ନୟାଗଡ଼ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗରେ ଠିକାସଂସ୍ଥା ଦ୍ବାରା ନିଯୁକ୍ତି ଏବଂ ବଦଳି ପ୍ରକ୍ରିୟାରେ ବଡ ଧରଣରେ କେଳେଙ୍କାରୀ ସାମ୍ନାକୁ ଆସିଛି। ଠିଳାସଂସ୍ଥା ସହ ଚୁକ୍ତି | ନଥାଇ ନିଯୁକ୍ତି ପ୍ରଦାନ କରାଯିବା ଏବଂ ବବଳି କାର୍ଯ୍ୟକାରୀ କରାଯିବା ଅଭିଯୋଗ ହୋଇଛି। । ଦୀର୍ଘ ୫ ମାସରୁ ଉର୍ଦ୍ଧ ସମୟ ଠିକାସଂସ୍ଥା ସହ ଚୁକ୍ତି । ନଥିବା ବେଳେ କିଭଳି ଏଭଳି ଅପ୍ରାସଙ୍ଗିକ କାର୍ଯ୍ୟ କରାଯାଇଛି, ତାକୁ ନେଇ ପ୍ରଶ୍ନ ଉଠିଛି। ନୟାଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ୧୫୬ ଜଣ ଷ୍ଟାଫ ନର୍ସ, ୧୮୩ ଜଣ ଏଏନଏମ୍. ୫୨ ଜଣ ଲାକ୍ରୋଟୋରୀ ଟେକ୍ନିସିଆନ୍ ୫୨ ଜଣ ଫାର୍ମାସିଷ୍ଟ ୮ ଜଣ ଅପଥାଲ୍ମିକ୍ ଆସିଷ୍ଟାଣ୍ଡ, ଜଣେ ମେଡିକାଲ| ଗ୍ୟାସ ଲାଇନ୍ ଟେକ୍ନିସିଆନ୍ ୧୨ ଜଣ ଲିଫ୍ ଅପରେଟର, ୧୫ ଜଣ ଡିଇଓଙ୍କୁ ନିଯୁକ୍ତି ପାଇଁ ଗଞ୍ଜାମ ମ୍ୟାନ ପାୱାର ଆଣ୍ଡ ସିକ୍ୟୁରିଟ୍ ସର୍ଭିସ ସହ ଚୁକ୍ତି ହୋଇଛି । ୨୦୨୨ ମସିହା ଡିସେମ୍ବର ୧୨ ତାରିଖରେ ପ୍ରଥମେ ଚୁକ୍ତି ହୋଇଥିଲା । ଏହାର ଅବଧୂ ଏକ ବର୍ଷ ରହିଥିଲା। ୨୦୨୩ ମସିହା ଡିସେମ୍ବର ୧୧ତାରିଖରୁ ଚୁକ୍ତି ଶେଷ ହୋଇଥିଲା ଏହି ସଂସ୍ଥା ସହ ପୁନଃ ୨୦୨୪ ମସିହା ମେ ୮ ତାରିଖରେ ଚୁକ୍ତି ହୋଇଥିବା ସୂଚନା ମିଳିଛି। ୨୦୨୩ ମସିହା ଡିସେମ୍ବର ୧୧ ତାରିଖରୁ ୨୦୨୪ ମସିହା ମେ ୭ ତାରିଖ ପର୍ଯ୍ୟନ୍ତ ସଂସ୍ଥା ସହିତ କୌଣସି ଚୁକ୍ତି ନଥିବା ବେଳେ ଠିକାସଂସ୍ଥାକୁ କାର୍ଯ୍ୟ କରିବାକୁ ସୁଯୋଗ ମିଳିଛି। ଚୁକ୍ତି ନଥିସମୟ ରେଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅନେକ ପଦବୀ ପାଇଁ ଏହି ସଂସ୍ଥା ନୂଆ କର୍ମଚାରୀ ନିଯୁକ୍ତି ଦେଇଥିବା ଏବଂ ବଦଳି କରିଥିବା ଅଭିଯୋଗ ହୋଇଛି। ଏହି ସମୟରେ ନିର୍ବାଚନ ଆଚରଣ ବିଧି ରହିଥିବା ବେଳେ ବ୍ୟାପକ ନିଯୁକ୍ତି ଏବଂ ବଦଳି କିଭଳି
କାର୍ଯ୍ୟକାରୀ ହୋଇଛି, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି । ଗଞ୍ଜାମ ମ୍ୟାନ ପାୱାର ଆଣ୍ଡ ସିକ୍ୟୁରିଟ୍ ହୋଇଛି ସର୍ଭିସ ନିଯୁକ୍ତି ନାଁରେ ପ୍ରତି କର୍ମଚାରୀଙ୍କଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଛି। ଗୋଟିଏ ଠିକା ସଂସ୍ଥା ପ୍ରତି ସ୍ଵାସ୍ଥ୍ୟ ବିଭାଗର ଅହେତୁକ ଅନୁକମା ପାଇଁ କର୍ମଚାରୀଙ୍କ ମଧ୍ୟରେ ପ୍ରବଳ ଜନଅସନ୍ତୋଷ ସୃଷ୍ଟି ହୋଇଥିବା ବେଳେ ଏହା ପଛରେ ବଡ ଧରଣର କେଳେଙ୍କାରୀ ରହିଥିବା ଅନୁମାନ କରାଯାଇଛିସର୍ଭିସ ପ୍ରୋଭାଇଜର ଠିକାସଂସ୍ଥା ଚନ୍ଦନ ସମୟରେ ମଧ୍ୟ ଅନେକ ଅଭିଯୋଗ ଆସିଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ସେସବୁ ପ୍ରତି ଆଖବୁଜି
କାର୍ଯ୍ୟ ଗୁଡିକ କିଭଳି ଯଥାର୍ଥ ବୋଲି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାକାରୀ ରମାକାନ୍ତ ପଣ୍ଡାଙ୍କୁ ପଚାରିବାରୁ ଏହା ଏକ ଜଟଳା ପ୍ରସଙ୍ଗ ଫୋନରେ କହି ହେବ ନାହିଁ ଆପଣ ଅଫିସ୍ ଆସନ୍ତୁ ବୋଲି କହିଛନ୍ତି । ଅନ୍ୟପକ୍ଷେ, ଗଞ୍ଜାମ ମ୍ୟାନ୍ ପାୱାର ଆଣ୍ଡ ସିକ୍ୟୁରିଟ୍ ସର୍ଭିସ ସ୍ଥାନୀୟ ପରିଚାଳକ ତଥା ଏଗ୍ରିମେଣ୍ଟରେ ସାକ୍ଷୀ ରହିଥିବା ଶରତ କୁମାର ପ୍ରଧାନଙ୍କୁ ପଚାରିବାରୁ, ନିର୍ବାଚନ ଆଚରଣ ବିଧି ସମୟରେ କୌଣସି ନିଯୁକ୍ତି ହୋଇନଥିବା ସୂଚନା ଦେଇଛନ୍ତି। ଆମ ସଂସ୍ଥା ବର୍ଷ ପାଇଁ କାମ କରିବାକୁ ଟେଣ୍ଡର ପାଇଛି । କୌଣସି କାରଣରୁ ଚୁକ୍ତି ହୋଇପାରିନଥିବା ବେଳେ ସଂସ୍ଥା ତା ଦାୟିତ୍ବ ନିର୍ବାହ କରି ପାରିବ ବୋଲି କହିଛନ୍ତି।
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ