• ନାରୀ ନିର୍ଯାତନାର ପ୍ରତିବାଦରେ ବିଧାନସଭା ଘେରାଉ ପାଇଁ ଆହ୍ବାନ
ବ୍ରହ୍ମପୁର, ୨୩/୩(ଅଭିଜିତ କର): ସ୍ଥାନୀୟ ବାପୁଜୀ ଆଶ୍ରମ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ରବିବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିଲା। ଏଥିରେ ଜିଲ୍ଲା ସଭାପତି (ପୂର୍ବ) ତଥା ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ ଦୀପକ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ଅତିଥି ରୂପେ ଓଡିଶା କଂଗ୍ରେସ ଦଳର ଗଞ୍ଜାମ ଜିଲ୍ଲା ପୂର୍ବର ପ୍ରଭାରୀ ପ୍ରଦୀପ୍ତ ଦାସ ଏବଂ ସୋନାଲି ସାହୁ ଉଭୟ ଯୋଗଦାନ କରିଥିବା ବେଳେ, ସାଂସଦ ପ୍ରାର୍ଥୀ ରଶ୍ମି ରଞ୍ଜନ ପଟ୍ଟନାୟକ, ଚିକିଟି ବିଧାୟକ ପ୍ରାର୍ଥୀ ରବି ଦ୍ୟାନ ସାମନ୍ତରାୟ, ଛତ୍ରପୁର ବିଧାୟକ ପ୍ରାର୍ଥୀ ଭାଗିରଥି ବେହେରା, ଦିଗପହଣ୍ଡି ବିଧାୟକ ପ୍ରାର୍ଥୀ ସାକା ସୁଜିତ୍ କୁମାର, ଗୋପାଳପୁର ବିଧାୟକ ପ୍ରାର୍ଥୀ ଶ୍ୟାମ ସାହୁ ପ୍ରମୁଖ ଉପସ୍ଥିତ ରହି ସୂଚନା ଦେଇଛନ୍ତି ଯେ, ରାଜ୍ୟରେ ନାରୀ ନିର୍ଯାତନା ବଢ଼ିବାରେ ଲାଗିଛି, ବିଜେପି ଶାସନରେ ଏବଂ ବିଜେଡି ମୁଖ୍ୟ ବିରୋଧ ଦଳରେ ରହିବା ପରେ ମଧ୍ୟ ରାଜ୍ୟରେ ମହିଳା ଅସୁରକ୍ଷିତ ମଣୁଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ କଂଗ୍ରେସ ପୁଣି ନିଜ ଶକ୍ତି ବୃଦ୍ଧି ଲାଗି ଆନ୍ଦୋଳନ କରି ଲୋକଙ୍କ ପାଇଁ ନ୍ୟାୟ ଦେବାରେ ଆଶା ବାଡି ସାଜିଛି ବୋଲି ପ୍ରଭାରୀ ମାନେ ପ୍ରତିକ୍ରିୟା ରଖିଛନ୍ତି । ସେହିପରି ବିଜେପିର ଡବଲ ଇଞ୍ଜିନ ସରକାରରେ ମହିଳାଙ୍କ ପ୍ରତି ଅତ୍ୟାଚାର ଏତେ ମାତ୍ରାରେ ପ୍ରଭାବିତ ହେଉଥିବା ଘଟଣାକୁ ବରିଷ୍ଠ ନେତା ମାନେ ତୀବ୍ର ବିରୋଧ କରିବା ସହ ଉଭୟ ବିଜେଡି ଓ ବିଜେପି ଉପରେ ଗର୍ଜି ଥିଲେ କଂଗ୍ରେସ ନେତା ଶ୍ରୀ ଦାସ । ଅନ୍ୟ ପକ୍ଷରେ ରାଜ୍ୟରେ ଗତ ୯ ମାସ ଭିତରେ ବିଜେପି ସରକାରରେ ପ୍ରାୟ ୫୪ ବଳାତ୍କାର ଓ ଗଣବଳାତ୍କର ହୋଇଥିବା ବେଳେ, ହତ୍ୟା ମାମଲା ବିଷୟରେ ନକହିବା ଭଲ ବୋଲି କହିଥିଲେ । ଆନୁମାନିକ ରୂପେ ପ୍ରାୟ ୧୨ ପ୍ରତିଶତ ମହିଳାଙ୍କ ପ୍ରତି ଅତ୍ୟାଚାର ହୋଇଥିବା ସହ ମାଲକାନଗିରି ଚିତ୍ରକୋଣ୍ଡାରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ ଘଟଣା, ମୁଖ୍ୟମନ୍ତ୍ରୀଙ୍କ ନିଜ ଅଞ୍ଚଳ ଚମ୍ପୁଆ ଠାରେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ ଘଟଣାକୁ ନିନ୍ଦା କରିଥିଲେ । ନୀଳଗିରିରେ ମହିଳାଙ୍କୁ ଗଛରେ ବାନ୍ଧି ମାଡ଼, ଭଳି ବହୁ ସଂଘାତିକ ଅଭିଯୋଗରେ ବିଧାନସଭା ଘେରାଉ କରିବା ପାଇଁ ଆହ୍ବାନ ଦେଇଥିଲେ। ଏହାସହ ବିଧାନସଭାରେ ଖୋଦ୍ ଶାସକ ଦଳର ବିଧାୟକ ଓ ମନ୍ତ୍ରୀ ମନେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଆକ୍ରୋଶ ମୂଳକ ଭାବେ ଆକ୍ରମଣ କରିଥିବା ସତ୍ତ୍ୱେ ବାଚସ୍ପତି ଦଳୀୟ ନେତ୍ରୀ ସାଜି ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ହିଁ ୭ଦିନ ପାଇଁ ନିଲମ୍ବନକୁ ନିନ୍ଦା କରିବା ସହ ତାହାର ପ୍ରତ୍ୟାହାର ଦାବିରେ ଆସନ୍ତା ୨୭ ମାର୍ଚ୍ଚ ୨୦୨୫ ତାରିଖରେ ରାଜ୍ୟ ସମସ୍ତ ଜିଲ୍ଲା କଂଗ୍ରେସ ସଙ୍ଗଠନ ଦ୍ଵାରା ଓଡ଼ିଶା ବିଧାନସଭା ଘେରାଉ କରାଯିବ ବୋଲି ସୂଚନା ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ତତ୍ସତ ସୁବୁଦ୍ଧି, ଜିଲ୍ଲା ଯୁବ କଂଗ୍ରେସ ସଭାପତି ବିକାଶ ନାୟକ, ରୁଦ୍ର ଖଟୁଆ, ନଗର ସଭାପତି ଅତୁଲ୍ୟ ପାଢ଼ୀ, ମହିଳା ସଭାନେତ୍ରୀ ବନଜା ପଣ୍ଡା ପ୍ରମୁଖଙ୍କ ସମେତ ଅନ୍ୟ କର୍ମୀ ମାନେ ଉପସ୍ଥିତ ଥିଲେ। ପ୍ରକାଶ ଥାଉ କି, ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ଦଳୀୟ ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା, ଏଥିରେ ଯୁବ, ଛାତ୍ର ଓ ମହିଳା କଂଗ୍ରେସ କର୍ମୀ ମାନେ ଉପସ୍ଥିତ ଥିଲେ।
More Stories
୧୩୦ ବର୍ଷର ପ୍ରସିଦ୍ଧ ରଥ ଜେନା ସାହିର ଶ୍ରୀ ଶ୍ରୀ ବୀର ଲକ୍ଷ୍ମଣ ରଥର ଶୁଭ ଉନ୍ମୋଚନ
ମାଁ ଙ୍କ ଘଟ ପରିକ୍ରମାରେ ମାନବିକତା ଭୁଲି ଯାଉଛନ୍ତି ପୁଲିସ ଅଧିକାରୀ ଓ କର୍ମଚାରୀ
ଭରସୀ ପାରିଲେନି କି ମନ୍ତ୍ରୀ, ବାଜି ମାରିଲେ ପୁରୁଣା ନେତା