• ଘୃତଯଜ୍ଞ ଓ ନାମଯଜ୍ଞ ସହ ଦଶ ହଜାର ଲୋକଙ୍କ ଅନ୍ନ ପ୍ରସାଦ ସେବନ
ବ୍ରହ୍ମପୁର, ୨୮/୬ (ଅଭିଜିତ କର): ସ୍ଥାନୀୟ ତୁଳସୀ ନଗର ସପ୍ତମ ଲାଇନ୍ ଠାରେ ସ୍ଥାପିତ ହୋଇଥିବା ଶ୍ରୀ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିରର ଦଶମ ବାର୍ଷିକୋତ୍ସବ ଶନିବାର ଦିନ ଅନୁଷ୍ଠିତ ହୋଇଛି। ତୁଳସୀ ନଗର ରାଧାକୃଷ୍ଣ ବଣିକ ସଂଘ ଓ ଫ୍ରେଣ୍ଟ୍ସ୍ ଫର୍ଏଭର୍ ଦ୍ଵାରା ଆୟୋଜିତ ଏହି ବାର୍ଷିକୋତ୍ସବରେ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଜନ ସାଧାରଣ ମାନେ ଯୋଗଦାନ କରି ରାଧକୃଷ୍ଣଙ୍କ କୃପାଶୀର୍ବାଦ ଲାଭ କରିବା ସହ ସାମୁହିକ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ବଣିକ ସଂଘ ସଭାପତି ତଥା ବ୍ରହ୍ମପୁର ଅର୍ବାନ୍ କୋ ଅପରେଟିଭ ବ୍ୟାଙ୍କ୍ ସଭାପତି ଶ୍ରୀ ଆର୍. ମୂରଲୀ ମୋହନଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ପୂର୍ବତନ ବିଧାୟକ ଡ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ମହାନଗର ନିଗମର ମେୟର ସଙ୍ଗମିତ୍ରା ଦଲାଇ, ବ୍ରହ୍ମପୁର ବିଧାୟକ ପ୍ରତିନିଧି ଅଶୋକ ଶୁକ୍ଳା, ବିଜେଡି ବରିଷ୍ଠ ନେତା ଭୀମସେନ ଦଳାଇ, କର୍ପୋରେଟର ଆର୍ ପାୱାନି, ଡି କରୁଣାକର, ପ୍ରଦୀପ ଶତପଥୀ, ସୁରେନ୍ଦ୍ର ମହାରଣା, ପ୍ରଶାନ୍ତ ପଟ୍ଟନାୟକ, ଟି ତିରୁପତି ପାତ୍ର, ସିଏଚ ରଞ୍ଜିତା ବେହେରା, ସୁନୀତା ପଟ୍ଟନାୟକ, ବନିତା ସାହୁ, ଟି କିଶୋର ପାତ୍ର, ନୀଳକଣ୍ଠ ସାହୁଙ୍କ ସମେତ ଅର୍ବାନ ବ୍ୟାଙ୍କର ସମସ୍ତ ନିର୍ଦ୍ଦେଶକ ଏବଂ ଅନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଯୋଗଦାନ କରି ରାଧାକୃଷ୍ଣଙ୍କ ଦର୍ଶନ ଲାଭ କରିଥିଲେ। ଏହି ଅବସରରେ ମନ୍ଦିର ପରିସରରେ ମଣ୍ଡଳ ପୂଜାର୍ଚ୍ଚନା, ଘୃତଯଜ୍ଞ, ନାମଯଜ୍ଞ ଓ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ, ପ୍ରାୟ ୧୦୦୦୦ ଉର୍ଦ୍ଧ୍ବ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିବା ସଭାପତି ଶ୍ରୀ ମୂରଲୀ ମୋହନ କହିଛନ୍ତି । ଏହି କାର୍ଯ୍ୟକ୍ରମକୁ ରାଧାକୃଷ୍ଣ ବଣିକ ସଂଘ ଓ ଫ୍ରେଣ୍ଡସ ଫରେଭର ସଦସ୍ୟ ଶ୍ରୀକାନ୍ତ ପାଣଗ୍ରାହୀ, ମନୋଜ ସାହୁ, ତିରୁପତି ସୁବୁଦ୍ଧି, ସୁଶୀଲ ସେନାପତି, ବାବୁ ପଟ୍ଟନାୟକ, ମନୋରଞ୍ଜନ ପଟ୍ଟନାୟକ, ପଞ୍ଚାନନ ରାଉତ, ସୁବାସ ପାତ୍ର, ରମେଶ ନାୟକ, ସିମାଞ୍ଚଲ ପଣ୍ଡା, ସତ୍ୟ ପାତ୍ର, ମୁକୁନ୍ଦ ଗୌଡ଼, ମୁନା ରେଡ୍ଡୀ, ରାଜେଶ୍ୱର୍ ବେହେରା ପ୍ରମୁଖ ଉପସ୍ଥିତ ରହି ପରିଚାଳନରେ ସହଯୋଗ କରିଥିଲେ।
More Stories
Van Mahotsav Weeks Day Celebrated at GIPS Berhampur
ଶିଶୁ ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ସମରୋପ
ମହାନ୍ ସଂଘର ମିଳିତରେ ମୋରାଜୀ ଦେଶାଇ ଜାତୀୟ ଯୋଗ ଶିବିର