• ନିର୍ଦ୍ଧାରିତ ହେଲା ବିଶ୍ୱ ପ୍ରସିଦ୍ଧ ମାଁ ବୁଢୀ ଠାକୁରାଣୀ ଯାତ୍ରାର ଶୁଭଖୁଣ୍ଟ ସ୍ଥାପନ ତାରିଖ
ବ୍ରହ୍ମପୁର, ୮/୩(ମନ୍ଥନ – ଅଭିଜିତ କର): ବିଶ୍ୱ ପ୍ରସିଦ୍ଧ ବ୍ରହ୍ମପୁର ମାଁ ବୁଢୀ ଠାକୁରାଣୀଙ୍କ ଦ୍ଵିବାର୍ଷିକ ଯାତ୍ରା ଅନୁଷ୍ଠିତ ନେଇ ଜନ ସାଧାରଣଙ୍କ ମଧ୍ୟରେ ନିର୍ଦ୍ଧିଷ୍ଟ ତାରିଖକୁ ନେଇ ବିଭିନ୍ନ ଗୁମର ରହି ଆସୁଥିଲା । ମହା ଶିବରାତ୍ର ପରଠାରୁ ପରମ୍ପରା ଅନୁଯାୟୀ ମାଁ ବୁଢୀ ଠାକୁରାଣୀଙ୍କ ଯାତ୍ରାର ଶୁଭଖୁଣ୍ଟ ଆସୁଥିବା ରୀତି ରହିଥିବା ବେଳେ, କିଛି ଦିନ ଧରି ଉକ୍ତ ତାରିଖକୁ ନେଇ ଭକ୍ତ ମାନଙ୍କ ମଧ୍ୟରେ ଏକ ଉତ୍ସାହ ଦେଖିବାକୁ ମିଳୁଛି। ସେନେଇ ଯାତ୍ରାର ମୁଖ୍ୟ ପରିଚାଳକ ତଥା ବାପା ଦେଶିବେହେରା ପୂର୍ବରୁ ସିଦ୍ଧାନ୍ତିଙ୍କ ଠାରୁ ଦୁଇଟି ତାରିଖ ଯଥା ୦୯.୦୩.୨୦୨୫ ଏବଂ ୧୨.୦୩.୨୦୨୫ ଗ୍ରହଣ କରିଥିବା ବେଳେ, ସେଥି ମଧ୍ୟରୁ ଗୋଟିଏ ତାରିଖ ସୁନିଶ୍ଚିତ କରିବା ପାଇଁ ସମୟ ନେଇଥିଲେ । ଏଣୁ ସେହିକ୍ରମେ ଆଜି ଉଭୟ ଦୁଇଟି ମଧ୍ୟରୁ ଗୋଟିଏ ଅର୍ଥାତ୍ ୧୨.୦୩.୨୦୨୫ ତାରିଖରୁ ନିର୍ଦ୍ଧାରିତ କରି ଏକ ବିଜ୍ଞପ୍ତି ମାଧ୍ୟମରେ ସାର୍ବଜନୀନ କରି ସୂଚନା ଦେଇଛନ୍ତି। ତେବେ ପାରମ୍ପରିକ ସିଦ୍ଧାନ୍ତି ଅର୍ଥାତ୍ କୂଳ ପୁରୋହିତଙ୍କ ସୂଚନା ଅନୁସାରେ ଶ୍ରୀ ବାସୁଦେବ ଦେବ ଶାସ୍ତ୍ରୀ ଗରୁଙ୍କ ଦ୍ୱାରା ୧୨.୦୩.୨୦୨୫ (ବୁଧବାର) ଦିନ ଶୁଭଖୁଣ୍ଟି ତାରିଖ ଚୂଡ଼ାନ୍ତ ହୋଇଥିବା ସହ ସେହିଦିନ ରାତି ପ୍ରାୟ ୯.୩୦ ମିନିଟ ସମୟରେ ସାଧାରଣ ସଭାରେ ଦେବୀ ମହୋତ୍ସବ ତାରିଖ ଘୋଷଣା କରିବେ ବୋଲି ପାତରଳା ଦୁର୍ଗା ପ୍ରସାଦ ଦେଶୀବେହେରା କହିଛନ୍ତି । ପ୍ରତି ଦୁଇ ବର୍ଷକୁ ଠାରେ ମାଁ ଶାଶୁ ଘର ଠାରୁ ବାପା ଘରକୁ ଆସୁଥିବା ନେଇ ଯେଉଁ ଉତ୍ସାହ ରହିଥିଲା ତାହା ଉକ୍ତ ତାରିଖ ସୁନିଶ୍ଚିତ ହେବା ପରେ ସେହି ଉତ୍ସାହ ଶହେ ଗୁଣ ବଢ଼ିଯାଇଛି ବୋଲି କହିଥିଲେ। ଏବଂ ଆଗାମୀ ଦିନରେ ସମସ୍ତ ପାରମ୍ପରିକ ଓ ପ୍ରଶାସନିକ କାର୍ଯ୍ୟ ସବୁ ନିୟମ ଏବଂ ଅନୁମତି ମୁତାବକ କରାଯିବ ବୋଲି ଶ୍ରୀ ଦେଶୀବେହେରା ମତ ପ୍ରକାଶ କରିଛନ୍ତି। ତେବେ ଏହି ତାରିଖ ଘୋଷଣା ପରେ ବ୍ରହ୍ମପୁର ସହରବାସୀଙ୍କ ମଧ୍ୟରେ ଏକ ଚଳଚଞ୍ଚଳ ଦେଖିବାକୁ ମିଳିଛି।
More Stories
ଆସିଲା ଆଜ୍ଞାମାଳ, ସ୍ଥାପନ ହେଲା ଶୁଭଖୁଣ୍ଟି, ଘୋଷଣା ହେଲା ଯାତ୍ରା ତାରିଖ
ଆକାଶ ଏଜୁକେସନସ୍ ଛାତ୍ରଛାତ୍ରୀଙ୍କ ଜେଇଇ ମେଇନ୍ସରେ ବ୍ରହ୍ମପୁର ଟପ୍ପର
ବିଜେଡି ଦଳ ପରିତ୍ୟାଗ କରି ବିଜେପିର ମିଶେଲେ ୨୬ଟି ପରିବାର