କୋରାପୁଟ : ୨୦୨୨ ମସିହାରେ ଲକ୍ଷ୍ମୀପୁର ଥାନା ଅଞ୍ଚଳରେ ଘଟିଥିବା ୬ ବର୍ଷର ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଐତିହାସିକ ରାୟ ଶୁଣାଇଛନ୍ତି ମାନ୍ୟବର ଜୟପୁର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ। ୧୩ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣ ଏବଂ ୨୧ ଟି ଦସ୍ତାବିଜକୁ ଭିତ୍ତି କରି ଲକ୍ଷ୍ମୀପୁର ଥାନା ଅଞ୍ଚଳର ୬୩ ବର୍ଷାୟ ବାଲ୍ମୀକି ଓରଫ୍ ଭାଲୁ ମାର୍ଥା କୁ ଆଇପିସି ର ଧାରା ୩୭୬ଏବି ଏବଂ ପୋକ୍ସୋ ଆଇନର ଧାରା ୪(୨) ଏବଂ ୬ ରେ ଦୋଷୀ ସାବ୍ୟସ୍ତ କରି ପୋକ୍ସୋ ଆଇନର ଧାରା୬ ରେ ଜୀବନ ଥିବା ପର୍ଯ୍ୟନ୍ତ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନାରେ ମାନ୍ୟବର କୋର୍ଟ ଦଣ୍ଡିତ କରିଛନ୍ତି। ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ନିମନ୍ତେ ଜିଲ୍ଲା ଆଇନସେବା ପ୍ରାଧିକରଣ କୁ ନିର୍ଦ୍ଧେଶ ଏବଂ ମୋକଦ୍ଦମାର ବିଚାର ଚାଲିଥିବା ସମୟରେ ପୀଡ଼ିତାଙ୍କୁ ଅନ୍ତରୀଣ ଅନୁକମ୍ପା ରାଶି ବାବଦରେ ଟଙ୍କା ୩ ଲକ୍ଷ ଟଙ୍କା ଦିଆଯାଇଥିଲା। ପୀଡିତା ବଳକା ୪ ଲକ୍ଷ ଟଙ୍କା ପାଇବେ। ଆଦାୟ ହୋଇଥିବା ଜୋରିମାନା ଟଙ୍କା ପୀଡ଼ିତାଙ୍କୁ ଦେବାକୁ ମାନ୍ୟବର ଅଦାଲତ ନିର୍ଦେଶ ଦେଇଛନ୍ତି। ଜୋରିମାନା ଟଙ୍କା ଅନାଦେୟ ହେଲେ ୬ମାସ ଅଧିକା ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ଦୋଷୀ ଭାଲୁ ମାର୍ଥାକୁ। ସୂଚନା ଅନୁଯାୟୀ ତା୬ ଫେବୃଆରୀ ୨୦୨୨ ଖରେ ଦିନ ୧୨ ଟା ବେଳେ ନାବାଳିକା ଭାଲୁ ମାର୍ଥାର ଦାଣ୍ଡ ରାସ୍ତାରେ ଖେଳୁଥିବା ସମୟରେ ଭାଲୁ ମାର୍ଥା ନାବାଳିକାଙ୍କୁ ବଳପୂର୍ବକ ନିଜ ଘରକୁ ଉଠେଇ ନେଇ ଦୁଷ୍କର୍ମ କରିଥିଲା। ଘଟଣା ବିଷୟରେ କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲା। ଘରକୁ ଫେରି ପୀଡିତା ନାବାଳିକା ଘଟଣା ବିଷୟରେ ମାଆ କୁ କହିଥିଲେ। ଘଟଣା ବିଷୟରେ ଜାଣିବାପରେ ପୀଡ଼ିତାଙ୍କ ମାଆ ଲକ୍ଷ୍ମୀପୁର ଥାନାରେ ଏତଲା ଦାୟର କରିଥିଲେ।ଲକ୍ଷ୍ମୀପୁର ଥାନାର ତତ୍କାଳୀନ ଆଇଆଇସି ଶ୍ରୀମତୀ ସ୍ବେତପଦ୍ମା ସେଠ ମୋକଦ୍ଦମା ର ତଦନ୍ତ କରି ଭାଲୁ ମାର୍ଥାକୁ ଗିରପ କରି କୋର୍ଟ ଚାଲାଣ କରିଥିଲେ ଏବଂ କୋର୍ଟ ରେ ଚାର୍ଜସିଟ୍ ଦାଖଲ କରିଥିଲେ। ସରକାରଙ୍କ ତରଫରୁ ସ୍ୱତନ୍ତ୍ର ସରକାରୀ ଓକିଲ ଡ଼.ଗାୟତ୍ରୀ ଦେବୀ ମାମଲାର ପରିଚାଳନା କରିଥିଲେ।

More Stories
ଜନସ୍ବାସ୍ଥ୍ୟ ଯାନ୍ତ୍ରୀକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ଓ ନୂତନ କାର୍ଯ୍ୟକର୍ତ୍ତା ଚୟନ
ଆକାଶ ଏଜୁକେସନସ୍ ଛାତ୍ରଛାତ୍ରୀଙ୍କ ଜେଇଇ ମେଇନ୍ସରେ ବ୍ରହ୍ମପୁର ଟପ୍ପର
ବିଜେଡି ଦଳ ପରିତ୍ୟାଗ କରି ବିଜେପିର ମିଶେଲେ ୨୬ଟି ପରିବାର