ପାଟଣା: ସର୍ଵ ଭାରତୀୟ କୃଷକ କ୍ଷେତ ମଜ଼ଦୂର ସଂଗଠନ (ଏ. ଆଇ. କେ. କେ. ଏମ. ଏସ ) ପକ୍ଷରୁ ସାହାରପଡା ତହସିଲ ସମୁଖରେ ଆଜି ଗଣ ବିକ୍ଷୋଭ କରାଯାଇଛି । ବିକ୍ଷୋଭ ପୂର୍ବରୁ ସଂଗଠନର ଶତାଧିକ କର୍ମୀ ହାତରେ ବ୍ୟାନର ଓ ପ୍ଲାକାର୍ଡ଼ ଧରି ସାହାରପଡା ର ପେଟ୍ରୋଲ ପମ୍ପ ଠାରୁ ଏକ ଶୋଭାଯାତ୍ରାରେ ଦଖଲିକୃତ ଜମିକୁ ପଟ୍ଟା ଦିଅ, ବେକାରୀଙ୍କୁ ରୋଜଗାର ଦିଅ, ଦରଦାମ ବୃଦ୍ଧି ବନ୍ଦ କର ଆଦି ସ୍ଲୋଗାନ ଦେଇ ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିକ୍ଷୋଭ ସ୍ଥଳରେ ଏଆଇକେକେଏମଏସର ରାଜ୍ୟ ସମ୍ପାଦକ କମ୍ରେଡ ରଘୁନାଥ ଦାଶ ଯୋଗ ଦେଇ ତାଙ୍କ ଭାଷଣ ପ୍ରସଂଗରେ ସମ୍ପ୍ରତି ରାଜ୍ୟରେ ବିଜେପି ସରକାରଙ୍କ ଜନବିରୋଧୀ ବିଶେଷ କରି ଆଦିବାସୀ ମାନଙ୍କର ଦଖଲିକୃତ ଜମି ଛଡାଇ ନେବା ପାଇଁ ଯେଉଁ ଉଦ୍ୟମ କରୁଛନ୍ତି, ସେ ସମ୍ପର୍କରେ ସେ ବିସ୍ତୃତ ଭାବେ ବ୍ୟାଖ୍ୟା କରିବା ସଂଗେ ସଂଗେ ଦୀର୍ଘସ୍ଥାୟୀ ଚାଷୀଙ୍କୁ ଆନ୍ଦୋଳନ ଗଢି ତୋଳିବାକୁ ଆହ୍ୱାନ କରିଛନ୍ତି । ଏହି ବିକ୍ଷୋଭରେ ଅନ୍ୟମାଙ୍କ ମଧ୍ୟରେ ଏଆଇକେକେଏମଏସ ର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ କମ୍ରେଡ ପ୍ରକାଶ ମଲ୍ଲିକ, କେନ୍ଦୁଝର ଜିଲ୍ଲା ସମ୍ପାଦକ କମ୍ରେଡ ବେଣୁଧର ସର୍ଦ୍ଦାର, ସଂଗଠନର ବରିଷ୍ଠ କର୍ମୀ ଖଗେଶ୍ୱର ମହାନ୍ତ, ପ୍ରତାପ ନାୟକ,ହରିହର ମୁଣ୍ଡା ପ୍ରମୁଖ ଏହି ବିକ୍ଷୋଭରେ ସେମାନଙ୍କ ବକ୍ତବ୍ୟ ମାଧ୍ୟମରେ ତୃଣମୂଳ ସ୍ତରରୁ ଏଆଇକେକେଏମଏସ କୁ ସୁଦୃଢ କରିବା ସଂଗେ ସଂଗେ ଲଗାତାର ଭାବେ ଆନ୍ଦୋଳନ ଚଳାଇ ରଖିବାକୁ ଆହ୍ୱାନ କରିଛନ୍ତି । ପ୍ରମୁଖ ଦାବୀ ଗୁଡିକ ମଧ୍ୟରେ ୨୦୦୬ ଜଙ୍ଗଲ ଜମି ଅଧିକାର ଆଇନ ଅନୁଯାଇ ପୁରୁଷାନୁକ୍ରମେ ଭୋଗ ଦଖଲ କରିଆସୁଥିବା ଲୋକଙ୍କୁ ପଟ୍ଟା ପ୍ରଦାନ କରିବା, ବନୀକରଣ ନାଁରେ ଚାଷ ଜମିରୁ ଦଖଲଦାରଙ୍କୁ ଉଛେଦ ବନ୍ଦ କରିବା, ରାସ୍ତାର ଉଭୟ ପାର୍ଶରେ ଗଛ ଲଗା କାର୍ଯ୍ୟକ୍ରମ କୁ ତାରାନ୍ୱିତ କରିବା । ଜଙ୍ଗଲ ସଂରକ୍ଷଣ ସଂଶୋଧନ ଆଇନ ୨୦୨୩ ବାତିଲ କରିବା ଆଦି ଦାବୀ କରାଯାଇଛି । ୪ ଦଫା ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ସାହାରପଡା ତହସିଲଦାର ଙ୍କୁ ଦିଆଯାଇଛି।
More Stories
25-01-2025
ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆଙ୍କ ନୂଆପଡ଼ା ଗସ୍ତ
13.01.2025