ଚିକିଟୀ, (୩୦/୧): ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ ଅନ୍ତର୍ଗତ ଝାଟିପଦର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ନିପୂଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ଅନୁଷ୍ଠିତ ଏହି କ୍ଲଷ୍ଟର ସ୍ତରୀୟ ନିପୂଣ ଓଡ଼ିଶା ମେଳାରେ ଚିକିଟୀ ବ୍ଲକ ଶିକ୍ଷାଅଧିକାରୀ ବସନ୍ତ କୁମାର ପଣ୍ଡା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ନିପୁଣ ପ୍ରକଳ୍ପକୁ ବୁଲି ଦେଖିବା ସହିତ ପ୍ରଶଂସା କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ଆୟୋଜିତ ନିପୁଣ ଓଡ଼ିଶା ମେଳାର ସାଧାରଣ ବୈଠକରେ କମୋଳମତି ଛାତ୍ରଛାତ୍ରୀଙ୍କ ଭୌତିକ ଓ ସାଧାରଣ ଜ୍ଞାନର ବିକାଶ ପାଇଁ ରାଜ୍ୟ ସରକାର ଏହି ନିପୂଣ ମେଳା ଯଥେଷ୍ଟ ମାତ୍ରାରେ ସହାୟକ ହୋଇପାରିଛି ବୋଲି ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କୁ ମୁଖ୍ୟଅତିଥିଙ୍କ ଦ୍ଵାରା ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଏବିଇଓ ତଥା ବିଆରସିସି ନିଗମା ନନ୍ଦ ପଣ୍ଡା, ସୀମାଞ୍ଚଳ ପଣ୍ଡା, ସୁରୋଲ ପଞ୍ଚାୟତ ସରପଞ୍ଚ ସସ୍ମିତା କୁମାରୀ ସାହୁ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ତନ୍ମୟୀ ସାହୁ ପ୍ରମୁଖ ମଞ୍ଚାସିନ ଥିବାବେଳେ ସୁରୋଳ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଭିକାରୀ ବେହେରା ଉଦ୍ଘୋଷକ ଭାବେ କାର୍ଯ୍ୟ ସମ୍ପାଦନା କରିଥିଲେ । ଏହି କ୍ଲଷ୍ଟର୍ ସ୍ତରୀୟ ନିପୁଣ ଓଡ଼ିଶା ମେଳାକୁ ସିଆରସିସି ଏ.ଦମୟନ୍ତୀ ପରିଚାଳନା କରିଥିଲେ ।
More Stories
ଇଣ୍ଡିଆନ୍ ବ୍ୟାଙ୍କ୍ ଏମ୍ପ୍ଲଇଜ୍ ୟୁନିୟନର ବାର୍ଷିକ ସମ୍ମିଳନୀ ଓ ନୂତନ କାର୍ଯ୍ୟକର୍ତ୍ତା ଚୟନ
କର୍କଟ ମୁକ୍ତ ଭାରତ ଗଠନ କରିବା ପାଇଁ କ୍ରାନ୍ତିର ଆହ୍ବାନ
ଲଷ୍ମୀ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ମହାଡମ୍ବରରେ ସମାପିତ