ପେରିସ୍ ଅଲମ୍ପିକ ପର୍ଯ୍ୟବେକ୍ଷକ ପାଇଁ ଶ୍ରୀ ବହିଦାର ମନୋନୀତ

Spread the love

ବ୍ରହ୍ମପୁର, : ଚଳିତ ମାସ ୨୫ ତାରିଖରୁ ୧୦ ଅଗଷ୍ଟ ପର୍ଯ୍ୟନ୍ତ ଫ୍ରାନ୍ସ ଦେଶର ପେରିଶ ସହରରେ ଅନୁଷ୍ଠିତ ଅଲମ୍ପିକ ଗେମରେ ଓଡିଶା ବକ୍ସିଂର ସମ୍ପାଦକ ଓ ବି.ଏଫ୍. ଆଇ ର ଉପ ସଭାପତି ଶ୍ରୀ ଅନୀଲ କୁମାର ବହିଦାର ବି.ଏଫ୍. ଆଇ ଦ୍ବାରା ପର୍ଯ୍ୟବେକ୍ଷକ ପାଇଁ ମନୋନୀତ ହୋଇଛନ୍ତି । ଏଥି ପାଇଁ ଦେଶର ବକ୍ସିଂ ପରିବାର ମଧ୍ୟରେ ଖୁସିର ଲହରି ଖେଲିଯାଇଛି । ପୂର୍ବରୁ ଶ୍ରୀ ବହିଦାର ୨୦୦୮ରେ ବେଜିଂଙ୍ଗ ଅଲମ୍ପିକ ଏବଂ ୨୦୧୨ ଲଣ୍ଡନ ଅଲମ୍ପିକରେ ସୂଚାରୁ ରୂପରେ ଏହି କାର୍ଯ୍ୟଭାର ତୁଳାଇ ଆସୁଛନ୍ତି । ୨୦୨୪ ପେରିସ୍ ଅଲମ୍ପିକରେ ଶ୍ରୀ ବହିଦାରଙ୍କ ନେତୃତ୍ୱରେ ଭାରତର ବକ୍ସର ମାନେ ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରି ଦେଶ ପାଇଁ ପଦକ ନିଶ୍ଚିତ କରିବେ ବୋଲି ଆଶା ଓ ବିଶ୍ବାସ ବ୍ୟକ୍ତ କରିଛନ୍ତି । ଏନେଇ ଆଶିର୍ବାଦ ବେହେରା, ଅଦିପ ଦାସ, ଅଭିଜିତ ପାଲ, ସଂଜୟ ବେହେରା, ଅଶୋକ କୁମାର ସାହୁ, ପ୍ରଭାତ ଭୋଲ, ଧିରେନ ପଲାଇ, ରଘୁ ନନ୍ଦନ ପାଢ଼ି, ଅଞ୍ଜନ ଦାଶ, ଶିଶିର ପାଣିଗ୍ରାହୀ, ବିଜୟ ଚନ୍ଦ୍ର ଦାଶ, ବିଜୟ କୁମାର ଦାସ, ବିଭୁଦତ୍ତ ବେହେରା, ରାଧା ମୋହନ ନାଏକ, ଅରବିନ୍ଦ ପାତ୍ର, କେ ପ୍ରଭାକର ରାଓ, ଶିବରାମ ପାତ୍ର, ବାସୁଦେବ ବାନାର୍ଜି ଏବଂ ପଦ୍ମନାଭ ପାତ୍ର ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

ରିପୋର୍ଟ ଅଭିଜିତ କର ବ୍ରହ୍ମପୁର ପ୍ରତିନିଧି

error: Content is protected !!
Breaking News