Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ତାରାଦେବୀଙ୍କ ଯାତ୍ରାର ପଞ୍ଚମୁଖ ହନୁମାନ କଳାକୁଞ୍ଜର ଭସାଣି ଶୋଭାଯାତ୍ରା

Spread the love

ବ୍ରହ୍ମପୁର,୧୧/୬(ଅଭିଜିତ କର): ସ୍ଥାନୀୟ ଲାଞ୍ଜିପଲ୍ଲି ଠାରେ ଗତ ମାସ ୧୮ ତାରିଖ ଠାରୁ ଆରମ୍ଭ ହୋଇ ଚଳିତ ୭ ତାରିଖ ପର୍ଯ୍ୟନ୍ତ ଚାଲି ରହିଥିବା ପ୍ରସିଦ୍ଧ ଶ୍ରୀ ଶ୍ରୀ ଶ୍ରୀ ଶକ୍ତିମୟୀ ମାଁ ତାରାଦେବୀ ଠାକୁରାଣୀଙ୍କ ୨୪ତମ ଯାତ୍ରା ଯଥା ବିଧିବଦ୍ଧ ଭାବେ ପାଳନ ହୋଇଥିଲା । ୧୮ ତାରିଖ ରାତ୍ରରେ ଠାକୁରାଣୀଙ୍କ ଆଜ୍ଞା ପୁଷ୍ପ ପୂଜାପୀଠକୁ ଅଣାଯାଇ ଘଟ ସ୍ଥାପନ କରାଯିବ ୭ ତାରିଖ ପର୍ଯ୍ୟନ୍ତ ଯାତ୍ରା ଅନୁଷ୍ଠିତ ହୋଇ ମଧ୍ଯ ରାତ୍ରୀରେ ଦେବୀ ପୁଣି ନିଜସ୍ଵ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ଅବସରରେ ମୁଖ୍ୟରାସ୍ତା ପାର୍ଶ୍ଵ ହାଇସ୍କୁଲ୍ ନିକଟରେ ସ୍ଥାପନ କରାଯାଇ ଉନ୍ମୋଚିତ ହୋଇଥିବା ପଞ୍ଚମୁଖ ହନୁମାନ ମୂର୍ତ୍ତି କଳାକୁଞ୍ଜକୁ ବୁଧୁବାର ସନ୍ଧ୍ୟାରେ ଭସାଣି ଦିବସ ଉପଲକ୍ଷେ ଏକ ବିରାଟ ଶୋଭାଯାତ୍ରାରେ ନଗରର ପରିକ୍ରମାର ସହ ବିସର୍ଜନ କରାଯାଇଛି । ସାହି କମିଟିର ନେତୃତ୍ୱରେ ଆୟୋଜିତ ଏହି ଭସାଣି ଶୋଭାଯାତ୍ରା ପୂଜା କମିଟି ବୃନ୍ଦ ତଥା ଉପଦେଷ୍ଟା କେ.ପୋଲା ରାଓ, ସମ୍ପାଦକ ନୀଳ ମାଧବ ନେପାକଙ୍କ ସମେତ ଅଲେଖ ପାଣିଗ୍ରାହି, ବାବୁନା ମହାରଣା, ପି ଚେଙ୍ଗଲ ରାଓ, ଏସ କ୍ରୀଷ୍ଣା ରାଓ, ଲୁଲା ପାଣିଗ୍ରାହୀ, ରବୀନ୍ଦ୍ର କୁମାର ପାଢ଼ୀ, ପ୍ରଶାନ୍ତ କୁମାର ସାହୁ, କୁମ୍ବାର ଗୋପୀ, ଆନନ୍ଦ ରାଓ, ଲକ୍ଷ୍ମୀ ବେହେରା, ଏସ ତେଜେଶ୍ୱର୍ ରାଓ ପ୍ରମୁଖଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିବା ବେଳେ, ଏହି ସମସ୍ତ କାର୍ଯ୍ୟକୁ ଅଞ୍ଚଳର ବହୁ ବରିଷ୍ଠ ମାନ୍ୟଗଣ୍ୟ ବ୍ୟକ୍ତି ଓ ଯୁବ ଗୋଷ୍ଠୀଙ୍କ ସହଯୋଗରେ ସୁଚାରୁ ରୂପରେ ସମାପନ ହୋଇଥିଲା ।

error: Content is protected !!
Breaking News