Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଠକିଲେ ଠିକାଦାର

Spread the love

ବାହାଡ଼ାଝୋଲା : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବେରୁଆବାରୀ ପଂଚାୟତର ଆଦିବାସୀ ଲୋକ ଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ଠକିଛନ୍ତି ଠିକାଦାର। ଅଭିଯୋଗ ଅନୁଯାୟୀ, ରାଜ୍ୟ ଓ କେନ୍ଦ୍ର ସରକାର ଅସହାୟ ଗରିବ ଲୋକଙ୍କୁ ମୁଣ୍ଡ ଉପରେ ଛାତଘର ଟିଏ ଦେବାପାଇଁ କୋଟି କୋଟି ଟଙ୍କା ବ୍ୟୟ ଅଟକଳ କରୁଛନ୍ତି।

କିନ୍ତୁ ଗ୍ରାମାଂଚଳ ରେ ଚାତକ ଭଳି ଚାହିଁ ରହିଛନ୍ତି ଦଲାଲ, ଲୋକଙ୍କ ଅସହାୟତା ର ସୁଯୋଗ ନେଇ ଘରକାମ ଆମେ କରିଦେବୁ କହି ସରକାର ଅଗ୍ରୀଣ ଦେଉଥିବା (୪୦) ହଜାର ଟଙ୍କା ଲୁଟୁଥିବା ବେଳେ ଘରକାମ ଆରମ୍ଭ ନ କରୁଣୁ ହିତାଧିକାରୀ ଙ୍କ ଘରକାମ ଚାଲିଥିବା ଦର୍ଶାଇ (N R G S) ତଥା ମହାତ୍ମାଗାନ୍ଧୀ ନିଶ୍ଚିତ କ୍ରମ ନିଯୁକ୍ତି ମାଧ୍ୟମରେ (୨୨) ହଜାର ଟଙ୍କା ଉଠାଇ ନେଇଛନ୍ତି ଠିକାଦାର ଘରକାମ ର ନା ନାହିଁ। ଏତେବଡ଼ ଘୋଟାଲା ପଂଚାୟତର ରେ ଥିବା (G R S) ଗ୍ରାମ ରୋଜଗାର ସେବକ ହାତ ଥିବା ପଂଚାୟତର ସମିତି ସଭ୍ୟ ଅଭିଯୋଗ କରିଛନ୍ତି।


ଏହିଭଳି ଅଭିଯୋଗ ବେରୁଆବାରୀ ପଂଚାୟତର ବେଲଦ୍ୟାର ଗ୍ରାମର , ଅବନ୍ତି ବେହେରା,ହାର ବେଓ୍ୱ୍ୟ, କାଳନ୍ଦୀ ଜାନୀ, ଅବନ୍ତି ଜାନୀ ଓ ଓଡକପା ଗ୍ରାମର ମୁଳିରାମ ଜାନୀ, ମାଣ୍ଟୁଖମଣ ଗ୍ରାମର, ପ୍ରଭାତୀ ଜାନୀ, ରୟତି ଜାନୀ, କୁମାରୀ ଜାନୀ, ଙ୍କ ଘର କାର୍ଯ୍ୟ ଆରମ୍ଭ ହୋଇନାହିଁ କିନ୍ତୁ ତାଙ୍କର ପ୍ରଥମ କିସ୍ତି ଟଙ୍କା (୪୦) ହଜାର ଓ ମହାତ୍ମାଗାନ୍ଧୀ ନିଶ୍ଚିତ କ୍ରମ ନିଯୁକ୍ତି ଯୋଜନା ରେ (୨୨) ହଜାର ଲେଖାଏଁ ଉଠାଇ ନେଇଛନ୍ତି। କିନ୍ତୁ ସମିତି ସଭ୍ୟ ଙ୍କ କହିବା କଥା ପଂଚାୟତ ର ଗ୍ରାମ ରୋଜଗାର ସେବକ ବିନା ଲେବର ଟଙ୍କା ବିଲ ହୋଇପାରିବନାହିଁ ଏଣୁ ଆଦିବାସୀ ଲୋକଙ୍କୁ ଠକିବାକୁ ଏକ ବଡ଼ ରାକେଟ କାମ କରୁଛି ତଦନ୍ତ ହେଲେ ବହୁ ବଡ ଲୋକ ସାମ୍ନାକୁ ଆସିବେ।

ଏହି ବିଷୟରେ ସ୍ଥାନୀୟ ଠିକାଦାର ଙ୍କ ମତାମତ ନେଇଥୀଲୁ ସେ କହିଛନ୍ତି ଘର କରିବା ପାଇଁ ଟଙ୍କା ଉଠାଇଥିଲେ ମଧ୍ୟ ଟଙ୍କା ସରପଞ୍ଚ ଓ ପଂଚାୟତ (G R S) ନେଇଛନ୍ତି ମୁଁ କେମିତି କରିବି ଘର।


ଏହି ବିଷୟରେ ସରପଞ୍ଚ ସୁଶାନ୍ତ କୁମାର ସାହୁ ଓ (G R S) ଶୁଶ୍ରୀ ପଲଭି ଙ୍କ ମତାମତ ନେଇଥୀଲୁ ସେ କିଛି ଜାଣିନଥିବା କହିଛନ୍ତି। କିନ୍ତୁ ନୂଆଗାଁ ବ୍ଲକ ଅତିରିକ୍ତ ବିଡିଓ ସ୍ୱଦେଶ ରଂଜନ ସତପଥି ଙ୍କ ମତାମତ ନେଇଥୀଲୁ ସେ କହିଛନ୍ତି ଆମକୁ ଲେଖିତ ଅଭିଯୋଗ କଲେ ତଦନ୍ତ କରିବୁ। କିନ୍ତୁ ଅଂଚଳର ବୁଧୀଜିବୀ ଙ୍କ ମତ ବିନା ସରକାରୀ ବାବୁଙ୍କ ପ୍ରଚେଷ୍ଟାରେ ଏତେବଡ଼ କାର୍ଯ୍ୟ ହୋଇ ପାରିବ ନହିଁ। କିନ୍ତୁ ଜଣେ ସରକାରୀ କର୍ମଚାରୀ ନାମ ଗୋପନ ରଖି କହିଛନ୍ତି। ଘରକାମ ଆରମ୍ଭ ନ ହେଉଣୁ କିପରି (N R G S) ରେ ବିଲ୍ ହେଲା ପୁଣି ଅନ୍ୟ ଗ୍ରାମର ଲୋକଙ୍କ ନାମରେ ଟଙ୍କା ଆସିଛି। ( ପଂଚାୟତର ଗ୍ରାମ ରୋଜଗାର ସେବକ ବିନା ଏହା ସଭବ ନୁହେଁ) ଏଣୁ ତଦନ୍ତ ହେଲେ ସବୁ ଜିନିଷ ପଦାକୁ ଆସିପାରନ୍ତା।

error: Content is protected !!
Breaking News