ନିର୍ବାଚନ ସମୟ ରେ ନୟାଗଡ଼ ରେ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ନେଇ ବିଭିର୍ନ ରାଜନୈତିକ ଦଳ ପକ୍ଷରୁ ଲୋଭନୀୟ ପ୍ରତିଶୃତି ଦିଅନ୍ତି, ମାତ୍ର ନିର୍ବାଚନ ସରିବା ପରେ ପ୍ରତିଶୃତି କୁ ନେତା ମାନେ ଭୁଲି ଯାଆନ୍ତି,ବାରମ୍ବାର ପ୍ରତାରିତ ହୋଇ ଆସିଥିବା ନୟାଗଡ଼ ବାସୀ ଏବେ ଏଠାରେ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଦାବି କରିଛନ୍ତି, ଏପରିକି ଆଗାମୀ ଦିନ ରେ ଏହି ଦାବି ହାସଲ ନିମନ୍ତେ ଆନ୍ଦୋଳନ ଜୋର କରିବାକୁ ସଜବାଜ ହେଉଥିବା ଜଣା ଯାଇଛି,1961ମସିହା ରେ 26ନମ୍ବର ଜାତୀୟ ରାଜପଥ ପାର୍ଶ୍ଵ ରେ 102ଏକର ଜମି ଉପରେ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସ୍ଥାପନ କରାଯାଇଥିଲା, ହିରକ ଜୟନ୍ତି ପାଳନ କରିଥିବା
ଏହି ଶିକ୍ଷା ଅନୁଷ୍ଠାନ ଉଚ୍ଚ ଶିକ୍ଷାର ବିସ୍ତାର କ୍ଷେତ୍ର ରେ ପ୍ରମୁଖ ଭୁମିକା ଗ୍ରହଣ କରିଆସିଛି, ନୟାଗଡ଼ ସମେତ ପାର୍ଶ୍ଵ ବର୍ତ୍ତୀ ଖୋର୍ଦ୍ଧା, ଗଞ୍ଜାମ କନ୍ଧମାଳ, ବୌଦ୍ଧ ସୋନପୁର, ବଲାଙ୍ଗୀରି ଜିଲ୍ଲା ରୁ ବହୁ ସଂଖ୍ୟକଛାତ୍ର ଛାତ୍ରୀ ଏଠାରେ ଶିକ୍ଷା ଲାଭ କରି ରାଜ୍ୟ ତଥା ଦେଶରେ ନିଜସ୍ୱ ପ୍ରତିଭାର ଉତ୍କର୍ଷତା ପ୍ରତିପାଦନ କରିଛନ୍ତି, ବର୍ତ୍ତମାନ ଏହି ମହାବିଦ୍ୟାଳୟ ରେ 5ହଜାର ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଧୟନ କରୁଛନ୍ତି, ଷାଠିଏ ଦଶକ ରେ ରାଜ୍ୟ ରେ ଗଢି ଉଠିଥିବା 47ଟି ବେସରକାରୀ ମହାବିଦ୍ୟାଳୟ ମଧ୍ୟ ରେ ନୟାଗଡ଼ ମହାବିଦ୍ୟାଳୟ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିଛି, ଅନୁସଙ୍ଗିକ ଭିତି ଭୁମି,, ଶିକ୍ଷାଦାନ, ପାରିପାର୍ଷିକ ପରିସ୍ଥିତି କୋଣ ରୁ ଏହି ମହାବିଦ୍ୟାଳୟ ର ମର୍ଯ୍ୟଦା ପାଇବାର ସମସ୍ତ ପ୍ରସଙ୍ଗିକତା ରହିଛି, ନୟାଗଡ଼, ବୌଦ୍ଧ, ଏବଂ ଭଞ୍ଜନଗର ସଭିଡିଭିଜନ ଅଂଚଳ ରେ ଥିବା ମହାବିଦ୍ୟାଳୟ କୁ ନେଇ ବିଶ୍ଵବିଦ୍ୟାଳୟ ସ୍ଥାପନ ହୋଇ ପାରିବ ବୋଲି ବୁଦ୍ଧିଜୀବୀ ମହଲ ରେ ମତ ପ୍ରକାଶ ପାଇଛି,ବାରମ୍ବାର ଦାବି ସତ୍ୱେ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରାନଯାଇଥିବାରୁ ଏହାକୁ ନେଇ ଆନ୍ଦୋଳନ ର ଦାନା ବାନ୍ଧୁଛି,
ଏହାକୁ ନେଇ ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିଚାଳନା କମିଟି ର ସଭ୍ୟ ପ୍ରମୋଦ କୁମାର ପଟ୍ଟନାୟକ, ପ୍ରତିକ୍ରିୟା ରେ କହିଛନ୍ତି ଏହି ମହାବିଦ୍ୟାଳୟ ଏକ ଆଦର୍ଶ, ଓଁ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛି, ଏଠାରେ ନୟାଗଡ଼ ସମେତ ଅଲଗା ଜିଲ୍ଲା ର ଛାତ୍ର ଛାତ୍ରୀ ଅଧୟନ କରନ୍ତି, 21ନ ଜାତୀୟ ରାଜପଥ ପାର୍ଶ୍ଵ ରେ ପ୍ରତିଷ୍ଠା ହୋଇଥିବା ଏହି ବୃହତ ଅନୁଷ୍ଠାନ କୁ ବିଶ୍ଵବିଦ୍ୟାଳୟ ମାନ୍ୟତା ପ୍ରଦାନ କରିବା ପାଇଁ ବାରମ୍ବାର ଦାବି ହେଉଥିଲେ ହେଁସରକାର ଏହାକୁ ଏଡାଇ ଚାଲି ଛନ୍ତି ବିଶ୍ୱ ବିଦ୍ୟାଳୟ ରଘୋଷଣା ଦାବି ନେଇ ଜନ ଆନ୍ଦୋଳନ ମୁଣ୍ଡ ଟେକିବ
ନୟାଗଡ ରୁ ବିଭୁତି ପଟ୍ଟନାୟକଙ୍କ ରିପୋର୍ଟ
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ