Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ବିକଶିତ ଭାରତ ପାଇଁ କେନ୍ଦ୍ର ଏବଂ ରାଜ୍ୟ ବଜେଟ-୨୦୨୫କୁ ନେଇ ମନ୍ତ୍ରୀଙ୍କ ବୁଦ୍ଧିଜୀବି ସମ୍ମିଳନୀ

Spread the love

• ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ସ୍ୱପ୍ନକୁ ପୂରଣ ପାଇଁ ଏହା ସାମଗ୍ରିକ ବଜେଟ୍ – ଶ୍ରୀ ହରିଚନ୍ଦନ

ବ୍ରହ୍ମପୁର, ୬/୩(ମନ୍ଥନ-ଅଭିଜିତ କର): ସ୍ଥାନୀୟ ଗଞ୍ଜାମ କଳା ପରିଷଦ ସମ୍ମିଳନୀ କକ୍ଷରେ ଗୁରୁବାର ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ସରୋଜ ସାବତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୁଦ୍ଧିଜୀବି ସମ୍ମିଳନୀ ଆୟୋଜିତ ହୋଇଥିଲା । ଏଥିରେ ଗଞ୍ଜାମ ଜିଲ୍ଲା ପ୍ରଭାରୀ ତଥା ମାନ୍ୟବର ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ “ବିକଶିତ ଭାରତ ପାଇଁ କେନ୍ଦ୍ର ଏବଂ ରାଜ୍ୟ ବଜେଟ-୨୦୨୫” ବିଷୟରେ ଏକ ଆଲୋଚନା ଚକ୍ର ମାଧ୍ୟମରେ ନିଜ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ସମୃଦ୍ଧ ଓଡ଼ିଶା ବଜେଟ୍ ୨୦୨୫-୨୬ ଏକ ଲୋକ କଲ୍ୟାଣକାରୀ ବଜେଟ୍ ଅଟେ । ଉକ୍ତ ବଜେଟରେ ଡବଲ ଇଞ୍ଜିନ ସରକାରର ବିକାଶମୂଳକ ଦୂରଦୃଷ୍ଟିର ପ୍ରତିଫଳନ ଦେଖିବାକୁ ମିଳିଛି, ଏହି ବଜେଟରୁ ରାଜ୍ୟର ଗରିବ, ଚାଷୀ, ମହିଳା, ଯୁବ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ବଞ୍ଚିତ ବର୍ଗର ଲୋକମାନେ ବିଶେଷ ଭାବେ ଉପକୃତ ହେବେ। ଗାଁରୁ ସହର ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରର ବିକାଶ ହେବ, ଶିକ୍ଷା, ଦକ୍ଷତା ବିକାଶ, ସ୍ବାସ୍ଥ୍ୟସେବା, ଖାଦ୍ୟ ସୁରକ୍ଷା, କ୍ରୀଡ଼ା, ସାମାଜିକ ଓ ଯୋଗାଯୋଗ କ୍ଷେତ୍ରରେ ଓଡ଼ିଶାର ଭବିଷ୍ୟତକୁ ସୁଦୃଢ଼ କରିବ। ଆସନ୍ତା ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ସ୍ୱପ୍ନକୁ ପୂରଣ କରିବା ଦିଗରେ ଏହା ଏକ ସାମଗ୍ରିକ ବଜେଟ୍ ଅଟେ । ଚଳିତ ବଜେଟରୁ ରାଜ୍ୟରେ ସଡକ ପଥ, ରେଳ, ବିମାନ ବନ୍ଦର, ଶିଳ୍ପ ଓ ଆନୁଷଙ୍ଗିକ ଭିତ୍ତିଭୂମି ସୁଦୃଢ ହେବା ସହ ଅପାର ସମ୍ଭାବନାର ଅଞ୍ଚଳ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ଓ ବିକାଶ, ଓଡ଼ିଆ ଅସ୍ମିତାର ପ୍ରଚାର ପ୍ରସାର, ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଆର୍ଥିକ ଅଭିବୃଦ୍ଧି ମଧ୍ୟ ଅଧିକ ମଜଭୂତ୍ ହେବ, ସମାଜର ତଳ ପାହାଚରେ ଥିବା ଲୋକେ କିପରି ଲାଭାନ୍ବିତ ହୋଇପାରିବେ, ସେଥ‌ିପାଇଁ ବଜେଟ୍‌ରେ ବ୍ୟବସ୍ଥା କରାଯାଇଛି ବୋଲି ମାନ୍ୟବର ମନ୍ତ୍ରୀ ଅଭିଭାଷଣ ରଖିଥିଲେ। ଏହାସହ ଆମ ସଂକଳ୍ପ ପ‌ତ୍ରରେ ଥିବା ପ୍ରତିଶ୍ରୁତି ଗୁଡିକୁ ପୂରଣ କରିବା ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ, ସେଥ‌ିପାଇଁ ବଜେଟ୍‌ରେ ରୋଡ ମ୍ୟାପ୍ ପ୍ରସ୍ତୁତ କରାଯାଇଛି । ଏଭଳି ଐତିହାସିକ ଓ ଦୂରଦୃଷ୍ଟି ସଂପନ୍ନ ବଜେଟ୍ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମ ପୂର୍ବତନ ବାଚସ୍ପତି ଶ୍ରୀ ରାମଚ଼ନ୍ଦ୍ର ପଣ୍ଡା, ଛତ୍ରପୁର ବିଧାୟକ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ, ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ବରିଷ୍ଠ ନେତା ଶ୍ରୀ କାହ୍ନୁଚରଣ ପତିଙ୍କ ସମେତ ଦଳର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ଥିଲେ। ତେବେ ଜିଲ୍ଲା ପ୍ରଭାରୀ ତଥା ମାନ୍ୟବର ମନ୍ତ୍ରୀଙ୍କ ଏହି ଅଭିଭାଷଣ ଗଞ୍ଜାମ ଓ ବ୍ରହ୍ମପୁର ଜନ ସାଧାରଣଙ୍କ ପାଇଁ ଏକ ଉତ୍ସାହ ବଢାଇଥିବା ଦଳର ବହୁ ନେତା ଓ କାର୍ଯ୍ୟକର୍ତ୍ତା ମାନେ ମତ ପ୍ରକାଶ କରିଛନ୍ତି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ବହୁ ବରିଷ୍ଠ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ସମେତ ଯୁବ ଛାତ୍ର ଓ ମହିଳା କର୍ମୀ ମାନେ ଉପସ୍ଥିତ ଥିଲେ।

error: Content is protected !!
Breaking News