ବ୍ରହ୍ମପୁର,୨୩/୩(ମନ୍ଥନ-ଅଭିଜିତ କର): ସ୍ଥାନୀୟ ଗୌଡ଼ ସାହି ନିଵାସୀ ଜମ୍ମୁଲା ସତ୍ୟ ନାରାୟନଙ୍କ ଚଳିତ ମାସ ଗତ ୧୨୩ ତାରିଖ ବିୟୋଗରେ ତାଙ୍କର ଦୁଇଟି ଚକ୍ଷୁ ଓ ମୃତ ଶରୀରକୁ ବଡ ମେଡିକାଲକୁ ଦାନ କରାଯାଇଥିଲା। ସେନେଇ ୨୩ ତାରିଖରେ ତାଙ୍କର ଦ୍ୱାଦଶାହ କାର୍ଯ୍ୟରେ ମୃତ୍ୟୁ ପରେ ଚକ୍ଷୁଦାନ ଓ ଶରୀର ଦାନ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରାୟ ପାଞ୍ଚଶହରୁ ଉର୍ଦ୍ଧ୍ବ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନଙ୍କ ସମେତ ବହୁ ବନ୍ଧୁ ବାନ୍ଧବ ମାନେ ଯୋଗଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ମାନବବାଦୀ ହେତୁବାଦୀ ସଂଗଠନର ସଭାପତି ଇ.ଟି. ରାଓ ଚକ୍ଷୁଦାନ ଉପରେ କହିଥିଲେ ଯେ, ମୃତ୍ୟୁପରେ ଆଖି ଦୁଇଟି ଜଳି ପାଉଁସ ହୋଇଯାଏ ଓ ପୋତିବା ଫଳରେ ମାଟିରେ ମିଶିଯାଏ। ଦାନ କରିବା ଯୋଗୁଁ ଦୁଇଜଣ କାର୍ଣ୍ଣିଆ ଜନିତ ଦୃଷ୍ଟିବାଧିତ ବ୍ୟକ୍ତି ଦୃଷ୍ଟି ପାଇବେ, ତେଣୁ ଚକ୍ଷୁଦାନ ପୂର୍ବରୁ ଅର୍ଥାତ ମୃତ୍ୟୁ ପରେ ଶରୀରକୁ ଶୁଆଇ ରଖିବା, ଆଖି ନ ଶୁଖିବା ପାଇଁ ପଙ୍ଖା ବନ୍ଦ କରିଦେବା ଓ ଆଖି ଦୁଇଟିରେ ଓଦା ତୁଳା ଦେଇ ରଖିବାକୁ କହିଥିଲେ। ମେଡିକାଲ କଲେଜର ଆନାଟୋମି ବିଭାଗର ମୁଖ୍ୟ ପ୍ରଫେସର ଜାମି ସାଗର ପୃଷ୍ଟି ଶରୀର ଦାନ ଓ ଏହାର ଉପକାରିତ ବିଷରେ କହିଥିଲେ। ଡାକ୍ତରୀ ପାଠ ପଢିବା ପାଇଁ ପ୍ରତି ୧୦ଜଣ ଛାତ୍ରୀଛାତ୍ରଙ୍କୁ ଗୋଟିଏ ଲେଖାଏଁ ମୃତ ଶରୀର ଆବଶ୍ୟକ ହୁଏ। ଏହା ମାଧ୍ୟମରେ ପିଲାମାନେ ଶରୀରର ବିଭିନ୍ନ ସ୍ନାୟୁ, ଧମନୀ, ଶିରା ପ୍ରଶିରା ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର ଅବସ୍ଥିତି ବିଷୟରେ ସୁକ୍ଷ୍ମ ଭାବେ ପଢ଼ା ଯାଇଥାଏ, ଯାହା ଫଳରେ ପିଲାଟି ଭଲ ଡାକ୍ତର ହୋଇପାରେ। ଶରୀର ଦାନ କାର୍ଯ୍ୟକ୍ରମରେ ଫ୍ରେଣ୍ଡ ହେଲପିଙ୍ଗ କ୍ଳବ, ମାନବବାଦୀ ହେତୁବାଦୀ ସଂଗଠନର ସମସ୍ତ ସଭ୍ୟଙ୍କୁ ଭୁୟସୀ ପ୍ରଶଂସା କରିଥିଲେ ଓ ମୃତ ଶରୀରକୁ ପଡିବ କିମ୍ବା ପୋତି ନଷ୍ଟ କରିବା ଅପେକ୍ଷା ଏହାକୁ ମହତ କାର୍ଯ୍ୟରେ ଲଗାଇଲେ ଭଲ ହେବ ଓ ସମସ୍ତଙ୍କୁ ଶରୀର ଦାନ ଚକ୍ଷୁଦାନ ପାଇଁ ବ୍ରତୀ ହେବାକୁ କହିଥିଲେ। ଆକାଶବାଣୀ କେନ୍ଦ୍ରର ପୂର୍ବତନ ନିର୍ଦେଶକ ପାଣିଗ୍ରାହୀ ଏହି ପ୍ରସଙ୍ଗରେ ବକ୍ତବ୍ୟ ରଖି ପୌରାଣିକ ତଥ୍ୟ ଉପସ୍ଥାପନା କରିଥିଲେ। ମହାମୁନି ଦଧିଚି ବଜ୍ର ନିର୍ମାଣ ପାଇଁନ ତାଙ୍କ ଅସ୍ଥିଦାନ କରିଥିବା ଉଦାହରଣ ଦେଇଥିଲେ। ଯଦି ମହତ କାର୍ଯ୍ୟରେ ମୃତ ଶରୀରଟି ବିନିଯୋଗ ହୁଏ, ତାହାହିଁ ପୁଣ୍ୟ ଘଟଣା ଯାହା ଜେ. ସତ୍ୟ ନାରାୟଣ ସମାଜକୁ ଦିଗଦର୍ଶନ ଦେଇଛନ୍ତି। ଯେଉଁ ମାନେ ଚକ୍ଷୁ ଓ ଶରୀର ଦାନ କରିବା ପାଇଁ ଇଛୁକ ଅଛନ୍ତି ଆବେଦନ ପତ୍ର ନେବାକୁ ମାନବବାଦୀ ହେତୁବାଦୀ ସଂଗଠନର ସମ୍ପାଦକ କେ. ନନ୍ଦେଷୁ ସେନାପତି ଅନୁରୋଧ କରିଥିଲେ। ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ପକ୍ଷରୁ ସଭାପତି ଏମ୍. ବିଦ୍ୟାସାଗର ଚକ୍ଷୁଦାନ ପାଇଁ ଓ ଶରୀର ଦାନ ପାଇଁ କେ. ନନ୍ଦେଷୁ ସେନାପତି ଜେ. ସତ୍ୟ ନାରାୟଣଙ୍କ ପରିବାରକୁ ମହନୀୟ କାର୍ଯ୍ୟ ପାଇଁ କୃତଜ୍ଞତା ପତ୍ର ପ୍ରଦାନ କରିଥିଲେ। ଏହାସହ ଚକ୍ଷୁଦାନ ଓ ଶରୀର ଦାନର ପୋଷ୍ଟର ପ୍ରଦର୍ଶିତ କରାଯାଇଥିଲା। ଏହି ସମସ୍ତ ସଚେତନତା କାର୍ଯ୍ୟକ୍ରମକୁ କ୍ଳବର ପୁରୁଖା ସଦସ୍ୟ ଏସ. ଦୁର୍ଗା ପ୍ରସାଦ ସୁଚାରୁ ରୂପେ ପରିଚାଳନା କରିଥିଲେ।
More Stories
ମହାନ୍ ସଂଘର ମିଳିତରେ ମୋରାଜୀ ଦେଶାଇ ଜାତୀୟ ଯୋଗ ଶିବିର
ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ପ୍ରେରଣାରେ ଚଳିତ ମାସର ୨ୟ ଚକ୍ଷୁଦାନ
ଆସ୍କାରୋଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ