Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ପଞ୍ଚାୟତ ସମିତି କାର୍ଯ୍ୟାଳୟ ଗୁଡ଼ାରୀ ସଦ୍ଭାବନା କକ୍ଷରେ ୮ମ ବୈଠକ ଅନୁଷ୍ଠିତ

Spread the love

ରାୟଗଡା ଜିଲ୍ଲା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଗୁଡ଼ାରୀ ସଦଭାବନା କକ୍ଷରେ ବିଡ଼ିଓ ସୁଶ୍ରୀ ଅନିଶା ଦାସଙ୍କ ତତ୍ୱାବଧାନରେ ଏବଂ ସମିତି ଅଧ୍ୟାକ୍ଷା ଶ୍ରୀମତି ଲକ୍ଷ୍ମୀ ଶବରଙ୍କ ସଭାପତିତ୍ୱରେ ୮ମ ତମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଗୁଣୁପୁର ବିଧାୟକ ଶ୍ରୀ ସତ୍ୟଜିତ ଗମାଙ୍ଗ, ସମ୍ମାନିତ ଅତିଥି ଜିଲ୍ଲାପରିଷଦ ସଭ୍ୟ ପତି କ୍ରାସ୍କା,ସାଂସଦ ପ୍ରତିନିଧି ପରିଷଦ ଗୁଡ଼ାରୀ ଶାସନପୁରୀ ଜଗଦିଶ, ବ୍ଲକ ସ୍ତରୀୟ ସାଂସଦ ପ୍ରତିନିଧି P. ବାବୁରାଓ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ ।

ଉକ୍ତ ବୈଠକରେ ବ୍ଲକର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ଶର୍ମା,ସହାୟିକା ଯନ୍ତ୍ରୀ ଶ୍ରୀମତି ସୁସ୍ମିତା ଶବର, ଗ୍ରାମୀଣ ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ,୯ ଗୋଟି ପଞ୍ଚାୟତର ସମିତି ସଭ୍ୟାସଭ୍ୟ, ସରପଞ୍ଚ ମାନେ ଉପସ୍ଥିତ ରହିଥିଲେ ।ବ୍ଲକ ସ୍ତରୀୟ ୧୭ ଗୋଟି ବିଭାଗ ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ଜଳ ଓ ପରିମଳ, ଖାଉଟି କଲ୍ୟାଣ, ଶିଶୁ ବିକାଶ, କୃଷି, ପଶୁ ପାଳନ, ମତ୍ସ୍ୟ ପାଳନ, ଜଳ ସମ୍ପଦ, ବିଦ୍ୟୁତ ବିଭାଗ, ଉଠା ଜଳ ସେଚନ, ଉଦ୍ୟାନ, ଜଙ୍ଗଲ, ବହୁମୁଖୀ ସେବା ସମବାୟ ସମିତି, ଜଳ ବିଭାଜିକା, ମିଶନ ଶକ୍ତି, ସାମାଜିକ ସୁରକ୍ଷା ବିଭାଗକୁ ସୂଚନା ପ୍ରଦାନ କରିଥିଲେ ହେଁ ୪ ଗୋଟି ବିଭାଗ ଯଥା ମତ୍ସ୍ୟ, ଜଳ ସମ୍ପଦ, ଉଠା ଜଳ ସେଚନ, ଜଳ ବିଭାଜିକା ବିଭାଗ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଛି ।

ଏହି ପରିପ୍ରେକ୍ଷୀରେ ସମିତିର ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିବା ବେଳେ ଉପସ୍ଥିତ ବିଭାଗୀୟ ଅଧିକାରୀ ମାନେ ନିଜ ନିଜ ବିଭାଗର କାର୍ଯ୍ୟ ସମ୍ପର୍କରେ ଉପସ୍ଥାପନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଓଡିଶା ଜୀବିକା ମିଶନ ବିପିଏମ ଶ୍ରୀ ମାନସ ରଞ୍ଜନ ବାରିକ ପରିଚାଳନା କରିଥିଲେ । ରଞ୍ଜନ ବାରିକ ପରିଚାଳନା କରିଥିଲେ ।

error: Content is protected !!
Breaking News