Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ବଡ଼ ଭାଇନାଙ୍କ ବିୟୋଗରେ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଶ୍ରଦ୍ଧାସୁମନ ଅର୍ପଣ

Spread the love

ବ୍ରହ୍ମପୁର, ୨୭/୧ (ଅଭିଜିତ କର): ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ପ୍ରକ୍ତାନ ସଂଘ ଚାଳକ (ଓଡ଼ିଶା ମୁଖ୍ୟ) ସମ୍ମାନନୀୟ ସ୍ବର୍ଗତ ଶିବରାମ ମହାପାତ୍ର ତଥା ବଡ଼ ଭାଇନାଙ୍କ ବିୟୋଗରେ ତାଙ୍କ ବ୍ରହ୍ମପୁର ସ୍ଥିତ ବାସଭବନରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ କ୍ୟାବିନେଟ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପହଞ୍ଚି ସ୍ବର୍ଗତ ଶିବରାମ ମହାପାତ୍ରଙ୍କ ପଟ୍ଟଚିତ୍ରରେ ପୁଷ୍ପମାଲ୍ୟ ସହ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ତାଙ୍କ ପରିବାର ସହ ଆଲୋଚନାବି କରିଛନ୍ତି । ସ୍ବର୍ଗତ ଶିବରାମ ମହାପାତ୍ର ଜଣେ ଶିକ୍ଷାବିତ୍ ସମାଜ ସଂସ୍କାରକ ଏବଂ ଶୁଲେଖକ ବି ଥିଲେ ରାଷ୍ଟ୍ରବାଦି ଲେଖା ମାଧ୍ୟମରେ ସେ ବିଭିନ୍ନ ମହଲରେ ନିଜର  ପରିଚୟ ପାଇ ପାରିଥିଲେ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି । ନିଜ ଲେଖା ମାଧ୍ୟମରେ ସ୍ୱର୍ଗତ ମହାପାତ୍ର ଓଡ଼ିଶାର ଘରେ ଘରେ ପରିଚିତ ଥିବା ସହ ରାଷ୍ଟ୍ରବାଦୀ ଶିକ୍ଷାନୁଷ୍ଠାନ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ମଧ୍ୟ ବ୍ରହ୍ମପୁରର ପ୍ରତିଷ୍ଠାତା ଥିଲେ । ନିଜ ଘରେ ହିଁ ଶିଶୁ ମନ୍ଦିରକୁ ଆରମ୍ଭ କରିଥିବା ଲୋକ ସ୍ବର୍ଗତ ଶିବରାମ ମହାପାତ୍ର, ଏହିଭଳି ଜଣେ ବୁଦ୍ଧିଜୀବୀ ଲେଖକ ବକ୍ତାଙ୍କର ବିୟୋଗ ନିଶ୍ଚିତ ଭାବେ ସମାଜର ଅପୂରଣୀୟ କ୍ଷତି ତାଙ୍କ ବାସଭବନରେ ପହଞ୍ଚି ମାନ୍ୟବର ବିଭୂତି ଭୂଷଣ ଜେନା ତାଙ୍କ ପରିବାର ବର୍ଗକୁ ସମାବେଦନା ସହିତ ନିଜ ରାଜନୈତିକ ଜୀବନରେ ବଡ଼ ଭାଇନଙ୍କର ଭୂମିକା କ’ଣ ରହିଛି ସେ ପରିବାର ସହିତ ସ୍ମୃତି ଉଜାଗର କରିଛନ୍ତି । ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସହ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି, ବରିଷ୍ଠ ବିଜେପି ନେତା ପୀତବାସ ପଣ୍ଡା, ଘୁମୁସର ଜିଲ୍ଲା ସଭାପତି ବିଜୟ ସ୍ୱାଇଁ, ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ତୁତୁନ ପାତ୍ର, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଶିବ ଶଙ୍କର ନାୟକ ପ୍ରମୁଖ ଉପସ୍ଥିତି ଥିଲେ ।

error: Content is protected !!
Breaking News