ଭଂଜନଗର – ପୁଣି ବଳଦ କୁ ମାରିଲା । ଅଧାଖାଇ ଜଙ୍ଗଲ କୁ ଚାଲିଗଲା । ବନବିଭାଗ ମଧ୍ୟ, ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ଏବେ ଜଗନ୍ନାଥପ୍ରସାଦ ବନାଞ୍ଚଳରେ ପୁଣି ବାଘ ଉପଦ୍ରବ ଆରମ୍ଭ କରିଛି । ଶୁକ୍ରବାର ଦିନ ଦ୍ବିପହରରେ ଜଗନ୍ନାଥପ୍ରସାଦ ବନାଞ୍ଚଳ ଅନ୍ତର୍ଗତ ଡ଼ିମିରିପଲ୍ଲୀ ଗାଁ ନିକଟରେ ଘଟିଛି ଏଭଳି ଘଟଣା । ଏହି ବନାଞ୍ଚଳରେ ପ୍ରଥମେ ତିରିକୁମ୍ପା ତା’ପରେ ହଜପଲ୍ଲୀ ଏବଂ ଏବେ ଡ଼ିମିରିପଲ୍ଲୀ ଗାଁ ନିକଟରେ ଏହିଭଳି ଘଟଣା ସାମ୍ନା କୁ ଆସିଛି I ମିଳିଥିବା ଖବର ଅନୁସାରେ ଜଗନ୍ନାଥ ପ୍ରସାଦ ଲଙ୍କାଗଡ଼ ପାହାଡ଼ ନିକଟରେ ଥିବା ଡ଼ିମିପଲ୍ଲୀ ଗ୍ରାମର ପ୍ରକାଶ ପ୍ରଧାନ ନିଜ ବିଲରେ ଚାଷ କରିବା କୁ ବଳଦ ଧରି ଯାଇଥିଲେ l ଚାଷ କାର୍ଯ୍ୟ କରିସାରିବା ପରେ ବଳଦ ଦୁଇଟିକୁ ଚରିବା ପାଇଁ ଛାଡି ଦେଇ ଘରକୁ ଫେରି ଆସିଥିଲେ l କିଛି ସମୟପରେ ଗୋଟିଏ ବଳଦ ଘରକୁ ଫେରି ଆସିଥିବା ବେଳେ ଅନ୍ୟଟି ଆସିନଥିଲା I ଚାଷୀ ଜଣକ, ଉକ୍ତ ବଳଦକ ଖୋଜିବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ l ବହୁ ଖୋଜା ଖୋଜି ପରେ ଜଙ୍ଗଲ ପାଖ ଏକ ବୁଦା ମୂଳେ ତାଙ୍କ ବଳଦଧ କ୍ଷତବିକ୍ଷତ ମୃତ ଦେହ ପଡ଼ିଥିଲା । ଏହା ଦେଖିବା ପରେ ବଳଦ ଟିକୁ ବାଘମାରି ଖାଇ ଦେଇଥିବା ଅନୁମାନ କରାଯାଇଛି I ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଥିଲା । ଘଟଣା ସ୍ଥଳରେ ଟ୍ରାପ କ୍ୟାମେରା ଲଗାଇ ବାଘ ଚିହ୍ନଟ ପାଇଁ ବନ ବିଭାଗ ପ୍ରୟାସ ଆରମ୍ଭ କରିଛି ।ଏହି ଘଟଣା ପ୍ରଘଟ ହେବାପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଛନ୍ତି । ଘଟଣା ସ୍ଥଳରେ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଏସିଏଫଓ ବିବେକ ଦାସ, ରେଞ୍ଜର ସୁଜାତା ପଣ୍ଡା, ଫରେଷ୍ଟର ସୁକାନ୍ତ କୁମାର ନାୟକ ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଳାଇଛନ୍ତି I
More Stories
ବିଧାୟକଙ୍କ ଅନୁଦାନରେ କମ୍ୟୁନିଟି ହଲ ନିର୍ମାଣ ପାଇଁ ଭୂମି ପୂଜନ
ତାରାଦେବୀଙ୍କ ଯାତ୍ରାର ପଞ୍ଚମୁଖ ହନୁମାନ କଳାକୁଞ୍ଜର ଭସାଣି ଶୋଭାଯାତ୍ରା
ୱାର୍ଡବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଆଧାର କେନ୍ଦ୍ର ବ୍ୟବସ୍ଥା କଲେ ଧିରେଶ