• ଯଶସ୍ଵି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ଦିଲ୍ଲୀ ସୁଶାସନ ପାଇବ – ବିଧାୟକ
• ୧୨ ବର୍ଷ ପରେ ଆପ୍ ଦଳର ମିଥ୍ୟା ପ୍ରତାରଣାରୁ ବର୍ତ୍ତିଛନ୍ତି ଦିଲ୍ଲୀବାସୀ – ଶ୍ରୀ ପତି
• ଆପ୍ ଦିଲ୍ଲୀରେ ହେଇଗଲା ସାଫ୍ – ଜିଲ୍ଲା ସଭାପତି ଶ୍ରୀ ସାବତ
ବ୍ରହ୍ମପୁର, ୮/୨(ଅଭିଜିତ କର): ଦିଲ୍ଲୀର ଐତିହାସିକ ବିଜୟ ପରିପ୍ରେକ୍ଷୀରେ ଶନିବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଭବ୍ୟ ଉତ୍ସବ ପାଳନ କରାଯାଇଛି । ସେଥି ମଧ୍ୟରୁ ଅପରାହ୍ନ ସମୟରେ ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନିଲ କୁମାରଙ୍କ ନେତୃତ୍ୱରେ ପାର୍ଟିର ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ସରୋଜ ସାବତଙ୍କ ସମେତ ପାର୍ଟିର ବହୁ ବରିଷ୍ଠ ସଦସ୍ୟ, ଯୁବ, ଛାତ୍ର, ମହିଳାମୋର୍ଚ୍ଚା ଓ କର୍ମକର୍ତ୍ତା ମାନେ ବ୍ରହ୍ମପୁର ସାଂସଦ ବିଧାୟକଙ୍କ ଗାନ୍ଧୀ ନଗର କାର୍ଯାଳୟ ଠାରୁ ଏକ ବିଜୟ ଶୋଭାଯାତ୍ରା ବାହାରି ସହରର ପରିକ୍ରମା କରି ଗିରିଜା ଛକ ଠାରେ ଉତ୍ସବ ପାଳନ କରାଯାଇଥିଲା । ଏହି ଅବସରରେ ଦଳର କାର୍ଯ୍ୟକର୍ତ୍ତା ମାନେ ଆପୋଷ ମଧ୍ୟରେ ମିଷ୍ଟାନ ବଣ୍ଟନ, ଆତସ ବାଜି କରି ଦଳର ଏହି ବିଜୟ ପାଇଁ ଉତ୍ସବ ପାଳନ କରିଥିବା ବେଳେ, ସେହିପରି ଗାନ୍ଧୀ ନଗର ଛକ ଠାରେ ସନ୍ଧ୍ୟା ସମୟରେ ମଧ୍ୟ ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ ଅନୁରୂପ ଆତସବାଜି କରି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ମିଠା ବଣ୍ଟନ କରି ଏକ ବିଜୟ ଉତ୍ସବ ମନାଯାଇଛି । ଏହି ଅବସରରେ ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନିଲ କୁମାର କହିଛନ୍ତି ଯେ, ଭାରତର ଯଶଶ୍ଵୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ଦିଲ୍ଲୀକୁ ଭାରତୀୟ ଜନତା ପାର୍ଟି ଦଖଲ କରିଛି, ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ଦିଲ୍ଲୀରେ ସୁଶାସନ ଦେବାକୁ ଯାଉଛି ସେ ପରିପ୍ରେକ୍ଷିରେ ଏକ ବିଜୟ ଉତ୍ସବ ପାଳନ କରାଯାଇଛି । ଅନ୍ୟ ପକ୍ଷରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ କାହ୍ନୁ ଚରଣ ପତି କହିଛନ୍ତି ଯେ, ଏହି ବିଜୟ ଉତ୍ସବରେ ମୁଖ୍ୟତଃ ଯେଉଁଭଳି ଭାବରେ ୧୨ ବର୍ଷ ଧରି ଆପ୍ ସରକାର କୌଣସି ବି ବିକାଶ ନକରି କେବଳ ମିଛ ଉପରେ ମିଛ ପ୍ରତାରଣା ଦେଇ ଦିଲ୍ଲୀବାସୀଙ୍କୁ ଯେଉଁ ନିର୍ଯାତନା ଦେଇଥିଲା । ତାର ବିରୁଦ୍ଧରେ ଦିଲ୍ଲୀ ରାଜ୍ୟବାସୀ ଯେଉଁ ଜନାଦେଶ ଦେଇଛି ତାହା ନିଶ୍ଚିତ ଭାବେ ଐତିହାସିକ ଏବଂ ୧୨ ବର୍ଷ ପରେ ଯେଉଁ ଠାରୁ ଆମ୍ ଆଦମୀ ପାର୍ଟି ନିଜର ରାଜନୈତିକ ଭବିଷ୍ୟତ ଆରମ୍ଭ କରିଥିଲା ୧୨ ବର୍ଷ ପରେ ଏହି ଦଳକୁ ଦିଲ୍ଲୀବାସୀ ପ୍ରତ୍ୟାକ୍ଷାନ କରିଛନ୍ତି । ଏହି ପରିପ୍ରେକ୍ଷିରେ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ଦିଲ୍ଲୀ ବାସୀଙ୍କୁ ସୁଶାସନ ଦେବ ବୋଲି ସେମାନଙ୍କର ଆଶା ବୋଲି ମତ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରଭାତ କିରଣ ଷଡ଼ଙ୍ଗୀ, ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ତୁତୁନ୍ ପାତ୍ର, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଶିବ ଶଙ୍କର ନାୟକ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ସାମିଲ ଥିଲେ ।
More Stories
ଆସିଲା ଆଜ୍ଞାମାଳ, ସ୍ଥାପନ ହେଲା ଶୁଭଖୁଣ୍ଟି, ଘୋଷଣା ହେଲା ଯାତ୍ରା ତାରିଖ
ମହିଳାଙ୍କ ବିଭିନ୍ନ ଅଧିକାର ଦାବିରେ ରାଷ୍ଟ୍ରୀୟ ମଜଦୂର୍ କଂଗ୍ରେସର ମହିଳା ଦିବସ ପାଳିତ
ମହିଳାମୋର୍ଚ୍ଚା ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ