ମୋବାଇଲ ଟାଓ୍ୟାର ନିର୍ମାଣ ସରିଥିଲେ ବି ହେଲାନି କାର୍ଯ୍ୟକ୍ଷମ। ଦୂର ହେଲାନି ଲୋକଙ୍କ ସମସ୍ୟା

Spread the love

ନୂଆଗାଁ : କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳ ର ସର୍ବାଙ୍ଗୀନ ବିକାଶ ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ଗ୍ରାମାଞ୍ଚଳ ରେ ବସବାସ କରୁଥିବା ଲୋକଙ୍କ ପାଖରେ ସମସ୍ତ ମୌଳିକ ଓ ଆବଶ୍ୟକୀୟ ସୁବିଧା ପହଞ୍ଚାଇବା ସହ ଆଜିର ଡିଜିଟାଲ ଯୁଗରେ ପ୍ରତ୍ୟେକ ଲୋକଙ୍କ ପାଖରେ ମୋବାଇଲ ସେବା ପହଞ୍ଚାଇବା ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାଥମିକତା ଦେଇଆସୁଛନ୍ତି।ଏଥି ପାଇଁ ସରକାର ବିଭିନ୍ନ ସ୍ଥାନରେ ମୋବାଇଲ ଟାୱାର ସବୁ ନିର୍ମାଣ କରୁଛନ୍ତି। ହେଲେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଏକ ଅବହେଳିତ ଆଦିବାସୀ ବହୁଳ କାପ୍ତ୍ତାପଲ୍ଲୀ ପଞ୍ଚାୟତ ର କାପ୍ତାପଲ୍ଲୀ, କେରେସିଁ, ଦିଗୀ,ଫାମ୍ପୁଣି,ଗୁନାମାଟି, ଭଣ୍ଡାରୀବାରି,ଡେଙ୍ଗାବାରି,ବେତନଟୀ ପ୍ରଭୃତି ଗ୍ରାମର ଲୋକଙ୍କୁ ମୋବାଇଲ ତଥା ଡିଜିଟାଲ ସେବା ଯୋଗାଇ ଦେବା ପାଇଁ, ୨୦୨୨-୨୦୨୩ ମସିହାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ,ମୋବାଇଲ ଟାୱାର ର ନିର୍ମାଣ କାର୍ଯ୍ୟ ପ୍ରାୟ ୬ମାସ ହେଲା ସମ୍ପୂର୍ଣ ହୋଇଥିଲେ ବି, ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ।
ଫଳରେ କାପ୍ତାପଲ୍ଲୀ ପଞ୍ଚାୟତ ଓ ପଞ୍ଚାୟତ ସୀମା ସଂଲଗ୍ନ ବିଭିନ୍ନ ଗ୍ରାମରେ ବସବାସ କରୁଥିବା ପ୍ରାୟ ୧୦ ହଜାର ରୁ ଉର୍ଦ୍ଧ ଲୋକ, ଆବଶ୍ୟକ ମୋବାଇଲ ସେବା ଓ ନେଟୱର୍କ ପାଇପାରୁ ନାହାନ୍ତି,। ମୋବାଇଲ ନେଟୱର୍କ ବାହାରେ ରହୁଥିବା ଅଞ୍ଚଳର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।
ନେଟୱର୍କ ଅଭାବ ରୁ ଲୋକମାନେ ମୋବାଇଲ ସେବା ,ଡିଜିଟାଲ ଦେଣ ନେଣ, ଏବଂ ପଞ୍ଚାୟତ ର ବିଭିନ୍ନ ଅନଲାଇନ୍ କାର୍ଯ୍ୟ, ରାସନ ସାମଗ୍ରୀ ବଣ୍ଟନ ରେ ବ୍ୟାଘାତ ସ୍ତୃଷ୍ଟି ହେଉଛି। ଏଣୁ ମୋବାଇଲ ନେଟୱର୍କ ବାହାରେ ବସବାସ କରୁଥିବା ବଣ ପାହାଡ଼ ପୂର୍ଣ୍ଣ କାପ୍ତାପଲ୍ଲୀ ପଞ୍ଚାୟତ ବାସି ଙ୍କୁ ମୋବାଇଲ ସେବା ପ୍ରଦାନ ନିମନ୍ତେ ନିର୍ମିତ ମୋବାଇଲ ଟାୱାର କୁ କାର୍ଯ୍ୟକ୍ଷମ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳ ର ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି।

error: Content is protected !!