୨୦୨୦ ମସିହାରେ ଦେଶରେ ଜାତୀୟ ଶିକ୍ଷାନୀତି ପ୍ରଣୟନ ହୋଇଥିଲା । ତା’ର ଚାରି ବର୍ଷ ପୂର୍ତ୍ତି ଉପଲକ୍ଷେ ଶିକ୍ଷା ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ସାରା ଦେଶର ପ୍ରତି ସ୍କୁଲରେ ଜୁଲାଇ ୨୨ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଶିକ୍ଷା ସପ୍ତାହ ରୁପେ ପାଳିତ ହେଉଛି । ଦେଶରେ ଶିକ୍ଷାନୀତି ପ୍ରଣୟନର ଚାରି ବର୍ଷ ମଧ୍ୟରେ ଦେଶ ଶିକ୍ଷା କ୍ଷେତ୍ରରେ ହାସଲ କରିଥବା ଉପଲବ୍ଧି ଗୁଡ଼ିକୁ ଉପସ୍ଥାପନା କରିବା ହେଉଛି ଏହାର ମୂଳ ଉଦ୍ଦେଶ୍ୟ।
ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ସହର ମହକୁମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜୁଲାଇ 22 ତାରିଖ ଠାରୁ ପ୍ରତିଦିନ ଏକ ଭିନ୍ନ ଭିନ୍ନ ବିଷୟବସ୍ତୁକୁ ନେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ସୂଚନା ମିଳିଛି । ଉକ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଗୁଡ଼ାରୀ ବ୍ଲକ୍ ଓ ପୋୖରାଞ୍ଚଳର ସମସ୍ତ ବିଦ୍ୟାଳୟରେ ଏହି ଉତ୍ସବ ପାଳିତ ହେଉଥିବା ଦେଖିବାକୁ ମିଳିଛି। ପ୍ରଥମ ଦିନ ଶିକ୍ଷଣ ସାମଗ୍ରୀ ଦିବସ, ଦ୍ଵିତୀୟ ଦିନ ଏଫ୍ ଏଲ୍ ଏନ୍ ଦିବସ, ତୃତୀୟ ଦିନ କ୍ରୀଡା ଦିବସ, ଚତୁର୍ଥ ଦିନ ରେ ସାଂସ୍କୃତିକ ଦିବସ, ପଞ୍ଚମ ଦିନ ଦକ୍ଷତା ଏବଂ ଡିଜିଟାଲ ଆରମ୍ଭିକ, ଷଷ୍ଠ ଦିନ ଇକୋ କ୍ଳବ୍ ଏବଂ ବିଦ୍ୟାଳୟ ପୋଷଣ ଦିବସ ଓ ଶେଷ ଦିନ ଗୋଷ୍ଠୀ ଅନ୍ତର୍ଭୁକ୍ତ କରଣ ଦିବସ ପାଳନ କରାଯିବାର ନିର୍ଦ୍ଦେଶ ରହିଛି। ଉକ୍ତ କାର୍ଯ୍ୟକ୍ରମକୁ ବ୍ଲକର ବିଇଓ, ଏବିଇଓ, ସମସ୍ତ ସି.ଆର୍.ସି.ସି, ମାନେ ତଦାରଖ କରୁଛନ୍ତି ।
ରାୟଗଡ଼ା ଜିଲ୍ଲା ସ୍ବତନ୍ତ୍ର ପ୍ରତିନିଧି ପ୍ରସାଦ ଲିମାଙ୍କ ରିପୋର୍ଟ ମନ୍ଥନ
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ