ବଲାଙ୍ଗିର ପୌର ପରିଷଦ ର ସଫେଇ ଓ ପରିମଳ କାର୍ଯ୍ୟରେ ନିୟୋଜିତ ସ୍ୱଚ୍ଛ ସାଥି ଓ ସୁପରଭାଇଜର ବର୍ଦ୍ଧିତ ଦରମା ସମେତ ଅନ୍ୟାନ୍ୟ ଦାବି ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି ଓଡିଶା ସ୍ୱଚ୍ଛସାଥି ଓ ସୁପରଭାଇଜର ସଂଘ। ରାଜ୍ୟର ବିଭିନ୍ନ ମହାନଗର ନିଗମ, ପୌର ପରିଷଦ ଓ ବିଜ୍ଞାପିତ ପରିଷଦ ଅଂଚଳରେ ଦୀର୍ଘ ଚାରି ବର୍ଷରୁ ଉର୍ଦ୍ଧ ସମୟ ଧରି ସରକାରଙ୍କ ବିଭିନ୍ନ ଯୋଜନାରେ ନାଗରିକ ମାମାଙ୍କୁ ସେବା ପ୍ରଦାନ କରୁଛନ୍ତି।
କିନ୍ତୁ ପରୀତାପ ର ବିଷୟ ଯେ ଏତେ ବର୍ଷ ଧରି ନିଷ୍ଠାପର ଭାବରେ କର୍ତ୍ତବ୍ୟ ସମ୍ପାଦନ କରୁଥିଲେ ହେଁ ସ୍ଵଛ ସାଥି ଓ ସୁପରଭାଇଜର ମାନେ ସମ୍ପୂର୍ଣ୍ଣ ଭାବରେ ଅବହେଳାର ଶିକlର ହୋଇଥିବା ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ସ୍ଵଛ ସାଥି ମାନଙ୍କ ଦରମା ବୃଦ୍ଧି ଘୋଷଣା କରିଛନ୍ତି ସତ କିନ୍ତୁ ସେଥିରେ ଉତ୍କୃଷ୍ଟ କାର୍ଯ୍ୟ ପ୍ରଦର୍ଶନର ସର୍ତ ଲଗାଇଛନ୍ତି। ଦରମା ପାଇଁ ସ୍ୱତନ୍ତ୍ର ଅନୁଦାନର ବ୍ୟବସ୍ଥା ନକରି ୟୁ ଏଲ ବି ଅଧୀନରେ ଛାଡ଼ିଦେବା ଫଳରେ ସେମାନେ ସ୍ୱଚ୍ଛ ସାଥି ଓ ସୁପରଭାଇଜର ଙ୍କ ଦରମା ରେ ୟୁଜର ଫିଜ ଆଦାୟର ସର୍ତ୍ତ ରଖିଛନ୍ତି। ଏଭଳି ପରିସ୍ଥିତିରେ ନିଜର ମୌଳିକ ଅଧିକାର ଏବଂ ସର୍ବନିମ୍ନ ମଜୁରୀରୁ ବଞ୍ଚିତ ହୋଇଛନ୍ତି ସ୍ୱଚ୍ଛ ସାଥି ଓ ସୁପରଭାଇଜର ମାନେ ନିଜର ଭବିଷ୍ୟତ କୁ ନେଇ ଆଶା ଆଶଙ୍କା ରେ ରହିଛନ୍ତି। ତେଣୁକରି ସେମାନେ ଦରମା ବୃଦ୍ଧି ଦାବି କରିବା ସହିତ ଅନ୍ୟାନ୍ୟ ୧୦ ଟି ଦାବି ସମ୍ବଳିତ ସ୍ମାରକ ପତ୍ର ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠିଙ୍କୁ ପ୍ରଦାନ କରିଥିଲେ।ଦାବି ପୂରଣ ନହେଲେ ଆସନ୍ତା ୨୯ ତାରିଖ ଦିନ ବିଧାନସଭା ଘେରାଉ କରାଯିବ ବୋଲି ସୂଚନା ଦେଇଥିଲେ।
More Stories
ବାଘଲଟି ଜଳ ପତନରେ ବୃଦ୍ଧି ଚାଷୀକୁଳ ଆନନ୍ଦ
ବିଶ୍ଵନାଥ ପୁର ଠାରେ ରାସ୍ତା ଉପରେ ଗଛ ପଡ଼ି ରାସ୍ତା ଅବରୋଧ
ଲଗାଣ ବର୍ଷାରେ ନୂଆ ଜଗନ୍ନାଥ ସଡ଼କ ବିଛିର୍ଣ୍ଣ