Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ପ୍ରେରଣାରେ ଚଳିତ ମାସର ୨ୟ ଚକ୍ଷୁଦାନ

Spread the love

ବ୍ରହ୍ମପୁର,୨୩/୩(ମନ୍ଥନ-ଅଭିଜିତ କର): ସ୍ଥାନୀୟ ପାଣିଗ୍ରାହୀପେଣ୍ଠ ସାହି ନିଵାସୀ ଶ୍ରୀମତୀ ଇପ୍ପୀଲି ସାଧନା ସୁବୁଦ୍ଧିଙ୍କର ଗତ ରବିବାର ଦିନ ୫୮ ବର୍ଷ ବୟସରେ ବିୟୋଗ ହୋଇଛି। ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ, ବ୍ରହ୍ମପୁରର ପୁରୁଖା ସଦସ୍ୟ ତଥା ବନ୍ଧୁ ଇ. ପୂର୍ଣ୍ଣଚନ୍ଦ୍ର ସୁବୁଦ୍ଧିଙ୍କ ପ୍ରେରଣା ଓ ଇ.ଟି.ରାଓ, ଜମ୍ମୁଲା ସୁରେଶ, କେ. ପୁରୁଷୋତ୍ତମ କୁମାର ସୁବୁଦ୍ଧିଙ୍କ ସହଯୋଗ ଫଳରେ ତାଙ୍କ ସ୍ୱାମୀ ଇ. ପୁଷ୍ପରାଜୁ ସୁବୁଦ୍ଧି, ପୁଅ ଇ. ବାଲାଜୀ ସୁବୁଦ୍ଧି ଓ ଝିଅ କଞ୍ଚାଡା ଆରତୀ ଚକ୍ଷୁଦାନ ପରି ମହତ ଦାନ କରିବା ପାଇଁ ଆଗ୍ରହ ପ୍ରକାଶ କଲେ । ବଡ ଡାକ୍ତର ଖାନାର ଚକ୍ଷୁ ବିଭାଗର ଡ. ଶୁଭଶ୍ରୀ ପଣ୍ଡା, ଡ. ବିବେକାନନ୍ଦ ସାହୁ, ଡ. ସ୍ମୃତି ରଞ୍ଜନ ଧର ଉପସ୍ଥିତ ରହି ଚକ୍ଷୁ ସଂଗ୍ରହ କରିଥିବା ସହ ଏହାକୁ ଶୀଘ୍ର ପ୍ରତିରୋପଣ କରାଯିବ ବୋଲି କହିଥିଲେ। ଚକ୍ଷୁଦାନ ସମୟରେ ପରିବାରର ସଦସ୍ୟ ଓ ବନ୍ଧୁ ବାନ୍ଧବଙ୍କ ସମେତ ଅଶୋକ ନାୟକ, ଇ.ଲଷ୍ମୀ ପ୍ରସାଦ, ଟି. ସତ୍ୟ ନାରାୟଣ, ଶ୍ରୀମତୀ ଇ.ପ୍ରବୀଣା, ଶ୍ରୀମତୀ କୁସୁମା ଦେବୀ ପ୍ରମୁଖ ଉପସ୍ଥିତ ଥିଲେ। ଏହା ଫ୍ରେଣ୍ଡସ ହେଲପିଙ୍ଗ କ୍ଳବର ଚଳିତ ମାସର ଦ୍ଵିତୀୟ ତଥା ଚଳିତ ବର୍ଷର ନବମ ଚକ୍ଷୁଦାନ ହୋଇଥିବା କ୍ଳବ୍ ପକ୍ଷରୁ କୁହାଯାଇଛି।

error: Content is protected !!
Breaking News