ବ୍ରହ୍ମପୁର, ୩୦/୧ (ଅଭିଜିତ କର): ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କାର୍ଯାଳୟ ସଭା ଗୃହରେ ଗଞ୍ଜାମ ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନ ଆନୁକୂଲ୍ୟରେରେ ଜନ ଆରୋଗ୍ୟ ସମିତି ଏବଂ ଗାଁ କଲ୍ୟାଣ ସମିତି କାର୍ଯ୍ୟକ୍ରମ ତ୍ୱରିତ ପାଇଁ ଜିଲ୍ଲାସ୍ତରୀୟ ତିନିଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଗ୍ରାମଞ୍ଚଳରେ ସ୍ୱାସ୍ଥ୍ୟ ସେବା କିଭଳି ସହଜରେ, ସରଳରେ ଏବଂ ଘରେ ଘରେ ଲୋକ ମାନଙ୍କ ଠାରେ ପହଞ୍ଚି ପାରିବା ନିମନ୍ତେ ଗାଁ ଜଲ୍ୟାଣ ସମିତିର ସଦସ୍ୟ ଏବଂ ଜନ ଆରୋଗ୍ୟ ସଦସ୍ୟ ମାନଙ୍କ ଦକ୍ଷତା ବୃଦ୍ଧି ନେଇ ଜିଲ୍ଲାସ୍ତରୀୟ ପ୍ରଶିକ୍ଷକ ମାନେ ତାଲିମ ପ୍ରଦାନ କରିଥିଲେ । ଗ୍ରାମାଞ୍ଚଳରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ମାନଙ୍କରେ ରୋଗୀ ମାନଙ୍କ ନିମନ୍ତେ ରୋଗ ପ୍ରତିଷେଧକ, ସହଜରେ ରୋଗ ନିଦାନ ପାଇଁ ପ୍ରୋତ୍ସାହିତ କରିବା, ରୋଗ କବଳରୁ ଆରୋଗ୍ୟ କରିବା, ରୋଗୀକୁ କିଭଳି ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବା, ଜଣେ ରୋଗୀକୁ କିଭଳି ସୁବିଧାରେ ଉପସମ କରାଇବା ନେଇ ବ୍ଲକସ୍ତରୀୟ ତାଲିମ ଦାତା ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଉକ୍ତ ତାଲିମ ଶିବିରରେ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ, ରାଜ୍ୟ ସ୍ୱାସ୍ଥ୍ୟ ମିଶନର ରାଜ୍ୟ ଗୋଷ୍ଠି ପକ୍ରିୟାର ପ୍ରଶିକ୍ଷଣ ସହ ପରିଚାଳିକା ଜ୍ୟୋତ୍ରୀମୟୀ ଜେନା, ଜିଲ୍ଲା ଆଶା ଏବଂ ଗାଁ କଲ୍ୟାଣ ସମିତିର ସହ ପରିଚାଳକ ଆଶିଷ କୁମାର ମିଶ୍ର, ଜିଲ୍ଲା ଗୁଣାବତ୍ତା ସହ ପରିଚାଳକ ସଞ୍ଜୟ କୁମାର ପରିଡା, ଡାକ୍ତର ରାଜେଶ ମିଶ୍ର, ଡାକ୍ତର ସସ୍ମିତା ପୃଷ୍ଟି, ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ମୃତ୍ୟୁଞ୍ଜୟ ପାଣିଗ୍ରାହୀ ପ୍ରମୁଖ ତିନିଦିନ ଧରି ତାଲିମ ପ୍ରଦାନ କରିଛନ୍ତି । ଏହି ତିନିଦିନିଆ ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ସ୍ତରୀୟ ତାଲିମ ଦାତା, ଧରାକୋଟ, ବେଗୁନିଆପଡା, ରଙ୍ଗେଈଲୁଣ୍ଡା, ହିଞ୍ଜିଳିକାଟୁ, ଦିଗପହଣ୍ଡି, ପାତ୍ରପୁର, ସୋରଡ଼ା, ଶେରଗଡ଼, ଗ୍ୟାଲେରୀ ଏବଂ ଖଲିକୋଟ ବ୍ଲକ ସମେତ ପ୍ରାୟ ୭୦ଜଣ ତାଲିମ ଦାତା ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏହି ତିନିଦିନ ତାଲିମରେ ଜନ ଆରୋଗ୍ୟ ସମିତିର ଦାୟିତ୍ୱ, ଭୂମିକା, କାର୍ଯ୍ୟପନ୍ଥା, ଗାଁ କଲ୍ୟାଣ ସମିତିର ପାଣ୍ଠି, ଉକ୍ତ ପାଣ୍ଠିର ପରିଚାଳନା, ସ୍ଵଛତା ଅଭିଯାନ ଅନ୍ତର୍ଗତ ଜଳ, ପରିମଳ, ପରିଷ୍କାର ଓ ପାରିଛନ୍ନତା ନିମନ୍ତେ ଏଗାର ମାସିକ ଅଭିଯାନ, ଗାଁ କଲ୍ୟାଣ ଓ ଜନ ଆରୋଗ୍ୟ ସମିତିର ସଦସ୍ୟ ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଯୋଜନା ପ୍ରସ୍ତୁତି କରାଯାଇଥିଲା ।
More Stories
Three meritorious students of Gurukul felicitated in the Vikashita Odisha Program
VJ Info Institution’s 27th Foundation Day Celebrated with Great Pomp
ସୁନ୍ଦରପୁର ପାଇତେରି ଗ୍ରାମରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର