସ କର୍ମୀ ମାନେ ସାମିଲ ଥିଲେ ।
More Stories
ବିଜେଡି ଦଳ ପରିତ୍ୟାଗ କରି ବିଜେପିର ମିଶେଲେ ୨୬ଟି ପରିବାର
ବିଜେଡି ଛାଡି ବିଜେପିରେ ମିଶିଲେ ଚିଡ଼ିପୁଡ଼ି ଗ୍ରାମର ବହୁ ଗ୍ରାମବାସୀ
ଦିଲ୍ଲୀରେ ବିଜୟ, ବ୍ରହ୍ମପୁରରେ କାର୍ଯ୍ୟକର୍ତ୍ତାଙ୍କ ଆତସବାଜି ଓ ମିଠା ବଣ୍ଟନ ଉତ୍ସବ