ଖୋର୍ଦ୍ଧା- ଜ଼ିଲ୍ଲା ପ୍ରେସ କ୍ଲବ ପକ୍ଷରୁ କର୍ତ୍ତବ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସମସ୍ୟା ଗୁଡିକ ସମ୍ପର୍କ ରେ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି l ଆଜି ଖୋର୍ଦ୍ଧା ଜ଼ିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ବହୁ ସଂଖ୍ୟାରେ କର୍ତ୍ତବ୍ୟରତ ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମ ପ୍ରତିନିଧି ମାନେ ଏକତ୍ରିତ ହୋଇ ଜ଼ିଲ୍ଲା ପ୍ରେସ କ୍ଲବ ର ସଭାପତି ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ ଙ୍କ ନେତୃତ୍ୱ ରେ ଖୋର୍ଦ୍ଧା ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁଯାଇ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ତିନି ଦଫା ଦାବୀ ସମ୍ମିଳିତ ଏକ ଦାବୀ ପତ୍ର ଅତିରିକ୍ତ ଜ଼ିଲ୍ଲାପାଳ ଙ୍କୁ ପ୍ରଦାନ କରିଥିଲେ l

ସେହି ପ୍ରମୁଖ ଦାବୀ ଗୁଡିକ ମଧ୍ୟରେ ଅନ୍ୟ ରାଜ୍ୟ ଭଳି ଓଡିଶା ରେ କର୍ତ୍ତବ୍ୟ କ୍ଷେତ୍ରରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସୁରକ୍ଷା ନିମନ୍ତେ ସାମ୍ବାଦିକ ସୁରକ୍ଷା ଆଇନ ର ପ୍ରଣୟନ,କର୍ତ୍ତବ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ 60 ବର୍ଷ ପରେ ନିଜ ପରିବାର ପ୍ରତିପୋଷଣ ନିମନ୍ତେ ପେନସନ ପ୍ରଦାନ ଏବଂ ରାଜ୍ୟ ସରକାର ଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ବୀମା ରାଶି ପରିମାଣ ପାଞ୍ଚ ଲକ୍ଷରୁ ଦଶ ଲକ୍ଷ ଟଙ୍କା ବୃଦ୍ଧି କରାଯିବା ସହିତ ପିତା ମାତା ଙ୍କୁ ଏହି ଯୋଜନା ରେ ସାମିଲ କରାଯାଉ l ଏହି ସବୁ ଦାବୀ ଗୁଡିକ ପ୍ରତି ସହୃଦୟତାର ସହ ବିଚାର କରି ଚଳିତ ବିଧାନସଭା ରେ ଏ ସମ୍ପର୍କିତ ଏକ ପ୍ରସ୍ତାବ ପାରିତ କରିବାକୁ ଜ଼ିଲ୍ଲା ପ୍ରେସ କ୍ଲବ ଖୋର୍ଦ୍ଧା ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରାଯାଇଛି l
ଏହି ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ପ୍ରେସ କ୍ଲବ ସମ୍ପାଦକ ଦିଲ୍ଲୀପ କୁମାର ପଟ୍ଟନାୟକ,ଓ.ୟୁ. ଜେ ଖୋର୍ଦ୍ଧା ଜ଼ିଲ୍ଲା ଶାଖା ସଭାପତି ତଥା ଜ଼ିଲ୍ଲା ପ୍ରେସ କ୍ଲବ ଉପଦେଷ୍ଟା ତପନ କୁମାର ନାୟକ,ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ ଖୋର୍ଦ୍ଧା ଜ଼ିଲ୍ଲା ଶାଖା ସଭାପତି ତଥା ଜ଼ିଲ୍ଲା ପ୍ରେସ କ୍ଲବ ପରିଚାଳନା ପରିଷଦ ସଦସ୍ୟ ପ୍ରକାଶ କୁମାର ହାତୀ, ଓ.ୟୁ. ଜେ. ରାଜ୍ୟ ସମ୍ପାଦକ ତଥା ଜ଼ିଲ୍ଲା ପ୍ରେସ କ୍ଲବ ଉପସଭାପତି ପ୍ରସନ୍ନ କୁମାର ପାଇକରାୟ, ଜ଼ିଲ୍ଲା ପ୍ରେସ କ୍ଲବ ଆଇନ ଉପଦେଷ୍ଟା ଅବ୍ୟକ୍ତ ହରି ହର ଖାଡ଼ଙ୍ଗା, ଗୋପାଳ କୃଷ୍ଣ ପ୍ରଧାନ,ଆକାଶ ବିଶ୍ୱାଳ, ପ୍ରମୋଦ କୁମାର ମହାପାତ୍ର, ସତ୍ୟ ପ୍ରକାଶ ସାହୁ, ସନ୍ତୋଷ କୁମାର ବାରିକ, ଅୟସ ମହାନ୍ତି, ଲକ୍ଷ୍ମୀ ନାରାୟଣ ମହାପାତ୍ର, ରଞ୍ଜିତ ସାମନ୍ତରାୟ, ସୂଚିତ୍ର ରଞ୍ଜନ ଭୁଜବଳ, ସୟଦ ଅନସର ଅଲ୍ଲୀ, ବିଜୟ ବାହୁବଳେନ୍ଦ୍ର, ରାଜେଶ ଚନ୍ଦ୍ର ମହାନ୍ତି, ମହମ୍ମଦ ମୋତାହାର ଯୁସୁଫ, ସନ୍ତୋଷ ଚୌଧୁରୀ, ପ୍ରଭାତ ପାଣିଗ୍ରାହୀ,ଶୁଭଲକ୍ଷ୍ମୀ ସାମନ୍ତରାୟ,ସୟଦ ଲିୟାକତ ଅଲ୍ଲୀ,ପ୍ରବୀଣ ଭଞ୍ଜ, ସଂଗ୍ରାମ କେଶରୀ ହୋତା ପ୍ରମୁଖ ଉପସ୍ଥିତ ଥିଲେ l
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ