Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ବିକଶିତ ଗାଁ, ବିକଶିତ ଓଡିଶା ପ୍ରକଳ୍ପ ଚୟନ ସମ୍ପର୍କିତ ସ୍ୱତନ୍ତ୍ର ସମିତି ବୈଠକ

Spread the love

ପାତ୍ରପୁର, (୨୭/୨): ପାତ୍ରପୁର ବ୍ଲକ ସମ୍ମିଳନୀ କକ୍ଷରେ ଗୁରୁବାର ଦିନ ପଞ୍ଚାୟତ ସମିତି ବ୍ଳକ ଅଧ୍ୟକ୍ଷା ୱାଇ ସଞ୍ଜୁକ୍ତା ରେଡିଙ୍କ ଅଧ୍ୟକ୍ଷତାରେ ବିକଶିତ ଗାଁ, ବିକଶିତ ଓଡିଶା ପ୍ରକଳ୍ପ ଚୟନ ସମ୍ପର୍କିତ ଏକ ସ୍ୱତନ୍ତ୍ର ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପାତ୍ରପୁର ବ୍ଲକରେ ତୁମ୍ବା, ବୁରାତାଲ ପଞ୍ଚାୟତର ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ଠିକ୍ ସମୟରେ ହେଉ ନଥିବାରୁ ବହୁ ଜନସାଧାରଣ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାସହ ସେହି ଦୁଇ ପଞ୍ଚାୟତର ଅଙ୍ଗନବାଡ଼ି କେନ୍ଦ୍ରର ଅଙ୍ଗନବାଡ଼ି ଦିଦିମାନେ ସପ୍ତାହରେ ଦୁଇରୁ ତିନିଦିନ ଉପସ୍ଥିତ ହେଉଥିବା ଅଭିଯୋଗ ହେଇଥିବା ଦେଖିବାକୁ ମିଳିଛି । ଅଙ୍ଗନବାଡ଼ି, ଆଶା ଦିଦି ମାନେ ଜନ୍ମ ଗ୍ରହଣ କରିଥିବା ପିଲା ମାନଙ୍କ ଜନ୍ମ ପ୍ରମାଣ ପତ୍ର ବୋଲି ସିଡିପିଓ କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା ଯୋଗ ଦେଇଥିବା ବେଳେ, ଭାରପ୍ରାପ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ଚରଣ ସୋରେନ, ଅତିରିକ୍ତ ତହସିଲଦାର ଦିଲ୍ଲୀପ କୁମାର ଦେହୁରୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ଘନଶ୍ୟାମ ଡାକୁଆ ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ ଜିପିଓ ପୂର୍ବ ବିବରଣୀ ପାଠ କରିଥିବା ବେଳେ, ସହକାରୀ ନିର୍ବାହୀ ଯନ୍ତ୍ରୀ ବିକଶିତ ଗାଁ ବିକଶିତ ଓଡିଶା ପ୍ରକଳ୍ପ ଚୟନ ସମ୍ପର୍କିତ ବିଷୟରେ ଉପସ୍ଥିତ ପିଆରଆଇ ମେମ୍ବର ମାନଙ୍କୁ ଅବଗତ କରାଇ ଥିଲେ। ଏଥି ସହିତ ବିଧାୟକ ଉପସ୍ଥିତ ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ପଞ୍ଚାୟତ କାର୍ଯ ନିର୍ବାହୀ ଅଧିକାରୀ ମାନଙ୍କୁ ବିକଶିତ ଗାଁ ବିକଶିତ ଓଡିଶା ପ୍ରକଳ୍ପ ତ୍ୱରାନ୍ୱିତ କରିବା ପାଇଁ ଅନୁରୋଧ କରିଥିଲେ। ଉକ୍ତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସିଡିପିଓ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ଃ ସମ୍ବିଦ ବେଗରାୟଙ୍କ ସହ ସମସ୍ତ ଲାଇନ ବିଭାଗୀୟ, ପିଇଓ, ଏଡିଇଓ ପ୍ରମୁଖ ଉପସ୍ଥିତ ଥିଲେ।

error: Content is protected !!
Breaking News