ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

Spread the love


ଜୟପୁର : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଶାରଦା ବିହାର, ଜୟପୁର ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନନୀୟ ଶ୍ରୀଯୁକ୍ତ ଚନ୍ଦନ କୁମାର ନାୟକ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପସ୍ଥିତ ରହି ଶିଶୁଙ୍କୁ ପ୍ରେରଣା ପ୍ରଦାନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଦ୍ୟାଳୟର ଉପ-ସଭାପତି ଡ. ମନୋରଞ୍ଜନ ପ୍ରଧାନ, ସଂପାଦକ ଶ୍ରୀଯୁକ୍ତ ପଙ୍କଜ କୁମାର ପାତ୍ର , ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ସତ୍ୟ ନାରାୟଣ ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ବନ୍ଦନା ଓ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଶିଶୁମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ଏହାପରେ ବିଦ୍ୟାଳୟର ବରିଷ୍ଠ ଗୁରୁଜୀ ଶ୍ରୀ ଦିଲୀପ କୁମାର ଶତପଥୀଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଶିଶୁଙ୍କୁ ମାର୍ଗଦର୍ଶନ କରାଯାଇଥିଲା । ଶିଶୁମାନେ ବିଜ୍ଞାନ ପ୍ରକଳ୍ପ, ବିଜ୍ଞାନ ପତ୍ରବାଚନ, ବିଜ୍ଞାନ ପ୍ରୟୋଗ, ବିଜ୍ଞାନ ପ୍ରଶ୍ନମଞ୍ଚ, ଗଣିତ ପ୍ରକଳ୍ପ, ଗଣିତ ପତ୍ରବାଚନ, ଗଣିତ ପ୍ରୟୋଗ, ଗଣିତ ପ୍ରଶ୍ନମଞ୍ଚ, ସଂସ୍କୃତିଜ୍ଞାନ ପତ୍ରବାଚନ, ସଂସ୍କୃତି ଜ୍ଞାନ ପ୍ରଶ୍ନମଞ୍ଚ, ସଂସ୍କୃତିଜ୍ଞାନ ତତ୍କାଳିକ ଭାଷଣ ଆଦି ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ବିଚାରକ ଭାବେ ବରିଷ୍ଠ ଶିକ୍ଷକ ଓ ଶିକ୍ଷୟତ୍ରୀ ମଧ୍ୟରେ ଶ୍ରୀ ମୁକୁନ୍ଦ ବେହେରା, ଶ୍ରୀ ବିଷ୍ଣୁ ପ୍ରସାଦ ସାହୁ, ଶ୍ରୀ ଶିଶିର କୁମାର ଦାଶ, ଶ୍ରୀ ପ୍ରତାପ ଚନ୍ଦ୍ର ପଣ୍ଡା, ଶ୍ରୀ ଦିଲୀପ କୁମାର ମିଶ୍ର, ଶ୍ରୀ ବିଜୟ କୁମାର ଭଟ୍ଟ, ଶ୍ରୀ ଜଗନ୍ନାଥ ତ୍ରିପାଠୀ, ଶ୍ରୀ ରଞ୍ଜିତ କୁମାର ଦେବତା, ଶ୍ରୀ ପ୍ରଶାନ୍ତ କୁମାର ରାଉଳ, ଶ୍ରୀ ରାଧା ମୋହନ ପଣ୍ଡା, ଶ୍ରୀ ସରୋଜ କୁମାର ମହାପାତ୍ର, ଶ୍ରୀ ଭୀମଲ କୁମାର, ଶ୍ରୀ ଭାଗ୍ୟଧର ବାରିକ, ଶ୍ରୀ ଜ୍ଞାନ ରଞ୍ଜନ ମହାନ୍ତି, ଶ୍ରୀ ଦୁର୍ଗା ମାଧବ ଦାଶ, ଡକ୍ଟର ଉଜ୍ଜ୍ଵଳ କୁମାର ଷଡଙ୍ଗୀ, ଶ୍ରୀମତୀ ନମିତା ପାଢୀ, ଶ୍ରୀମତୀ ଏ. ନିର୍ମଳା, ଶ୍ରୀମତୀ ଦିପ୍ତିମୟୀ ସାମନ୍ତରାୟ, ଶ୍ରୀମତୀ ସୁସ୍ମିତା ରଥ, ଶ୍ରୀମତୀ ସଙ୍ଗୀତା ବେହେରା, ଶ୍ରୀମତୀ ସନ୍ତୋଷିନୀ ସାମନ୍ତରାୟ, ସୁଶ୍ରୀ କ୍ରିଷ୍ଣା ପ୍ରିୟଦର୍ଶନୀ ପ୍ରମୁଖ ଯୋଗ ଦେଇ ଶିଶୁମାନଙ୍କର ପ୍ରକଳ୍ପ, ପତ୍ରବାଚନ, କଥା କଥନ,ପ୍ରୟୋଗ ଇତ୍ୟାଦିର ମୂଲ୍ୟାଙ୍କନ କରିଥିଲେ । ଗଣିତ ପ୍ରକଳ୍ପରେ 45 ଜଣ, ଗଣିତ ପ୍ରଶ୍ନମଞ୍ଚରେ 09 ଜଣ, ଗଣିତ ପ୍ରୟୋଗରେ 6 ଜଣ ଓ ଗଣିତ ପତ୍ରବାଚନରେ 12 ଜଣ ଶିଶୁ ଭାଗ ନେଇଥିବା ବେଳେ, ବିଜ୍ଞାନ ପ୍ରଶ୍ନମଂଚରେ 15 ଜଣ, ବିଜ୍ଞାନ ପ୍ରକଳ୍ପରେ 58 ଜଣ, ବିଜ୍ଞାନ ପ୍ରୟୋଗରେ 12 ଜଣ, ବିଜ୍ଞାନ ପତ୍ରବାଚନରେ 15 ଜଣ, ମୂର୍ତ୍ତିକଳାରେ 19 ଭାଗ ନେଇଥିଲେ । ସଂସ୍କୃତିଜ୍ଞାନରେ ସର୍ବମୋଟ 35 ଜଣ ଶିଶୁ ଭାଇ ଭଉଣୀ ଭାଗ ନେଇଥିଲେ । ଏହିପରି ଭାବେ ମୋଟ 226 ଜଣ ଶିଶୁ ଭାଇ ଭଉଣୀ ଏହି ଜ୍ଞାନ ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିଥିଲେ । ସେହିପରି ସମାରୋପ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଯୁଗଳ କିଶୋର ମିଶ୍ର, ଅବସରପ୍ରାପ୍ତ ପ୍ରାଧ୍ୟାପକ ଯୋଗଦେଇ ଶିଶୁମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ଶ୍ରୀ ଭରତ ଚନ୍ଦ୍ର ବରାଳ, ସମ୍ଭାଗ କୋଷାଧ୍ୟକ୍ଷ, ଶ୍ରୀମତୀ କବିତା ସାହୁ, ଶିକ୍ଷା ବିକାଶ ସମିତି ସମ୍ଭାଗ ସଦସ୍ୟା , ଶ୍ରୀ ସୁକାନ୍ତ କୁମାର ବେହେରା, ଶିକ୍ଷା ବିକାଶ ସମିତି ଦକ୍ଷିଣ ସମ୍ଭାଗ ସଂଯୋଜକ ଆଦି ସମାରୋପ ଉତ୍ସବରେ ଯୋଗଦାନ କରିଥିଲେ । ସମାରୋପ ଉତ୍ସବରେ କୃତି ଶିଶୁ ଭାଇ ଭଉଣୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । କୃତି ଶିଶୁମାନେ ପରବର୍ତ୍ତୀ ପର୍ଯ୍ୟାୟରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିବେ । କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ଅତିଥି, ପରିଚାଳନା ସମିତିର ସମସ୍ତ ସଦସ୍ୟ, ଅଭିଭାବକ, ଶୁଭେଛୁ, ଗୁରୁଜୀ ଗୁରୁମା, ସେବକ ସେବିକା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

You may have missed

error: Content is protected !!
Breaking News